ଫିଲ୍ମଷ୍ଟାଇଲରେ କିଙ୍ଗପିନ୍‌ ସମେତ ୩ଜଣ ବେପାରୀଙ୍କୁ ଗିରଫ କଲା ଅବକାରୀ ବିଭାଗ, ୮୦ ଲକ୍ଷର ଟଙ୍କାର ଧଳାଜହର ଜବତ

ଜଳେଶ୍ୱର(କେନ୍ୟୁଜ୍): ଗ୍ରାହକ ସାଜିଲେ, ଗିରଫ କଲେ। ୮୦ ଲକ୍ଷର ଟଙ୍କାର ଧଳାଜହର ଜବତ। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅଞ୍ଚଳରୁ ୮୦୦ ଗ୍ରାମର ଧଳାଜହର ଜବତ କରିଛି ଅବକାରୀ ବିଭାଗ। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୮୦ ଲକ୍ଷ ଟଙ୍କା ହେବ। ଜଳେଶ୍ୱର ଥାନା ଅଞ୍ଚଳରେ ୨ଦିନ ଡେରାପକାଇବା ପରେ ଫିଲ୍ମଷ୍ଟାଇଲରେ ଗ୍ରାହକ ସାଜି କିଙ୍ଗପିନ୍‌ ସମେତ ୩ଜଣ ବେପାରୀଙ୍କୁ ଗିରଫ କରିଛି ଅବକାରୀ ବିଭାଗ । କଟକ କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗ , ଜଳେଶ୍ଵର ଏବଂ ଭୋଗରାଇ ଅବକାରୀ ବିଭାଗ ପକ୍ଷରୁ ମିଳିତ ଭାବରେ ୩ଟି ସ୍ଥାନରେ ଚଢାଉ ହୋଇ ୮ଶହ ଗ୍ରାମ୍‌ର ବ୍ରାଉନସୁଗାର ସହ ୨ଟି ବାଇକ୍‌ ଜବତ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.