ଶସ୍ତାରେ ମାର୍କେଟକୁ କଡା ଟକ୍କର ଦେବାକୁ ଆସିଲା ସ୍କୋଡାର ଏହି ଦମଦାର କାର

ଦୀର୍ଘ ସମୟର ଅପେକ୍ଷା ପରେ ସ୍କୋଡା ଇଣ୍ଡିଆ ନିଉ ମିଡ ସାଇଜର ସେଡାନ ସ୍କୋଡା ସ୍ଲାଭିଆର ମୂଲ୍ୟ ପ୍ରକାଶ କରିଛି । ବର୍ତ୍ତମାନ ସ୍କୋଡା ସ୍ଲାଭିଆ ର 1.0L TSI ପେଟ୍ରୋଲ ଭାରିଆଣ୍ଟର ମୂଲ୍ୟ ଘୋଷଣା କରାଯାଇଛି । ଏହାର ପ୍ରାରମ୍ଭିକ ମୂଲ୍ୟ ୧୦.୬୯ଲକ୍ଷ ଟଙ୍କା । ଅଧିକ ଶକ୍ତିଶାଳୀ ସ୍କୋଡା ସ୍ଲାଭିଆ 1.5L TSI ପେଟ୍ରୋଲ ଇଞ୍ଜିନ ଭାରିଆଣ୍ଟର ମୂଲ୍ୟ ମାର୍ଚ୍ଚ ୩ରେ ପ୍ରକାଶ ପାଇବ । ଆପଣ ଜାଣିବାକୁ ଚାହିଁବେ କି ସ୍କୋଡା ସ୍ଲାଭିଆ ସର୍ବ୍ଦୋତ୍ତମ ବିକ୍ରି ହେଉଥିବା ମିଡାଇଜ ସେଡାନ ହୋଣ୍ଡା ସିଟି ଅପେକ୍ଷା ଶସ୍ତା ଅଟେ ।

ହୋଣ୍ଡା ସିଟି, ମାରୁତି, ସିଆଜ, ହୁଣ୍ଡାଇ ଭର୍ନା, ଭୋଲ୍ସୱେଗେନ ଭେଣ୍ଟୋ ଭଳି ସାଇଡ ସେଡାନକୁ କଡା ଟକ୍କର ଦେବା ପାଇଁ ଭାରତକୁ ଆସିଥିବା ସ୍କୋଡା ସ୍ଲାଭିଆକୁ ଆକ୍ଟିଭ ଆମ୍ବିସନ ଓ ଷ୍ଟାଇଲରେ ୩ଟି ଲେବଲରେ ସାମନାକୁ ଅଣାଯାଇଛି ।

ଭିନ୍ନ ପ୍ରକାରର ମ୍‌ୂଲ୍ୟ ଉପରେ କହିବାକୁ ଗଲେ ସ୍କୋଡା ସ୍ଲାଭିଆ1.0L ଆକ୍ଟିଭMT ଭାରିଣ୍ଟର ମୂଲ୍ୟ ୧୦.୬୯ଲକ୍ଷ, ସ୍କୋଡା ସ୍ଲାଭିଆ 1.0L ଆମ୍ବିସନ MT ଭାରିଆଣ୍ଟର ମୂଲ୍ୟ ୧୨.୩୯ଲକ୍ଷ ଟଙ୍କା, ସ୍କୋଡା ସ୍ଲାଭିଆ 1.0L ଆମ୍ବିସନ AT ଭାରିଆଣ୍ଟର ମୂଲ୍ୟ ୧୩.୫୯ଲକ୍ଷ, ସ୍କୋଡା ସ୍ଲାଭିଆ 1.0L ଷ୍ଟାଇଲ MT ଭାରିଆଣ୍ଟର ମୂଲ୍ୟ ୧୩.୯୯ଲକ୍ଷ ଏବଂ ସ୍କୋଡା ସ୍ଲାଭିଆ1.0L ଷ୍ଟାଇଲAT ଭାରିଆଣ୍ଟର ମୂଲ୍ୟ ୧୫.୩୯ଟଙ୍କା । ଏସବୁ ମୂଲ୍ୟ ହେଉଛି ଶୋ ରୁମ ମୂଲ୍ୟ ।

ସ୍କୋଡା ସ୍ଲାଭିଆର ଲୁକ ଓ ଫିଚର ଆସିବା ପରେ ଏହି ମିଡ ସାଇଜ ସେଡାନ ସିଗ୍ନେଚର ବଟରପ୍ଲାଇ ଗ୍ରୀଲ, ଥିକ କ୍ରୋମ ବର୍ଡର, ଏଲଇଡି ହେଡଲ୍ୟାମ୍ପ ଓ ଏଲଇଡି ଡିଆରଏଲ ସହିତ ୧୬ଇଞ୍ଚର ଅଲାୟ ହ୍ଲିଲ ଓ ଏକ୍ସଟେରିୟର କାର ପ୍ଲେ ସପୋର୍ଟ ଷ୍ଟାଣ୍ଡାର୍ଡ ଫିଚର ଗୁଡିକରେ ୧୦ଇଞ୍ଚର ଟଚ ସ୍କ୍ରିନ ନିଫୋଟେନମେଣ୍ଟ ସିଷ୍ଟମ, ଇଲେକ୍ରଟ୍ରିକ ସନରୁଫ, ରିୟର ଏସି ଭେଣ୍ଟସ, ୬ଟି ସ୍ପିକର ସହିତ ପ୍ରିମିୟମ ଅଡିଓ ସିଷ୍ଟମ, ଲେଦର ଅଟୋମାଟିକ କ୍ଲାଇମେଟ କଣ୍ଟ୍ରୋଲ ଭଳି ଫିଚର ରହିଛି ।

ସ୍କୋଡା ସ୍ଲାଭିଆକୁ 1.0L TSI ଏବଂ 1.5L TSI ଟର୍ବୋ ପେଟ୍ରୋଲ ଇଞ୍ଜିନ ସହ ଅଣାଯାଇଛି । ଏହି ସେଡାନ ଉଭୟ ମାନୁଆଲ ଏବଂ ଅଟୋମେଟିକ ଟ୍ରାନ୍ସମିସନ ଅପ୍ସନରେ ଉପଲବ୍ଧ । ବାକି ସେଡାନ ପରେ ୬ଟି ଏୟାରବ୍ୟାଗ, ମଲ୍ଟି କୋଲାଇଜନ ବ୍ରେକିଂ ସିଷ୍ଟମ, ହିଲ ହୋଲ୍ଡ କଣ୍ଟ୍ରୋଲ, ଏବିଏସ ଆଇସୋଫିକ୍ସ ମାଉଣ୍ଟ, ଟ୍ରାକ୍ସନ କଣ୍ଟ୍ରୋଲ, ଭେଇକଲ ଷ୍ଟେବିଲିଟି ମାଉଣ୍ଟେନ ସହ ଅନ୍ୟାନ୍ୟ ଫିଚର୍ସ ମଧ୍ୟ ରହିଛି ।