ଦେଶ ବିଦେଶ

ଆମେରିକା ରାଷ୍ଟ୍ରପତି ନିର୍ବାଚନ : ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନଙ୍କ ନିର୍ବାଚନ ରଣନୀତିର ସାରଥି ସାଜିଲେ କର୍ଣ୍ଣାଟକର ବିବେକ ମୂର୍ତ୍ତି

ବେଙ୍ଗାଲୁର : ଆସନ୍ତାକାଲି ଆମେରିକା ରାଷ୍ଟପତି ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେ ଆମେରିକାର ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଓ ଜୋ ବିଡେନଙ୍କ ମଧ୍ୟରେ କଡା ମୁକାବିଲା ହେବ ବୋଲି ଆମେରିକା ଗଣମାଧ୍ୟମରେ ପ୍ରକାଶ ପାଇଛି । ତେବେ ବିଡେନଙ୍କ ନିର୍ବାଚନ ରଣନୀତିର ସାରଥି ସାଜିଛନ୍ତି କର୍ଣ୍ଣାଟକର ଡାକ୍ତର ବିବେକ ମୂର୍ତ୍ତି । ଯଦି ବିଡେନ୍‌ ରାଷ୍ଟ୍ରପତି ନିର୍ବାଚନ ଜିତନ୍ତି ତେବେ ଭାରତୀୟ ବଂଶୋଦ୍ଭବ ବିବେକଙ୍କୁ ଏକ ହ୍ଵାଇଟ୍‌ ହାଉସ୍‌ରେ ବଡ଼ ପଦବୀ ମିଳିପାରେ ।

କାରଣ ବିବେକ ଏବେ ବିଡେନଙ୍କ ରାଜନୈତିକ ପରାମର୍ଶଦାତା ସାଜିଛନ୍ତି । ସେ ବିଡେନଙ୍କ ନିର୍ବାଚନ ରଣନୀତି ମଧ୍ୟ ଚଳାଉଛନ୍ତି । ବିବେକ ୨୦୧୪ରେ ଆମେରିକାର ପୂର୍ବ ରାଷ୍ଟ୍ରପତି ବାରାକ୍‌ ଓବାମାଙ୍କ ସର୍ଜନ ଜେନେରାଲ୍‌ ଭାବେ ନିଯୁକ୍ତ ହୋଇଥିଲେ । ଏଥରର ରାଷ୍ଟ୍ରପତି ପ୍ରାର୍ଥୀ ବିଡେନଙ୍କ ମୁଖ୍ୟ ରଣନୀତିକାର ସାଜିଛନ୍ତି । ଯଦି ବିଡେନ୍‌ ଆମେରିକାର ରାଷ୍ଟ୍ରପତି ଭାବେ ବିଜୟ ହୁଅନ୍ତି ତେବେ ବିବେକଙ୍କୁ ବିଡେନଙ୍କ ପ୍ରଶାସନରେ ବଡ଼ ପଦବୀ ମିଳିପାରେ ।

୪୩ ବର୍ଷ ବୟସ ବିବେକ କର୍ଣ୍ଣାଟକ ମାଣ୍ଡ୍ୟା ଜିଲ୍ଲା ଇଲ୍ଲୀଗର ଗାଁର ବାସିନ୍ଦା । ତାଙ୍କର ବାପା ଏଚ୍‌ ଏନ୍‌ ଲକ୍ଷ୍ମୀ ନରସିଂହା ମହିସୁର ମେଡିକାଲ କଲେଜର ପଢ଼ା ସମାପ୍ତ କରିଛନ୍ତି । ଏବେ ମଧ୍ୟ ବିବେକ ଘରେ ନିଜର ମାତୃଭାଷା କନ୍ନଡ କହିଥାନ୍ତି । ପ୍ରତିବର୍ଷ ବିବେକ ତାଙ୍କର ପୈତୃକ ଗାଁ ଇଲ୍ଲୀଗର ଆସିଥାନ୍ତି । ସେଠାରେ ମାଗଣାରେ ଚାଲୁଥିବା ଚକିତ୍ସା ଶିବିର ପରିଚାଳନା କରିବା ସହ ଗାଁର ଶିକ୍ଷା ସମୃଦ୍ଧି ପାଇଁ ଲକ୍ଷ ଲକ୍ଷ ଡଲାର ଖର୍ଚ୍ଚ କରିଥାନ୍ତି ।

ବିବେକଙ୍କ ଜନ୍ମ ଲଣ୍ଡନରେ ହୋଇଥିବା ବେଳେ ତାଙ୍କର ଲାଳନ ପାଳନ ଆମେରିକାରେ ହୋଇଛି । ବିବେକ ହାର୍ବାର୍ଡ ୟୁନିଭରସିଟିରୁ ବିଏ ସମାପ୍ତ କରିବା ପରେ ୟେଲ୍‌ ସ୍କୁଲ ଅଫ୍‌ ମ୍ୟାନେଜମେଣ୍ଟରୁ ଏମ୍‌ବିଏ ଓ ସେହିଠାରୁ ମେଡିସିନ୍‌ରେ ଏମ୍‌ ଡି କରିଛନ୍ତି । ୨୦୦୮ ଓ ୨୦୧୨ରେ ଓବାମାଙ୍କ ନିର୍ବାଚନରେ ସହାୟତା କରିଥିଲେ ।

ଯଦି ବିଡେନ୍‌ ରାଷ୍ଟ୍ରପତି ପଦରେ ନିଯୁକ୍ତ ହୁଅନ୍ତି ତେବେ ବିବେକ ମୂର୍ତ୍ତି ହ୍ଵାଇଟ୍‌ ହାଉସ୍‌ରେ ଏକ ବଡ଼ ପଦବୀରେ ନିଶ୍ଚିତ ଅବସ୍ଥାପିତ ହେବେ । ଏହା ଭାରତ ସହ ସମ୍ପର୍କ ଆହୁରି ସୁଦୃଢ଼ କରିବ ବୋଲି କର୍ଣ୍ଣାଟକବାସୀ ଆଶା କରିଛନ୍ତି ।

Niharanjan

Recent Posts

ଆଜିର ରାଶିଫଳ: ଦିନଟି ଆପଣଙ୍କର କିପରି ବିତିବ ଜାଣନ୍ତୁ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ଶକ୍ତିଶାଳୀ ହେବାକୁ ଯାଉଛି । ଆପଣ ଠିକ୍ ସମୟରେ କାର୍ଯ୍ୟ ସମାପ୍ତ କରିବାକୁ…

6 hours ago

ଯାତ୍ରୀବାହୀ ବସ୍ ଓଲଟି ୩ ମୃତ, ୫ ଗୁରୁତର

କନ୍ଧମାଳ :  କନ୍ଧମାଳରେ ଓଲଟିଲା ଯାତ୍ରୀବାହୀ ବସ୍ । ୩ ଯାତ୍ରୀ ମୃତ, ୫୦ରୁ ଅଧିକ ଯାତ୍ରୀ ଆହତ ।…

7 hours ago

ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ, ଥାନାରେ ପୁତୁରା ଅଟକ

ପାଟଣାଗଡ଼ : ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ । ଘଟଣା ଘଟିଛି ପାଟଣାଗଡ଼ ଥାନା କୁତୁମୁଣ୍ଡା ଗ୍ରାମରେ ।…

8 hours ago

ସୋସିଆଲ ମିଡିଆରୁ ହଟିଲା ୪୨୦ ଆପତ୍ତିଜନକ ପୋଷ୍ଟ

ଭୁବନେଶ୍ୱର : ସୋସିଆଲ ମିଡିଆରୁ ହଟିଲା ୪୨୦ ଆପତ୍ତିଜନକ ପୋଷ୍ଟ । ଆଦର୍ଶ ଆଚରଣ ବିଧି ଓ ଆଇନ ଉଲ୍ଲଙ୍ଘନକାରୀ…

10 hours ago

ବସ୍ ସହ ପିକଅପ୍ ଭ୍ୟାନ ଧକ୍କା, ୧୯ ହୋମଗାର୍ଡ ଆହତ

ଭୁବନେଶ୍ୱର : ନିର୍ବାଚନ ଡ୍ୟୁଟିରେ ଯାଉଥିବା ବେଳେ ବସ୍ ଦୁର୍ଘଟଣା । ନିର୍ବାଚନ ଡ୍ୟୁଟିରେ ବଲାଙ୍ଗିରରୁ କେନ୍ଦ୍ରାପଡ଼ାକୁ ବସଟି ଯାଉଥିଲା।…

11 hours ago

ରାଜ୍ୟରେ ବଢୁଛି ତାପମାତ୍ରା, ହିଟୱେଭ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ରାଜ୍ୟରେ ବଢୁଛି ତାପମାତ୍ରା । ହିଟୱେଭ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।…

11 hours ago