ଆପଣଙ୍କୁ ସୁନା ଏବଂ ଟଙ୍କା ଭର୍ତ୍ତି ବ୍ୟାଗ ଯଦି ମିଳେ , ତେବେ ଆପଣ କ’ଣ କରିବେ। ହୁଏତ ଆପଣ ଟିକେ ଲୋଭୀ ହୋଇଯିବେ। ଏମିତି ଘଟଣା ପୂର୍ବରୁ ଅନେକ ହୁଏତ ଦେଖିଥିବେ। ଆଉ କେତେକ ଘଟଣାରେ ଏହାକୁ ପାଇଥିବା ବ୍ୟକ୍ତି ଫେରାଉଥିବା ଖବର ମଧ୍ୟ ନିଶ୍ଚିତ ଶୁଣିଥିବେ। ଏମିତି ଏକ ଘଟଣା ଦୁବାଇରେ ଘଟିଛି, ତାହା ପୁଣି ଜଣେ ଭାରତୀୟଙ୍କ ସହିତ।
ଦୁବାଇରେ ଜଣେ ଭାରତୀୟ ନାଗରିକଙ୍କୁ ୧୪ ହଜାର ଡଲାର ଟଙ୍କା ଏବଂ ୨ ଲକ୍ଷ ମୂଲ୍ୟର ସୁନା ଭର୍ତ୍ତି ବ୍ୟାଗ ମିଳିଥିଲା। ଯାହାକୁ ନେଇବ୍ୟକ୍ତି ଜଣକ ଦୁବାଇ ପୋଲିସକୁ ଫେରାଇ ଦେଇଥିଲେ। ଏଥିପାଇଁ ଦୁବାଇ ପୋଲିସ ସେହି ଭାରତୀୟ ନାଗରିକଙ୍କୁ ପୁରସ୍କୃତ ମଧ୍ୟ କରିଥିଲା।
ରିପୋର୍ଟ ମୁତାବକ, ଭାରତୀୟ ନାଗରିକ ଜଣକ ମାନବିକତା ଏବଂ ଦାୟିତ୍ୱବାନ ଭୂମିକା ନିର୍ବାହ କରି ପାଇଥିବା ପଇସାକୁ ଫେରାଇଦେଇଥିଲେ। ଶନିବାର ଦିନ ଅଲ କୁସୈସ ପୋଲିସ ଷ୍ଟେସନର ନିର୍ଦ୍ଦେଶକ ବ୍ରିଗେଡିଅର ୟୁସୁଫ ଅବ୍ଦଦୁଲା ସଲୀମ ଅଲ୍ଲୀ ଅଦିଦି ଟଙ୍କା ଏବଂ ସୁନା ଭର୍ତ୍ତି ବ୍ୟାଗ ଫେରାଇଥିବା ବ୍ୟକ୍ତି ରିତେଶ ଜେମ୍ସ ଗୁପ୍ତାଙ୍କୁ ପୁରସ୍କୃତ କରିଥିଲେ। ତାଙ୍କର ଏପରି କାମ ଯୋଗୁଁ ମଧ୍ୟ ତାଙ୍କୁ ପ୍ରଶଂସତି କରାଯାଇଥିଲା।
ଉଦ୍ଘାଟନ ପୂର୍ବରୁ ଭୁଶୁଡ଼ି ପଡ଼ିଲା ବ୍ରିଜ୍ । ବିହାରର ଅରାରିଆର ସିକଟିରେ ବକରା ନଦୀରେ ନିର୍ମିତ ବ୍ରିଜ୍ ମଙ୍ଗଳବାର ଭୁଶୁଡ଼ି…
କାକଟପୁର : ଦେବୀ ନଦୀରେ ଗାଧୋଇବା ସମୟରେ ନଦୀରେ ବୁଡି ତିନିଜଣ ନାବାଳକଙ୍କ ମୃତ୍ୟୁ। ମୃତକ ନାବାଳକ ସମସ୍ତେ ଗୋଟିଏ…
ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା' ଲକ୍ଷ୍ମୀ । ଆଉ କିଛି ସମୟ ପରେ…
ଭୁବନେଶ୍ୱର(କେନ୍ୟୁଜ୍): ଆଜି ଶପଥ ନେଇଛନ୍ତି ରାଜ୍ୟର ସମସ୍ତ ନବନିର୍ବାଚିତ ବିଧାୟକ । ଆଜି ବିଧାନସଭାର ୩ ଦିନିଆ ସ୍ୱତନ୍ତ୍ର ଅଧିବେଶନରେ…
ବିହାରର ପାଟନା ଏୟାରପୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ମିଳିଛି ଧମକ । ଏହି ଧମକ ଇ-ମେଲ୍ ମାଧ୍ୟମରେ ମିଳିଛି, ଯାହାକୁ…
ଭାରତୀୟ ଟିମ୍ ଟି୨୦ ବିଶ୍ୱକପ ୨୦୨୪ ସୁପର-୮ ମ୍ୟାଚ ଖେଳିବାକୁ ୱେଷ୍ଟଇଣ୍ଡିଜରେ ପହଞ୍ଚିସାରିଛି । ଟିମ୍ ବ୍ରିଜଟାଉନରେ କଠିନ ଅଭ୍ୟାସ…