୨୦୨୪ରେ କ୍ୱାଡ୍ ଶିଖର ସମ୍ମିଳନୀ ଆୟୋଜନ କରିବ ଭାରତ, ପିଏମ୍ ମୋଦି କଲେ ଘୋଷଣା
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଜାପାନର ହିରୋସିମାରେ କ୍ୱାଡ ଦେଶର ରାଷ୍ଟ୍ରାଧ୍ୟକ୍ଷମାନଙ୍କ ସହିତ ବୈଠକ କରିଛନ୍ତି। ଏହି ସମୟରେ ପିଏମ ମୋଦି କହିଛନ୍ତି ଯେ ୨୦୨୪ରେ ଭାରତ କ୍ୱାଡ ଶିଖର ସମ୍ମିଳନୀ ଆୟୋଜନ କରିବ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଜାପାନର ହିରୋସିମାରେ କ୍ୱାଡ ଦେଶର ରାଷ୍ଟ୍ରାଧ୍ୟକ୍ଷମାନଙ୍କ ସହିତ ବୈଠକ କରିଛନ୍ତି। ଏହି ସମୟରେ ପିଏମ ମୋଦି କହିଛନ୍ତି ଯେ ୨୦୨୪ରେ ଆମେ ଭାରତରେ କ୍ୱାଡ ଶିଖର ସମ୍ମିଳନୀ ଆୟୋଜନ କରି ଖୁସି ହେବୁ। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଅଲ୍ବନିଜ୍ ଏବଂ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କ ସହ ହୋଇଥିବା ବୈଠକରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଏହି କ୍ୱାଡ୍ ସମିଟ୍ରେ ଭାଗ ନେଇଥିବାରୁ ମୋତେ ଖୁସି ଲାଗୁଛି।
ମୋଦି କହିଥିଲେ କି, ଇଣ୍ଡୋ-ପାସିଫିକ୍ରେ ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧି ସୁନିଶ୍ଚିତ କରିବା ପାଇଁ କ୍ୱାଡ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ। ଏଥିରେ କୌଣସି ସନ୍ଦେହ ନାହିଁ ଯେ ଇଣ୍ଡୋ-ପାସିଫିକ୍ ହେଉଛି ବାଣିଜ୍ୟ, ଇନୋଭେସନ ଏବଂ ବିକାଶର ଇଞ୍ଜିନ। ଆମେ ଏକମତ ଯେ ଇଣ୍ଡୋ-ପାସିଫିକ୍ର ସୁରକ୍ଷା ଓ ସଫଳତା କେବଳ ଏହି ଅଞ୍ଚଳ ପାଇଁ ନୁହେଁ, ବରଂ ସମଗ୍ର ବିଶ୍ୱ ପାଇଁ ଗୁରୁତ୍ୱପୂର୍ଣ୍ଣ।
ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ ଏହି ସମ୍ମିଳନୀର ସଫଳ ଅଧ୍ୟକ୍ଷତା ପାଇଁ ମୁଁ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଅଲ୍ବନିଜ୍ଙ୍କୁ ଅଭିନନ୍ଦନ ଜଣାଉଛି। ୨୦୨୪ରେ କ୍ୱାଡ ନେତାଙ୍କ ଶିଖର ସମ୍ମିଳନୀ ଆୟୋଜନ କରିବାରେ ଭାରତକୁ ଖୁସି ମିଳିବ। କ୍ୱାଡ୍ ହେଉଛି ୪ ଦେଶର ଏକ ଗୋଷ୍ଠୀ, ଯେଉଁଥିରେ ଅଛନ୍ତି ଭାରତ, ଆମେରିକା, ଅଷ୍ଟ୍ରେଲିଆ ଏବଂ ଜାପାନ।