ଦେଶ ବିଦେଶ

ଭାରତୀୟ ସେନାର ସାହସୀ କୁକୁର ‘ଜୁମ୍‌’ ଗୁରୁତର, ଗୁଳି ବାଜି ମଧ୍ୟ ଆତଙ୍କବାଦୀଙ୍କ ସହିତ ଲଢିଥିଲା ଜୁମ୍‌

ଭାରତୀୟ ସେନାର ଆସଲ୍ଟ କୁକୁର ‘ଜୁମ୍‌’ ଗୁଳିବାଜିବା ଯୋଗୁଁ ଗୁରୁତର ଆହତ ହୋଇଛି। ସୁରକ୍ଷା କର୍ମୀ ଏବଂ ଆତଙ୍କବାଦୀଙ୍କ ମୁହାଁମୁହିଁ ମଧ୍ୟରେ ଗୁଳିବାଜି ଆହତ ହୋଇଛି। ଜମ୍ମୁ-କାଶ୍ମୀର ଅନନ୍ତନାଗ ଜିଲ୍ଲାରେ ହୋଇଥିବା ଆତଙ୍କବାଦୀ ବିପକ୍ଷରେ ହୋଇଥିବା ଅପରେସନରେ ସେନାର ଲଢ଼ୁଆ କୁକର ଜୁମ୍ ଆହତ ହୋଇଛି । ଦୁଇ ଦୁଇଟି ଗୁଳି ବାଜିବା ପରେ ମଧ୍ୟ ଜୁମ୍‌ ଲଢିଥିବା ବୋଲି ଅଧିକାରୀମାନେ କହିଛନ୍ତି। ଜୁମ୍‌ ଯୋଗୁଁ ଲୁଚି ରହିଥିବା ଦୁଇ ଆତଙ୍କବାଦୀଙ୍କୁ ମାରିବାରେ ସଫଳ ହୋଇଥିବା ଭାରତୀୟ ସେନା। ଭାରତୀୟ ସେନା ଟ୍ଵିଟର ଆକାଉଣ୍ଟରେ ଏହି ଖବର ସେୟାର କରିଛି।

ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ଖବର ମିଳିବା ପରେ ରବିବାର ବିଳମ୍ବିତ ରାତିରେ ଦକ୍ଷିଣ କାଶ୍ମୀରର ତଙ୍ଗପାୱା ଏରିଆରେ ସୁରକ୍ଷାବଳ ସର୍ଚ୍ଚ ଅପରେସନ ଜାରି ରଖିଥିଲା । ସୋମବାର ସକାଳେ ଏକ ସନ୍ଦିଗ୍ଧ ଘରେ ଆତଙ୍କବାଦୀ ଲୁଚି ରହିଥିବା ନେଇ ଭାରତୀୟ ସେନା ସନ୍ଦେହ କରିଥିଲା । ଏହାପରେ ସେନାର ଲଢ଼ୁଆ କୁକୁର ଜୁମକୁ ସେଠାକୁ ପଠାଯାଇଥିଲା । ଯେଉଁଠାରେ ଆତଙ୍କବାଦୀ ଲୁଚିରହିଥିଲେ ଏବଂ ସେମାନେ ଜୁମ ଉପରକୁ ଗୁଳିଚଳାଇଥିଲେ ।

ଦୁଇ ଲସ୍କର-ଏ-ତୋଏବା ଆତଙ୍କବାଦୀ ଏନକାଉଣ୍ଟରରେ ପ୍ରାଣ ହରାଇଥିଲେ, ଏହି ଅପରେସନରେ କିଛି ସୁରକ୍ଷାକର୍ମୀ ମଧ୍ୟ ଆହତ ହୋଇଥିଲେ । ଜୁମ ଗୁରୁତର ଆହତ ହେବା ପରେ ଏବେ ଆର୍ମି ଭେଟ୍‌ ହସପିଟାଲରେ ଚିକିତ୍ସାଧିନ ରହିଛି। ସର୍ଜରୀ କରାଯାଇ ଜୁମର ଗୁଳି କଢାଯାଇଛି। ଏହାଛଡା ଭାରତୀୟ ସେନା ଜୁମର ଏକ ଭିଡିଓ ସେୟାର କରି ‘ସାହାସୀ କୁକୁର’ ବୋଲି କହିଛି।

ଜୁମକୁ ଆତଙ୍କବାଦୀଙ୍କୁ ଖୋଜିବା ଏବଂ ତାଙ୍କୁ ଧରିବା ଟ୍ରେନିଂ ମଧ୍ୟ ଦିଆଯାଇଛି । ତେଣୁ ସେ ବହୁତ ଭଲ ଟ୍ରେନିଂ ନେଇଛି। ଏହାଛଡା ଦକ୍ଷିଣ କାଶ୍ମୀରର ଅନେକ ଭାଗରେ ଜୁମ୍ ଭାଗ ନେଇଛି । ସୋମବାର ଜୁମକୁ ସାଧାରଣ ଟାସ୍କ ଦିଆଯାଇଥିଲା । କିନ୍ତୁ ଅପରେସନ ସମୟରେ ଜୁମକୁ ଗୁଳିବାଜିଥିଲା ଏବଂ ସେ ଗୁରୁତର ଭାବରେ ଆହତ ହୋଇଥିଲା । ଗୁଳି ବାଜିବା ସତ୍ତ୍ୱେ ଜୁମ୍ ଲଢ଼ିଥିଲା ଫଳରେ ଲୁଚିଥିବା ଦୁଇ ଆତଙ୍କବାଦୀଙ୍କୁ ମାରିବାରେ ସକ୍ଷମ ହୋଇଥିଲା ସେନା ।

Also Read : ଛୋଟ ପିଲା ସହିତ ପୁସ୍‌ଅପ୍‌ ଚ୍ୟାଲେଞ୍ଜ କଲେ ରାହୁଲ ଗାନ୍ଧୀ, ଭିଡିଓ ଭାଇରଲ

Swagatika

Recent Posts

ଶୁଣିବା ଶକ୍ତି ହରାଇଲେ ପ୍ରସିଦ୍ଧ ବଲିଉଡ୍ ଗାୟିକା ଅଲକା ୟାଗନିକ୍, ପୋଷ୍ଟରେ କହିଲେ…

ଅଲକା ୟାଗନିକ୍ ଜଣେ ପ୍ରସିଦ୍ଧ ବଲିଉଡ୍ ଗାୟିକା । ସଙ୍ଗୀତ ଦୁନିଆରେ ତାଙ୍କୁ କିଏ ବା ନ ଜାଣେ ।…

12 mins ago

ସିକ୍କିମ୍‌ରେ ବର୍ଷା ଓ ଭୂସ୍ଖଳନ ଯୋଗୁ ସ୍ଥିତି ସାଂଘାତିକ, ୨,୦୦୦ ପର୍ଯ୍ୟଟକଙ୍କୁ ଏୟାରଲିଫ୍ଟ କରିବାକୁ ଚାଲିଛି ପ୍ରସ୍ତୁତି

ସିକ୍କିମ୍‌ରେ ବର୍ତ୍ତମାନ ସ୍ଥିତି ସାଂଘାତିକ । ଏଠାରେ କ୍ରମାଗତ ବର୍ଷା ଏବଂ ଭୂସ୍ଖଳନ ଯୋଗୁ ପରିସ୍ଥିତି ଜଟିଳ ହୋଇପଡ଼ିଛି ।…

24 mins ago

ଜୀବନର ଶେଷ ରିଲ୍‌…୩୦୦ ଫୁଟ୍‌ ଗଭୀର ଖାଇକୁ ଖସିଲା କାର୍‌, ଯୁବତୀ ମୃତ

ସୋସିଆଲ ମିଡିଆରେ ରିଲ୍ସ କରିବାକୁ ନେଇ ଲୋକଙ୍କ ମଧ୍ୟରେ ଏତେ ଉତ୍ସାହ ରହୁଛି ଯେ ନିୟମ ସୁଦ୍ଧା ମାନିବାକୁ ସେମାନେ ପ୍ରସ୍ତୁତ…

49 mins ago

ରିଳିଜ୍‌ ହେଲା ଫିଲ୍ମ ‘ସରଫିରା’ର ଟ୍ରେଲର, ଦମ୍‌ଦାର ଲୁକ୍‌ରେ ନଜର ଆସିଲେ ଅକ୍ଷୟ କୁମାର

ବଲିଉଡ ଷ୍ଟାର ଅକ୍ଷୟ କୁମାରଙ୍କ ନୂଆ ଫିଲ୍ମ 'ସରଫିରା'ଟ୍ରେଲର ରିଲିଜ୍‌ ହୋଇଛି । ଖିଲାଡୀ କୁମାରଙ୍କ ଅପ୍‌କମିଂ ଫିଲ୍ମ ସରଫିରା…

1 hour ago

ଇକ୍ୱାଡୋରରେ ପ୍ରବଳ ବର୍ଷା ସାଙ୍ଗକୁ ଭୂସ୍ଖଳନ; ୮ ମୃତ, ୧୧ ନିଖୋଜ

ଇକ୍ୱାଡୋରରେ ବର୍ଷା ରଚିଛି ତାଣ୍ଡବ । ପ୍ରବଳ ବର୍ଷା ଯୋଗୁଁ ଲୋକଙ୍କୁ ଅନେକ ସମସ୍ୟା ସାମ୍ନା କରିଛନ୍ତି । ମଧ୍ୟ…

1 hour ago

ଧର୍ମଶାଳା ରଜ କୁଇନ ମୁକୁଟ ପିନ୍ଧିଲେ ସୁଭଦ୍ରା

ଯାଜପୁର(କେନ୍ୟୁଜ୍‌) : ସାରା ରାଜ୍ୟରେ ମେଲିଛି ରଜର ଆସର । ଧୁମ୍‌ ଧାମ୍‌ ରେ ଏଥର ସବୁଠି ପାଳିତ ହୋଇଯାଇଛି…

2 hours ago