ୟୁକ୍ରେନ୍କୁ ସାହାଯ୍ୟ କରିବ ଭାରତ, ଯୁଦ୍ଧ ମଧ୍ୟରେ ମୋଦି ସରକାରଙ୍କ ବଡ଼ ନିଷ୍ପତ୍ତି

ୟୁକ୍ରେନ୍ ଓ ରୁଷ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଭାରତ କାହାର ପକ୍ଷ ନେଉନଥିଲେ ମଧ୍ୟ ମାନବିକତା ଦୃଷ୍ଟିରୁ ଏଥିରେ ସାମିଲ ହେବାକୁ ନିଷ୍ପତ୍ତି ନେଇଛି। ସୋମବାର ବୈଦେଶିକ ମନ୍ତ୍ରାଳୟର ପ୍ରବକ୍ତା ଅରିନ୍ଦମ ବାଗ୍ଚି ଏ ନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆମେ ୟୁକ୍ରେନ୍କୁ ମାନବୀୟ ସାହାଯ୍ୟ ପଠାଇବୁ। ଏଥିରେ ମେଡିସିନ୍ ବି ରହିଛି।
ସେ କହିଛନ୍ତି, ଆମେ ୟୁକ୍ରେନ୍ରେ ଫସିଥିବା ଭାରତୀୟ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଅପରେସନ୍ ଗଙ୍ଗା ଲଞ୍ଚ୍ କରିଛୁ। ଏହି ଅପରେସନ୍ରେ ଇତି ମଧ୍ୟରେ ୧୪,୦୦୦ ଲୋକଙ୍କୁ ୬ଟି ବିମାନ ଯୋଗେ ଭାରତକୁ ଅଣାଯାଇଛି। ଏଥିରୁ ୪ଟି ବିମାନ ରୋମାନିଆର ବୁକାରେଷ୍ଟରୁ ଆସିଥିବା ବେଳେ ୨ଟି ବିମାନ ହଙ୍ଗେରୀରୁ ବୁଡ଼ାପେଷ୍ଟରୁ ଭାରତକୁ ଆସିଛନ୍ତି।
India will send humanitarian aid along with medicines to #Ukraine@IndiainUkraine @MEAIndia pic.twitter.com/hFQB89yX03
— DD News (@DDNewslive) February 28, 2022
ଭାରତୀୟ ବୈଦେଶିକ ମନ୍ତ୍ରାଳୟର କହିବାନୁସାରେ, ୟୁକ୍ରେନ୍ରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ଲଗାତାର ଚେଷ୍ଟା ଜାରି ରହିଛି। ମନ୍ତ୍ରାଳୟ କହିଛି, ୟୁକ୍ରେନ୍ରେ ସ୍ଥିତି ଧୀରେ ଧୀରେ ଖରାପ ହୋଇଚାଲିଛି, ଯାହା ଏବେ ସମଗ୍ର ବିଶ୍ୱର ଚିନ୍ତା ବଢ଼ାଇଛି। ଆମେ ଆମ ଅଭିଯାନକୁ ଆହୁରି ଜୋର ସୋରରେ ଚଳାଇଛୁ ଓ ଲୋକଙ୍କୁ ଶୀଘ୍ର ଉଦ୍ଧାର କରିବା ଉପରେ ଫୋକସ୍ କରୁଛୁ। କେନ୍ଦ୍ର ସରକାରଙ୍କ କହିବାନୁସାରେ, ଆମ ତରଫରୁ ଆଡଭାଇଜରି ଜାରି କରାଯିବା ପରଠାରୁ ଇତି ମଧ୍ୟରେ ୧୪,୦୦୦ ଭାରତୀୟଙ୍କୁ ୟୁକ୍ରେନ୍ରୁ ଉଦ୍ଧାର କରାଯାଇସରିଲାଣି।
Also Read: ‘କାଚା ବାଦାମ’ ଫେମ୍ ଭୁବନ ବାଦାୟକରଙ୍କ କାର ଦୁର୍ଘଟଣାଗସ୍ତ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି