ସୋମବାର ହେବ ନୂଆ ମନ୍ତ୍ରିମଣ୍ଡଳ ପୁନର୍ଗଠନ, ଶପଥ ନେବେ ୩ ନୂଆ ମନ୍ତ୍ରୀ

ସୋମବାର ନୂଆ ମନ୍ତ୍ରୀଙ୍କୁ ରାଜ୍ୟପାଳ ଶପଥ ପାଠ କରାଇବେ । ମନ୍ତ୍ରିମଣ୍ଡଳରେ କାହାକୁ ମିଳିବ ସ୍ଥାନ । ବିଜେଡି ବିଧାୟକଙ୍କ ଭିତରେ ଉତ୍କଣ୍ଠା ବଢିଛି । ଏବେ ଫୋନ୍‌ କଲ୍‌କୁ ସମସ୍ତଙ୍କର ରହିଛି ଅପେକ୍ଷା । ବିକ୍ରମ କେଶରୀ ଆରୁଖ ବାଚସ୍ପଚି ପଦରୁ ଇସ୍ତଫା ଦେଇଥିଲେ ।

କେନ୍ୟୁଜ୍(ବ୍ୟୁରୋ):   ସୋମବାର ହେବ ନୂଆ ମନ୍ତ୍ରିମଣ୍ଡଳ ପୁନର୍ଗଠନ । ଶପଥ ନେବେ ୩ ନୂଆ ମନ୍ତ୍ରୀ । ତେବେ ଏନେଇ ସରକାରୀ ଭାବରେ ବିଧିବଦ୍ଧ ସୂଚନା ଦିଆଯାଇ ନାହିଁ । ଆସନ୍ତାକାଲି ଓଡ଼ିଶା ଫେରିବେ ରାଜ୍ୟପାଳ ଗଣେଶୀ ଲାଲ । ସୋମବାର ନୂଆ ମନ୍ତ୍ରୀଙ୍କୁ ରାଜ୍ୟପାଳ ଶପଥ ପାଠ କରାଇବେ । ମନ୍ତ୍ରିମଣ୍ଡଳରେ କାହାକୁ ମିଳିବ ସ୍ଥାନ । ବିଜେଡି ବିଧାୟକଙ୍କ ଭିତରେ ଉତ୍କଣ୍ଠା ବଢିଛି । ଏବେ ଫୋନ୍‌ କଲ୍‌କୁ ସମସ୍ତଙ୍କର ରହିଛି ଅପେକ୍ଷା । ବିକ୍ରମ କେଶରୀ ଆରୁଖ ବାଚସ୍ପଚି ପଦରୁ ଇସ୍ତଫା ଦେଇଥିଲେ । ସେହିପରି ଗଣଶିକ୍ଷା ମନ୍ତ୍ରୀ ପଦରୁ ସମୀର ରଞ୍ଜନ ଦାଶ ଓ ଶ୍ରମ ମନ୍ତ୍ରୀ ପଦରୁ ଶ୍ରୀକାନ୍ତ ସାହୁ ଇସ୍ତଫା ଦେଇଥିଲେ । ନୂଆ ମନ୍ତ୍ରୀ ରେସରେ ସୁଧୀର ସାମଲ, ଉପକୂଳରୁ ଦେବୀ ମିଶ୍ର, ପ୍ରଶାନ୍ତ ମୁଦୁଲି ଅଛନ୍ତି । ସେହିପରି ମନ୍ତ୍ରୀଶୂନ୍ୟ ଜିଲ୍ଲାକୁ ଫୋକ୍ସ କଲେ ପଶ୍ଚିମ ଓଡ଼ିଶାରୁ ସାରଦା ନାୟକ, ଦୀପାଳି ଦାସଙ୍କ ସମେତ ଚମ୍ପୁଆ ବିଧାୟିକା ମିନାକ୍ଷୀ ମହନ୍ତଙ୍କୁ ନେଇ ଚର୍ଚ୍ଚା । ଦକ୍ଷିଣରୁ ବିକ୍ରମ କେଶରୀ ଆରୁଖ କିମ୍ବା ଲତିକା ପ୍ରଧାନଙ୍କ ମଧ୍ୟରୁ ଜଣଙ୍କୁ ମିଳିପାରେ ମନ୍ତ୍ରୀ ପଦ ।

ସେହିପରି କାହାକୁ ନୂଆ ବାଚସ୍ପତି କରାଯିବ ତାଉପରେ ବି ନଜର ରହିଛି । ରେସରେ ଅଛନ୍ତି ଉଷା ଦେବୀ, ନିରଞ୍ଜନ ପୂଜାରୀ, ବଦ୍ରି ନାରାୟଣ ପାତ୍ର, ପ୍ରଫୁଲ୍ଲ ସାମଲ ପ୍ରମୁଖ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.