ଦେଶ ବିଦେଶ

ୟୁକ୍ରେନ୍‌କୁ ସାହାଯ୍ୟ କରିବ ଭାରତ, ଯୁଦ୍ଧ ମଧ୍ୟରେ ମୋଦି ସରକାରଙ୍କ ବଡ଼ ନିଷ୍ପତ୍ତି

ୟୁକ୍ରେନ୍‌ ଓ ରୁଷ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଭାରତ କାହାର ପକ୍ଷ ନେଉନଥିଲେ ମଧ୍ୟ ମାନବିକତା ଦୃଷ୍ଟିରୁ ଏଥିରେ ସାମିଲ ହେବାକୁ ନିଷ୍ପତ୍ତି ନେଇଛି। ସୋମବାର ବୈଦେଶିକ ମନ୍ତ୍ରାଳୟର ପ୍ରବକ୍ତା ଅରିନ୍ଦମ ବାଗ୍‌ଚି ଏ ନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆମେ ୟୁକ୍ରେନ୍‌କୁ ମାନବୀୟ ସାହାଯ୍ୟ ପଠାଇବୁ। ଏଥିରେ ମେଡିସିନ୍‌ ବି ରହିଛି।

ସେ କହିଛନ୍ତି, ଆମେ ୟୁକ୍ରେନ୍‌ରେ ଫସିଥିବା ଭାରତୀୟ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଅପରେସନ୍‌ ଗଙ୍ଗା ଲଞ୍ଚ୍‌ କରିଛୁ। ଏହି ଅପରେସନ୍‌ରେ ଇତି ମଧ୍ୟରେ ୧୪,୦୦୦ ଲୋକଙ୍କୁ ୬ଟି ବିମାନ ଯୋଗେ ଭାରତକୁ ଅଣାଯାଇଛି। ଏଥିରୁ ୪ଟି ବିମାନ ରୋମାନିଆର ବୁକାରେଷ୍ଟରୁ ଆସିଥିବା ବେଳେ ୨ଟି ବିମାନ ହଙ୍ଗେରୀରୁ ବୁଡ଼ାପେଷ୍ଟରୁ ଭାରତକୁ ଆସିଛନ୍ତି।

ଭାରତୀୟ ବୈଦେଶିକ ମନ୍ତ୍ରାଳୟର କହିବାନୁସାରେ, ୟୁକ୍ରେନ୍‌ରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ଲଗାତାର ଚେଷ୍ଟା ଜାରି ରହିଛି। ମନ୍ତ୍ରାଳୟ କହିଛି, ୟୁକ୍ରେନ୍‌ରେ ସ୍ଥିତି ଧୀରେ ଧୀରେ ଖରାପ ହୋଇଚାଲିଛି, ଯାହା ଏବେ ସମଗ୍ର ବିଶ୍ୱର ଚିନ୍ତା ବଢ଼ାଇଛି। ଆମେ ଆମ ଅଭିଯାନକୁ ଆହୁରି ଜୋର ସୋରରେ ଚଳାଇଛୁ ଓ ଲୋକଙ୍କୁ ଶୀଘ୍ର ଉଦ୍ଧାର କରିବା ଉପରେ ଫୋକସ୍‌ କରୁଛୁ। କେନ୍ଦ୍ର ସରକାରଙ୍କ କହିବାନୁସାରେ, ଆମ ତରଫରୁ ଆଡଭାଇଜରି ଜାରି କରାଯିବା ପରଠାରୁ ଇତି ମଧ୍ୟରେ ୧୪,୦୦୦ ଭାରତୀୟଙ୍କୁ ୟୁକ୍ରେନ୍‌ରୁ ଉଦ୍ଧାର କରାଯାଇସରିଲାଣି।

Also Read: ‘କାଚା ବାଦାମ’ ଫେମ୍‌ ଭୁବନ ବାଦାୟକରଙ୍କ କାର ଦୁର୍ଘଟଣାଗସ୍ତ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

WCW 11

Recent Posts

ମହାକାଳପଡ଼ାରେ ୩୦ ବୁଥରେ EVM ଅଚଳ ଖବର ସମ୍ପୂର୍ଣ୍ଣ ମିଛ : ସିଇଓ

ମହାକାଳପଡ଼ା(କେନ୍ୟୁଜ୍‌): ମହାକାଳପଡ଼ାରେ ୩୦ ବୁଥରେ EVM ଅଚଳ ଖବର ସମ୍ପୂର୍ଣ୍ଣ ମିଛ । ପ୍ରେସ୍ ମିଟରେ ସ୍ପଷ୍ଟ କଲେ ମୁଖ୍ୟ…

2 seconds ago

ଯୁଦ୍ଧ ଶେଷ କରିବାର ସମୟ ଆସିଛି : ବାଇଡେନ

ଯୁଦ୍ଧ ଶେଷ କରିବାର ସମୟ ଆସିଛି । ଗାଜାରେ ଯୁଦ୍ଧ ଶେଷ କରିବା ପାଇଁ ପ୍ରସ୍ତାବ ରଖିଛନ୍ତି ଆମେରିକା ରାଷ୍ଟ୍ରପତି…

13 mins ago

୫୬ ଡିଗ୍ରୀରେ ରେକର୍ଡ ଭାଙ୍ଗିଲା ନାଗପୁର, କେତେ ଡିଗ୍ରୀ ତାପମାତ୍ରା ସହ୍ୟ କରିପାରିବ ମଣିଷ ଶରୀର?

ଏଥର ଗରମ ସମସ୍ତ ରେକର୍ଡ ଭାଙ୍ଗିଦେଇଛି । ଚଳିତ ବର୍ଷ ସମଗ୍ର ଭାରତରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେଉଛି, ଏଥିଯୋଗୁଁ…

16 mins ago

ହାଇକୋର୍ଟରେ ୧୩୦୦ରୁ ଅଧିକ ପଦବୀ ଖାଲି, ତୁରନ୍ତ କରନ୍ତୁ ଆବେଦନ

ସରକାରୀ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଗୁଜରାଟ ହାଇକୋର୍ଟରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି…

23 mins ago

ସକାଳ ୯ଟା ସୁଦ୍ଧା ରାଜ୍ୟରେ ୭.୬୯ ପ୍ରତିଶତ ମତଦାନ

ବାଲେଶ୍ୱର (କେନ୍ୟୁଜ୍‌): ସକାଳ ୯ଟା ସୁଦ୍ଧା ରାଜ୍ୟରେ ୭.୬୯ ପ୍ରତିଶତ ମତଦାନ ହୋଇଛି । ବାଲେଶ୍ୱର ୭.୪୬ ପ୍ରତିଶତ, ଭଦ୍ରକରେ…

42 mins ago

ପୁଣେ ପୋର୍ସେ କାର ଦୁର୍ଘଟଣା ମାମଲା: ନାବାଳକ ଅଭିଯୁକ୍ତର ମା’ ଗିରଫ, ରକ୍ତ ନମୁନା ବଦଳାଇଥିବା ଅଭିଯୋଗ

ପୁଣେ ପୋର୍ସେ କାର୍ ଦୁର୍ଘଟଣା ମାମଲାରେ ନାବାଳକଙ୍କ ମା’ଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ନାବାଳକ ମା' ଶିବାନୀ…

50 mins ago