ଭାରତୀୟ ସେନାର ସାହସୀ କୁକୁର ‘ଜୁମ୍’ ଗୁରୁତର, ଗୁଳି ବାଜି ମଧ୍ୟ ଆତଙ୍କବାଦୀଙ୍କ ସହିତ ଲଢିଥିଲା ଜୁମ୍

ଭାରତୀୟ ସେନାର ଆସଲ୍ଟ କୁକୁର ‘ଜୁମ୍’ ଗୁଳିବାଜିବା ଯୋଗୁଁ ଗୁରୁତର ଆହତ ହୋଇଛି। ସୁରକ୍ଷା କର୍ମୀ ଏବଂ ଆତଙ୍କବାଦୀଙ୍କ ମୁହାଁମୁହିଁ ମଧ୍ୟରେ ଗୁଳିବାଜି ଆହତ ହୋଇଛି। ଜମ୍ମୁ-କାଶ୍ମୀର ଅନନ୍ତନାଗ ଜିଲ୍ଲାରେ ହୋଇଥିବା ଆତଙ୍କବାଦୀ ବିପକ୍ଷରେ ହୋଇଥିବା ଅପରେସନରେ ସେନାର ଲଢ଼ୁଆ କୁକର ଜୁମ୍ ଆହତ ହୋଇଛି । ଦୁଇ ଦୁଇଟି ଗୁଳି ବାଜିବା ପରେ ମଧ୍ୟ ଜୁମ୍ ଲଢିଥିବା ବୋଲି ଅଧିକାରୀମାନେ କହିଛନ୍ତି। ଜୁମ୍ ଯୋଗୁଁ ଲୁଚି ରହିଥିବା ଦୁଇ ଆତଙ୍କବାଦୀଙ୍କୁ ମାରିବାରେ ସଫଳ ହୋଇଥିବା ଭାରତୀୟ ସେନା। ଭାରତୀୟ ସେନା ଟ୍ଵିଟର ଆକାଉଣ୍ଟରେ ଏହି ଖବର ସେୟାର କରିଛି।
ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ଖବର ମିଳିବା ପରେ ରବିବାର ବିଳମ୍ବିତ ରାତିରେ ଦକ୍ଷିଣ କାଶ୍ମୀରର ତଙ୍ଗପାୱା ଏରିଆରେ ସୁରକ୍ଷାବଳ ସର୍ଚ୍ଚ ଅପରେସନ ଜାରି ରଖିଥିଲା । ସୋମବାର ସକାଳେ ଏକ ସନ୍ଦିଗ୍ଧ ଘରେ ଆତଙ୍କବାଦୀ ଲୁଚି ରହିଥିବା ନେଇ ଭାରତୀୟ ସେନା ସନ୍ଦେହ କରିଥିଲା । ଏହାପରେ ସେନାର ଲଢ଼ୁଆ କୁକୁର ଜୁମକୁ ସେଠାକୁ ପଠାଯାଇଥିଲା । ଯେଉଁଠାରେ ଆତଙ୍କବାଦୀ ଲୁଚିରହିଥିଲେ ଏବଂ ସେମାନେ ଜୁମ ଉପରକୁ ଗୁଳିଚଳାଇଥିଲେ ।
ଦୁଇ ଲସ୍କର-ଏ-ତୋଏବା ଆତଙ୍କବାଦୀ ଏନକାଉଣ୍ଟରରେ ପ୍ରାଣ ହରାଇଥିଲେ, ଏହି ଅପରେସନରେ କିଛି ସୁରକ୍ଷାକର୍ମୀ ମଧ୍ୟ ଆହତ ହୋଇଥିଲେ । ଜୁମ ଗୁରୁତର ଆହତ ହେବା ପରେ ଏବେ ଆର୍ମି ଭେଟ୍ ହସପିଟାଲରେ ଚିକିତ୍ସାଧିନ ରହିଛି। ସର୍ଜରୀ କରାଯାଇ ଜୁମର ଗୁଳି କଢାଯାଇଛି। ଏହାଛଡା ଭାରତୀୟ ସେନା ଜୁମର ଏକ ଭିଡିଓ ସେୟାର କରି ‘ସାହାସୀ କୁକୁର’ ବୋଲି କହିଛି।
Op Tangpawa, #Anantnag.
Army assault dog ‘Zoom’ critically injured during the operation while confronting the terrorists. He is under treatment at Army Vet Hosp #Srinagar.
We wish him a speedy recovery.#Kashmir@adgpi@NorthernComd_IA pic.twitter.com/FqEM0Pzwpv
— Chinar Corps🍁 – Indian Army (@ChinarcorpsIA) October 10, 2022
ଜୁମକୁ ଆତଙ୍କବାଦୀଙ୍କୁ ଖୋଜିବା ଏବଂ ତାଙ୍କୁ ଧରିବା ଟ୍ରେନିଂ ମଧ୍ୟ ଦିଆଯାଇଛି । ତେଣୁ ସେ ବହୁତ ଭଲ ଟ୍ରେନିଂ ନେଇଛି। ଏହାଛଡା ଦକ୍ଷିଣ କାଶ୍ମୀରର ଅନେକ ଭାଗରେ ଜୁମ୍ ଭାଗ ନେଇଛି । ସୋମବାର ଜୁମକୁ ସାଧାରଣ ଟାସ୍କ ଦିଆଯାଇଥିଲା । କିନ୍ତୁ ଅପରେସନ ସମୟରେ ଜୁମକୁ ଗୁଳିବାଜିଥିଲା ଏବଂ ସେ ଗୁରୁତର ଭାବରେ ଆହତ ହୋଇଥିଲା । ଗୁଳି ବାଜିବା ସତ୍ତ୍ୱେ ଜୁମ୍ ଲଢ଼ିଥିଲା ଫଳରେ ଲୁଚିଥିବା ଦୁଇ ଆତଙ୍କବାଦୀଙ୍କୁ ମାରିବାରେ ସକ୍ଷମ ହୋଇଥିଲା ସେନା ।
Also Read : ଛୋଟ ପିଲା ସହିତ ପୁସ୍ଅପ୍ ଚ୍ୟାଲେଞ୍ଜ କଲେ ରାହୁଲ ଗାନ୍ଧୀ, ଭିଡିଓ ଭାଇରଲ