ଆର୍ଯ୍ୟାନ୍ ଡ୍ରଗ୍ ମାମଲାରେ ୨୫ କୋଟି କାରବାର : ଶାହାରୁଖ- ସମୀର ଓ୍ଵାଙ୍ଖଡ଼େ ଚାଟ୍ ଆସିଲା ପଦାକୁ, ପୁଅ ପାଇଁ କାକୁତି ମିନତି ହୋଇଥିଲେ କିଙ୍ଗ ଖାନ୍
ପୂର୍ବରୁ ସୁଶାନ୍ତ ସିଂହ ମୃତ୍ୟୁ ଓ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ମାମଲାର ତଦନ୍ତ ବେଳେ ସମୀରଙ୍କର ବଡ଼ ଭୂମିକା ଥିଲା । ତେବେ ତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିବା ପରେ ଅନେକ କଥା ପଦାକୁ ଆସିଛି ।
ବଲିଉଡ୍୍ର ସୁପରଷ୍ଟାର କିଙ୍ଗ ଖାନ୍ ଭାବେ ପରିଚିତ ଶାହାରୁଖ ଖାନ୍ଙ୍କ ଦୁର୍ଦ୍ଦଶାର ସମୟ ଟଳି ଯାଇଛି । ପଠାନ୍ ଫିଲ୍ମ ସୁପରହିଟ୍ ହେବା ପରେ ସେ ଏବେ ଆଗାମୀ ଫିଲ୍ମ ଯବାନ୍ର ସୁଟିରେ ଲାଗି ପଡ଼ିଛନ୍ତି । ତେବେ ଦନ ଥିଲା ନିଜ ପୁଅ ଆର୍ଯ୍ୟାନ୍ ଖାନ୍ଙ୍କ ଡ୍ରଗ୍ ମାମଲାରେ ସମ୍ପୃକ୍ତିକୁ ନେଇ ଖୁବ୍ ଟେନ୍ସନ୍ରେ ଥିଲେ ଶାହାରୁଖ । ବେଶ୍ କିଛି ଦିନ ହାଇଡ୍ରାମା ଚାଲିଲା ଠିକ୍ ବଲିଉଡ୍ ଫିଲ୍ମର କାହାଣୀ ଭଳି । ତେବେ ଶେଷରେ ଜଣାପଡ଼ିଲା ସବୁ ଥିଲା ଫେକ୍ ବା ଜାଲ୍ । ନାଟକ ରଚିଥିଲେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ/ଏନ୍ସିବିର ପୂର୍ବତନ ମୁମ୍ବାଇ ଜୋନ୍ ମୁଖ୍ୟ ସମୀର ଓ୍ଵାଙ୍ଖଡ଼େ । ମୁମ୍ବାଇ କ୍ରୁଜ୍ ଡ୍ରଗ୍ ମାମଲାରେ ତାଙ୍କୁ ସିବିଆଇ ଜେରା କରିଛି । ଯିଏ ଦିନେ ପୋଲିସ୍ ସାଜି ଅନ୍ୟକୁ ଜେରା କରୁଥିଲେ, ଅପରାଧୀଙ୍କ ଛାତି ଥରାଇ ଦେଉଥିଲେ ସିଏ ଆଜି ନିଜେ ଅଭିଯୁକ୍ତ ହୋଇ ପୋଲିସ୍ ଜେରାର ସାମନା କରୁଛନ୍ତି ।
ଗତକାଲି ସେ ମୁମ୍ବାଇ ହାଇକୋର୍ଟ ଯାଇ ତାଙ୍କ ବିରୋଧରେ ହୋଇଥିବା ଏଫାଆଇଆରକୁ ଖାରଜ କରିବା ପାଇଁ ଆବେଦନ କରିଥିଲେ । ତେବେ ଆଜି ତାଙ୍କୁ ସିବିଆଇ ଫିସ୍ରେ ହାଜର ହେବାକୁ ପଡ଼ିଛି । ଅନେକ ପ୍ରଶ୍ନର ସାମନା କରିଛନ୍ତି ସମୀର । ଅଭିଯୋଗ ରହିଛି କି ଶାହାରୁଖଙ୍କ ପୁଅ ଆର୍ଯ୍ୟାନ୍ ଖାନ୍ଙ୍କ ଗିରଫ ଏଡ଼ାଇବା ପାଇଁ ବାପା ଶାହାରୁଖଙ୍କୁ ସେ ୨୫ କୋଟି ଟଙ୍କା ମାଗିଥିଲେ । ଉଭୟଙ୍କ ଭିତରେ ହୋଇଥିବା ହ୍ଵାଟସଆପ୍ ଚାଟ୍ ପଦାକୁ ଆସିଛି । ଏଥିରେ ଶହାରୁଖ କାକୁତି ମିନତି ହୋଇ ଲେଖୁଛନ୍ତି କି ମୋ ପୁଅ ଯେମିତି ଜେଲ୍ ନଯାଏ । ନହେଲେ ସେ ଭାଙ୍ଗି ପଡ଼ିବ ।
ଗତ ୨୦୨୧ ମସିହା ଅକଟୋବର ମାସରେ ଡ୍ରଗ୍ ରଖିବା ମାମଲାରେ ଆର୍ଯ୍ୟାନ୍ ଖାନ୍ ଏକ ଜାହାଜରେ ପାର୍ଟି କରୁଥିବା ବେଳେ ଗିରଫ ହୋଇଥିଲେ । ପୁଅକୁ ଯେମିତି ଜେଲ୍ ନହୁଏ ସେଥିପାଇଁ ଶାହାରୁଖ ଏଭଳି ଚାଟ୍ କରିଛନ୍ତି । ତେବେ ସମୀରଙ୍କ ବିରୋଧରେ ୨୫ କୋଟି ଟଙ୍କା ମାଗିବାର ଅଭିଯୋଗ ରହିଛି । ଅବଶ୍ୟ ଗତକାଲି ମୁମ୍ବାଇ ହାଇକୋର୍ଟରେ ସମୀର ନିଜ ସପକ୍ଷରେ ଯେଉଁ ଚାଟ୍ ଦେଖାଇଥିଲେ ସେଥିରେ ଶାହାରୁଖ ତାଙ୍କୁ ପ୍ରଶଂସା କରିଛନ୍ତି । ତାଙ୍କର ନିଷ୍ଠାକୁ ବାହାବା ଦେଇଛନ୍ତି । କିଙ୍ଗ ଖାନ୍ ଲେଖିଥିଲେ ଯେ ‘ରାତି ବହୁତ ବିଳମ୍ବ ହେଲାଣି । ମୁଁ ତୁମକୁ ଡିଷ୍ଟର୍ବ କରୁଛି । ହେଲେ ମୁଁ ଏପର୍ଯ୍ୟନ୍ତ ଶୋଇନାହିଁ । କାରଣ ମୁଁ ଜଣେ ବାପା । ଉତ୍ତରରେ ସମୀର ଳେଖିଛନ୍ତି, ଆର୍ଯ୍ୟାନ୍ ଜଣେ ଭଲ ପିଲା । ମୁଁ ତାକୁ ବୁଝାଶୁଝା କରି ଦେଇଛି । ଆଗକୁ ସେ ସୁଧରିଯିବ ଭଲ ପିଲା ହୋଇଯିବ । ଆଉ ତୁମ କଷ୍ଟକର ଦିନ ବି ଗଡ଼ିଯିବ ’ା
ସୂଚନା ଥାଉ କି ୨୦୨୧ ଅକଟୋବରରେ ଗିରଫ ହୋଇ ଆର୍ଯ୍ୟାନ୍ ଖନ୍ ପ୍ରାୟ ମାସେ ପର୍ଯ୍ୟନ୍ତ ଜେଲ୍ରେ ରହିଥିଲେ । ତେବେ ପରବତର୍ତୀ ସମୟରେ ଏସ୍ଆଇଟିର ଏକ ସ୍ୱତନ୍ତ୍ର ଟିମ୍ ଯେତେବେଳେ ଘଟଣାର ତଦନ୍ତ କଲା ଜାଣିବାକୁ ପାଇଲା ଯେ ଆର୍ଯ୍ୟାନ୍ ଏମିତି କିଛି ଭୁଲ କରି ନାହାନ୍ତି । ଏସ୍ଆଇଟି ରିପୋର୍ଟ ଗଲା ସମୀର ଓ୍ଵାଙ୍ଖଡ଼େଙ୍କ ବିରୋଧରେ । ଏମିତିକି ସେ ଆହୁରି କେତେ ଦୁର୍ନୀତିରେ ଜଡ଼ିତ ବୋଲି ମଧ୍ୟ ଜଣାପଡ଼ିଲା । ସେଣ୍ଟ୍ରାଲ ସିଭିଲ ସର୍ଭିସ ନିୟମର ସମୀର ବଡ଼ ଉଲ୍ଲଂଘନ କରିଥିବା ସ୍ୱଷ୍ଟ ହେଲା । ତେଣୁ ସିବିଆଇ ଦାବି କଲା ଯେ ସମୀରଙ୍କ ଅଧୀନରେ ଏନସିବି ଟିମ୍ ଶାହାରୁଖଙ୍କ ଠାରୁ ୨୫ କୋଟି ଝଡ଼ାଇବା ଚକ୍କରରେ ଥିଲା । ଯାହାକୁ ସମୀର ଓ୍ଵାଙ୍ଖଡ଼େ ଖଣ୍ଡନ କରିଛନ୍ତି ।
ପୂର୍ବରୁ ସୁଶାନ୍ତ ସିଂହ ମୃତ୍ୟୁ ଓ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ମାମଲାର ତଦନ୍ତ ବେଳେ ସମୀରଙ୍କର ବଡ଼ ଭୂମିକା ଥିଲା । ତେବେ ତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିବା ପରେ ଅନେକ କଥା ପଦାକୁ ଆସିଛି ।
ବଡ଼ ଅଭିଯୋଗ ସମୀରଙ୍କ ବିରୋଧରେ
୧-ରିପୋର୍ଟ ଅନୁସାରେ ସମୀର ୨୦୧୭ରୁ ୨୦୨୧ ଭିତରେ ୬ ଥର ବିଦେଶ ଯାତ୍ରା କରିଛନ୍ତି । ଇଂଲଣ୍ଡ, ଆୟରଲାଣ୍ଡ, ପର୍ତ୍ତୁଗାଲ, ଦକ୍ଷିଣ ଆଫ୍ରିକା ଏବଂ ମାଲଡିଭ୍ସ ।
୨-ଏହିସବୁ ବିଦେଶ ଯାତ୍ରାରେ ତାଙ୍କର ୮ ଲକ୍ଷ ୭୫ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ସମୀର ଦର୍ଶାଇଛନ୍ତି । ତେବେ ପ୍ରକୃତ ଖର୍ଚ୍ଚ ତାଠାରୁ ବହୁ ଅଧିକ ।
୩-୧୯ ଦିନିଆ ଲଣ୍ଡନ ଯାତ୍ରାରେ ସେ ମାତ୍ର ୧ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ଦର୍ଶାଇଛନ୍ତି । ଆଉ ଲେଖିଛନ୍ତି କି ସେଠାରେ ନିଜ ସମ୍ପର୍କୀୟଙ୍କ ଘରେ ରହିଥିଲେ ।
୪-ସମୀର ଏକ ରେଲେକ୍ସ ଗୋଲ୍ଡ ଘଡ଼ି କିଣିଥିଲେ । ଯାହାର ଦାମ ୧୭ ଲକ୍ଷ ୪୦ ହଜାର ବୋଲି ଦର୍ଶାଇଛନ୍ତି । ହେଲେ ତାର ପ୍ରକୃତ ମୂଲ୍ୟ ୨୨ ଲକ୍ଷରୁ ଅଧିକ ।
୫-ସିବିଆଇ ରିପୋର୍ଟ ଅନୁଯାୟୀ ମୁମ୍ବାଇରେ ସମୀରଙ୍କର ମୋଟ ୬ଟି ଜମି ରହିଛି । ସେଥିରେ ୪ଟି ଫ୍ଲାଟ୍ ଅଛି ।
୬-ଶାହାରୁଖଙ୍କ ମ୍ୟାନେଜର ପୁଜା ଦଦଲାନିଙ୍କ ଅଭିଯୋଗ ଅନୁସରେ ସିବିଆଇ ସମୀରଙ୍କ ବିରୋଧରେ ଏଫ୍ଆଇଆର ଦାଖଲ କରିଛି । ତାଙ୍କ ବୟାନ୍ ମଧ୍ୟ ରେକର୍ଡ଼ କରାଯାଇଛି । ସେ କହିଥିଲେ କି ଆର୍ଯ୍ୟାନ୍ ଖାନ୍ ଗିରଫ ହେବାର କିଛି ଘଣ୍ଟା ପରେ ଏକ ବ୍ୟାଗ୍ରେ ୫୦ ଲକ୍ଷ ଟଙ୍କା ସମୀରଙ୍କ ପାଖକୁ ପଠା ଯାଇଥିଲା ।
ସେହିପରି ଆର୍ଯ୍ୟାନ ଖାନ୍ ଗିରଫ ଘଟଣାରେ କିଛି ଏମିତି କଥା ସାମନାକୁ ଆସିଥିଲା ସେଥିରୁ ଏହା ଏକ ଷଡ଼ଯନ୍ତ୍ର ବୋଲି ସନ୍ଦେହ ହୋଇଥିଲା । ଆଭାସ ମିଳିଲା ଏଥିରେ ହାତ ଥିଲା ସମୀରଙ୍କର । ତା ପରେ ଏବେ ସ୍କାନରରେ ସମୀର ଓ୍ଵାଙ୍ଖଡ଼େ ।