Below header

ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ତହବ୍ଦୁର ରାଣାକୁ ଭାରତ ପଠାଯିବା ନେଇ ଆମେରିକା କୋର୍ଟରେ ରାୟ

ଆମେରିକାର ଏକ ଅଦାଲତ ୨୦୦୮ ରେ ହୋଇଥିବା ମୁମ୍ବଇ ଆକ୍ରମଣର ମାଷ୍ଟରମାଇଣ୍ଡ ବା ଚକ୍ରାନ୍ତକାରୀ ତହବ୍ଦୁର ରାଣାକୁ ଭାରତ ପଠାଯିବା ନେଇ ସବୁଜ ସଂକେତ ଦେଇଛି । ତହବ୍ଦୁର ଏବେ ଆମେରିକାର ଏକ ଜେଲ୍‌ରେ ବନ୍ଦ ରହିଛି । କାଲିଫୋର୍ଣ୍ଣିଆର ୟୁଏସ୍‌ ଡିଷ୍ଟ୍ରିକ୍ଟ କୋର୍ଟ ୧୬ ମଇରେ ୪୮ ପୃଷ୍ଟା ସମ୍ବଳିତ ଏକ ଆଦେଶ ପତ୍ରରେ ଏହି ନିର୍ଦ୍ଦେଶ ଦେଇଛନ୍ତି । ରାଣା ଏପରି ଅପରାଧ ପାଇଁ ପ୍ରତ୍ୟର୍ପଣ ଯୋଗ୍ୟ ଯେଉଁଥିପାଇଁ ଅନୁରୋଧ କରାଯାଇଥିଲା ।

ନୂଆଦିଲ୍ଲୀ : ଆମେରିକାର ଏକ ଅଦାଲତ ୨୦୦୮ ରେ ହୋଇଥିବା ମୁମ୍ବଇ ଆକ୍ରମଣର ମାଷ୍ଟରମାଇଣ୍ଡ ବା ଚକ୍ରାନ୍ତକାରୀ ତହବ୍ଦୁର ରାଣାକୁ ଭାରତ ପଠାଯିବା ନେଇ ସବୁଜ ସଂକେତ ଦେଇଛି । ତହବ୍ଦୁର ଏବେ ଆମେରିକାର ଏକ ଜେଲ୍‌ରେ ବନ୍ଦ ରହିଛି । କାଲିଫୋର୍ଣ୍ଣିଆର ୟୁଏସ୍‌ ଡିଷ୍ଟ୍ରିକ୍ଟ କୋର୍ଟ ୧୬ ମଇରେ ୪୮ ପୃଷ୍ଟା ସମ୍ବଳିତ ଏକ ଆଦେଶ ପତ୍ରରେ ଏହି ନିର୍ଦ୍ଦେଶ ଦେଇଛନ୍ତି । ରାଣା ଏପରି ଅପରାଧ ପାଇଁ ପ୍ରତ୍ୟର୍ପଣ ଯୋଗ୍ୟ ଯେଉଁଥିପାଇଁ ଅନୁରୋଧ କରାଯାଇଥିଲା ।

୨୦୨୦ରେ ଭାରତ ପକ୍ଷରୁ ରାଣାକୁ ପ୍ରତ୍ୟର୍ପଣ ପାଇଁ ଅନୁରୋଧ କରାଯାଇଥିଲା । ୬୨ ବର୍ଷିୟ ରାଣା ମୁମ୍ବଇ ଆକ୍ରମଣର ମାଷ୍ଟରମାଇଣ୍ଡ ଡେଭିଡ କୋଲମେନ ହେଡଲିର ପିଲାଦିନର ସାଙ୍ଗ । ଆମେରିକା କୋର୍ଟରେ ରାଣା ବିରୋଧରେ ଓକିଲ ଯୁକ୍ତି ଦର୍ଶାଇଥିଲେ ଯେ ଲସ୍କର-ଇ-ତୋଇବା ସହ ହେଡଲିର ସମ୍ପର୍କ ନେଇ ରାଣା ଅବଗତ ଥିଲା ଓ ତାକୁ ସହାୟତା କରିଥିଲା ।

ପ୍ରକାଶଯୋଗ୍ୟ, ରାଣା ସେହି ଅଭିଯୁକ୍ତମାନଙ୍କ ତାଲିକାରେ ଥିଲା ଯେଉଁମାନେ ମୁମ୍ବଇ ଆକ୍ରମଣରେ ମୁଖ୍ୟ କାର୍ପଟଦାର ରହିଥିଲେ । ତେବେ ରାଣାକୁ କେବେ ଭାରତ ପ୍ରତ୍ୟର୍ପଣ କରାଯିବ ସେ ନେଇ କୌଣସି ନିଶ୍ଚିତ ଖବର ମିଳିନାହିଁ । ମୁମ୍ବଇ ଆକ୍ରମଣରେ ରାଣା ସହ ଆହୁରି ଅଭିଯୁକ୍ତ ରହିଛନ୍ତି,ଯେଉଁମାନଙ୍କୁ ଏବେ ବି ଖୋଜା ଚାଲିଛି ।

ଅନ୍ୟ କିଛି ଦୋଷୀଙ୍କୁ ଦଣ୍ଡ ବିଧାନ ହୋଇଛି । ସେମାନଙ୍କ ମଧ୍ୟରେ ଡ୍ୟାଭିଡ କୋଲମେନ ହେଡଲି ଆମେିରିକାରେ ୩୫ ବର୍ଷର ଜେଲ ଦଣ୍ଡ କାଟୁଛି । ଅନ୍ୟ ଜଣେ ହାପିଜ ସଇଦ, ଯେ କି ପାକିସ୍ତାନ ଜେଲରେ ୧୫ ବର୍ଷ ଜେଲ ଦଣ୍ଡ କାଟୁଛି ।

ଅନ୍ୟ ଅଭିଯୁକ୍ତ ଜକି ଓ ରହମାନ ଲଖ୍ଵୀ ମଧ୍ୟ ଏବେ ଜେଲରେ ଏବଂ ଅବୁ ହମଜା ପାକିସ୍ତାନ ଆର୍ମିରେ ଥିବା ବେଳେ ଆମେରିକା ତାକୁ ‘ଅନ୍ତରାଷ୍ଟ୍ରୀୟ ଆତଙ୍କବାଦୀ’ ଘୋଷଣା କରିବାକୁ ପ୍ରସ୍ତାବ ଦେଇଥିଲା ଓ ଭାରତ ଏହାକୁ ସମର୍ଥନ କରିଥିଲା । ଅନ୍ୟ ଜଣେ ଅଭିଯୁକ୍ତ ଅବୁ ହମଜା ଏବେ ଜେଲରେ ଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.