ମାର୍ଚ୍ଚ ମାସ ଆରମ୍ଭରୁ ମହଙ୍ଗା ମାଡ଼, ୧୦୫ ବଢିଲା ଏଲପିଜି ସିଲିଣ୍ଡର ଦାମ୍‌

ମାର୍ଚ୍ଚ ମାସ ଆରମ୍ଭରୁ ଗ୍ରାହକଙ୍କୁ ମହଙ୍ଗା ମାଡ଼। ଆଜି ଏଲପିଜି ସିଲିଣ୍ଡରର ନୂଆ ଦାମ୍‌ ଜାରି ହୋଇଛି। ଖବର ମୁତାବକ ସିଲିଣ୍ଡର ଦାମ୍‌ ୧୦୫ ଟଙ୍କା ମହଙ୍ଗା ହୋଇଛନ୍ତି। ୟୁକ୍ରେନ ଓ ରୁଷ ମଧ୍ୟରେ ଯୁଦ୍ଧ ଲାଗି ରହିଥିବା ମଧ୍ୟରେ ଏଲପିଜି ସିଲିଣ୍ଡରର ନୂଆ ରେଟ୍ ଜାରି ହୋଇଯାଇଛି । ସିଲିଣ୍ଡର ଦର ୧୦୫ ଟଙ୍କା ମହଙ୍ଗା ହୋଇଛି । ତେବେ ଏହି ବୃଦ୍ଧି କମର୍ସିଆଲ୍ ସିଲିଣ୍ଡରରେ କରାଯାଇଛି ଓ ମାର୍ଚ୍ଚ ୭ ତାରିଖ ପରେ ଘରୋଇ ସିଲିଣ୍ଡରର ଦାମ୍ ବି ବଢ଼ିବାର ସମ୍ଭାବନା ରହିଛି । ନିର୍ବାଚନ ପରେ ପୁଣି ଗ୍ୟାସ ସିଲିଣ୍ଡର ଦାମ୍‌ ବଢିବ ବୋଲି ଆକଳନ କରାଯାଉଛି। ତେଣୁ ୭ ତାରିଖ ପରେ ଘରୋଇ ସିଲିଣ୍ଡର ରେଟ୍ ବଢ଼ିବ ବୋଲି ଆଶା କରାଯାଉଛି ।

ଘରୋଇ ସିଲିଣ୍ଡରର ଦାମରେ ୬ ଅକ୍ଟୋବର ୨୦୨୧ ପରଠାରୁ କୌଣସି ପରିବର୍ତ୍ତନ ଆସିନାହି । ଏହି ଅବଧିରେ ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପିଛା ୧୦୨ ଡଲାର ଅତିକ୍ରମ କରିଛି। ଅନ୍ୟପଟେ କମର୍ସିଆଲ୍ ସିଲିଣ୍ଡର ଦାମରେ ପରିବର୍ତ୍ତନ ଆସିଥିଲା ।

ଅକ୍ଟୋବର ୨୦୨୧ ରୁ ଫେବୃଆରୀ ୧, ୨୦୨୨ ମଧ୍ୟରେ କମର୍ସିଆଲ୍ ସିଲିଣ୍ଡରର ମୂଲ୍ୟ ୧୭୦ ଟଙ୍କା ବୃଦ୍ଧି ପାଇଛି। ଅକ୍ଟୋବର ୧ ରେ ଦିଲ୍ଲୀର କମର୍ସିଆଲ୍ ସିଲିଣ୍ଡରର ମୂଲ୍ୟ ୧୭୩୬ ଟଙ୍କା ଥିଲା। ନଭେମ୍ବରରେ ଏହା ୨୦୦୦ ହୋଇଥିଲା ଏବଂ ଡିସେମ୍ବରରେ ଏହା ୨୧୦୧ ଟଙ୍କାକୁ ବୃଦ୍ଧି ପାଇଥିଲା । ପରେ ଜାନୁଆରୀରେ ଶସ୍ତା ହୋଇ ଫେବୃଆରୀ ୨୦୨୨ ରେ ଆହୁରି ଶସ୍ତା ହୋଇ ୧୯୦୭ ଟଙ୍କା ହୋଇଥିଲା।

ଆଜି କମର୍ସିଆଲ ସିଲିଣ୍ଡର ଦାମ୍‌ ବଢିବା ପରେ ୧୯ କିଲୋ ଏଲପିଜି ସିଲିଣ୍ଡର ଦାମ ଦିଲ୍ଲୀରେ ୧୯୦୭ ଟଙ୍କା ପରିବର୍ତ୍ତେ ୨୦୧୨ ଟଙ୍କା ହୋଇଛି। ସେହିପରି କଲିକତାରେ ୨୦୯୫, ମୁମ୍ବାଇରେ ୧୯୬୩ ଟଙ୍କା ରହିଛି ।

You might also like