ହିଜାବ ବିରୋଧରେ ଦେହରୁ ସମସ୍ତ ପୋଷାକ କାଢ଼ିଦେଲେ ଅଭିନେତ୍ରୀ; ସୋସିଆଲ ମିଡିଆରେ ପୋଷ୍ଟ୍ କଲେ ଏପରି ଭିଡିଓ

ଇରାନରେ ହିଜାବ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ଚରମ ସୀମାରେ ପହଞ୍ଚିଛି। ଇରାନୀ ମହିଳାମାନଙ୍କୁ ବିଭିନ୍ନ କ୍ଷେତ୍ରରେ ସେଲିବ୍ରିଟିମାନଙ୍କ ସମର୍ଥନ ମିଳୁଛି। ଇତି ମଧ୍ୟରେ ଜଣେ ଇରାନୀ ଅଭିନେତ୍ରୀ ଏଲ୍ନାଜ ନୋରୋଜି ବି ଏହି ସମର୍ଥନରେ ମହିଳାଙ୍କ ସାଥ୍ ଦେଇଛନ୍ତି। ତାଙ୍କ ପ୍ରତିବାଦ ଏବେ ସାମ୍ନାକୁ ଆସିଛି। ହିଜାବକୁ ବିରୋଧ କରି ସେ ନିଜର ଏକ ଭିଡିଓ ଇନ୍ଷ୍ଟାଗ୍ରାମରେ ସେୟାର କରିଛନ୍ତି, ଯେଉଁଥିରେ ସେ ଦେହରୁ ଗୋଟିଏ ପରେ ଗୋଟିଏ କପଡ଼ା ଖୋଲୁଥିବାର ନଜର ଆସୁଛନ୍ତି। ତାଙ୍କର କହିବା ହେଲା ଯେ ମହିଳାମାନେ କ’ଣ ପିନ୍ଧିବା ଦରକାର, ତାହାର ନିଷ୍ପତ୍ତି ଖୋଦ୍ ସେମାନଙ୍କର ହେବା ଉଚିତ୍। ଅର୍ଥାତ୍ ସେମାନଙ୍କ ପାଖରେ ଏହି ଅଧିକାର ରହିବା ଦରକାର।
ଏକ ଗଣମାଧ୍ୟମକୁ ଦେଇଥିବା ଇଣ୍ଟରଭ୍ୟୁରେ ଅଭିନେତ୍ରୀ ଏହି କଥାର ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ ତାଙ୍କୁ ମଧ୍ୟ ଇରାନ ପୋଲିସ ଦ୍ୱାରା ଏଭଳି କାର୍ଯ୍ୟାନୁଷ୍ଠାନର ସାମ୍ନା କରିବାକୁ ପଡ଼ିଥିଲା। ତେବେ ତାଙ୍କ କହିବା ହେଲା, ବର୍ତ୍ତମାନ ଇରାନର ସ୍ଥିତି ବହୁତ ଖରାପ ରହିଛି। ରାସ୍ତା ଉପରେ ବହୁତ ଅରାଜକତା ଦେଖା ଦେଇଛି। ହଜାର ହଜାର ଲୋକ ଇରାନ ଶାସନକୁ ବିରୋଧ କରୁଛନ୍ତି। ମହିଳାମାନଙ୍କ ସହିତ ଖରାପ ବ୍ୟବହାର କରାଯାଉଛି। ୪୦ରୁ ଅଧିକ ବୟସର ମହିଳାଙ୍କ ଉପରେ ଅତ୍ୟାଚାର କରାଯାଉଛି। ଅଭିନେତ୍ରୀ ଏଲ୍ନାଜ କହିଥିଲେ କି, ମୁଁ ତେହରାନରେ ଜନ୍ମ ହୋଇଥିଲି ଏବଂ ଛୋଟବେଳୁ ଏହାକୁ ଦେଖି ଆସୁଛି। ମୋତେ ପ୍ରଥମରୁ ହିଁ ହିଜାବ ପିନ୍ଧିବାକୁ ପଡ଼ିଛି।
ନିଜର ଇନ୍ଷ୍ଟାଗ୍ରାମ ପୋଷ୍ଟରେ ଏଲ୍ନାଜ କହିଛନ୍ତି, ‘ଦୁନିଆର ପ୍ରତି କୋଣ ଅନୁକୋଣରେ ମହିଳାମାନଙ୍କ ପାଖରେ ନିଜର ମନ ମୁତାବକ ପୋଷାକ ପିନ୍ଧିବାର ଅଧିକାର ରହିବା ଉଚିତ୍। କୌଣସି ବି ପୁରୁଷ କି ଅନ୍ୟ ମହିଳାଙ୍କର ଅଧିକାର ନାହିଁ ଯେ ସେମାନେ ତାକୁ ଜଜ୍ କରିବେ ଏବଂ ଅନ୍ୟ ହିସାବରେ କପଡ଼ା ପିନ୍ଧିବାକୁ କହିବେ’। ଏଲ୍ନାଜ ଆହୁରି କହିଥିଲେ, ‘ପ୍ରତ୍ୟେକ ମଣିଷର ଅଲଗା ଅଲଗା ବିଚାର ଏବଂ ବିଶ୍ୱାସ ରହିଛି। ସେମାନଙ୍କୁ ସମ୍ମାନ କରାଯିବା ଉଚିତ୍’।
View this post on Instagram
ଅଭିନେତ୍ରୀଙ୍କ କହିବା ହେଲା, ‘ଲୋକତନ୍ତ୍ରର ଅର୍ଥ ହେଲା ନିର୍ଣ୍ଣୟ ନେବାର ଶକ୍ତି। ପ୍ରତ୍ୟେକ ମହିଳାଙ୍କ ପାଖରେ ନିଜ ଶରୀର ଉପରେ ନିର୍ଣ୍ଣୟ ନେବାର ଶକ୍ତି ଥିବା ଦରକାର। ମୁଁ ନଗ୍ନତାକୁ ପ୍ରୋତ୍ସାହନ ଦେଉନାହିଁ, ବରଂ ପସନ୍ଦର ସ୍ୱତନ୍ତ୍ରତାକୁ ପ୍ରୋତ୍ସାହନ ଦେଉଛି’।