ଦେଶ ବିଦେଶ

ଅଷ୍ଟ୍ରେଲିଆ: ଭାରତୀୟ ନର୍ସିଂ ଛାତ୍ରୀଙ୍କୁ ପ୍ରେମିକ ଦେଲା ଯନ୍ତ୍ରଣାଦାୟକ ମୃତ୍ୟୁ, ଅପହରଣ କରି ଜିଅନ୍ତା ପୋତିଦେଲା

ଅଷ୍ଟ୍ରେଲିଆରୁ ଏକ ହୃଦୟବିଦାରକ ଖବର ସାମ୍ନାକୁ ଆସିଛି। ଏଠାରେ ଜଣେ ପ୍ରେମୀ ପ୍ରତିଶୋଧ ପରାୟଣ ହୋଇ ନିଜ ପ୍ରେମିକାକୁ ହତ୍ୟା କରିଛି। ହତ୍ୟାର ଶିକାର ହୋଇଛନ୍ତି ୨୧ ବର୍ଷୀୟା ଭାରତୀୟ ନର୍ସିଂ ଛାତ୍ରୀ ଜସ୍ମିନ୍‌ କୌର୍‌। ପ୍ରେମୀ ଜଣକ ଛାତ୍ରୀଙ୍କୁ ଅପହରଣ କରିନେଇ ତାଙ୍କୁ ଜୀବନ୍ତ କବର ଦେଇଛନ୍ତି। ଜୀବନ୍ତ ପୋତିବା ଆଗକୁ ସେ ପ୍ରେମିକାକୁ ଅନେକ ଥର ଆଘାତ ମଧ୍ୟ ଦେଇଥିବା ଜଣାପଡ଼ିଛି।

ଅଭିଯୁକ୍ତ ନର୍ସିଂ ଛାତ୍ରୀ ଜସ୍ମିନଙ୍କୁ ଅପହରଣ କରି ପ୍ରାୟ ୬୫୦ କିଲୋମିଟର ଦୂରକୁ ନେଇଯାଇଥିଲେ। ଦକ୍ଷିଣ ଅଷ୍ଟ୍ରେଲିଆର ସୁଦୂର ଫ୍ଲିଣ୍ଡର୍ସ ରେଞ୍ଜରେ ତାଙ୍କୁ ଜୀବନ୍ତ ପୋତି ଦେଇଥିଲେ। କୋର୍ଟର ଶୁଣାଣି ସମୟରେ ଏ କଥା ସାମ୍ନାକୁ ଆସିଛି।

ସୂଚନା ରହିଛି, ଏଡିଲେଡ୍‌ ସହରର ଜସ୍ମିନ୍ କୌରଙ୍କୁ ୨୦୨୧ ମାର୍ଚ୍ଚରେ ତାରିକଜୋତ୍‌ ସିଂ ହତ୍ୟା କରିଥିଲେ। ମାର୍ଚ୍ଚ ୫ରେ ଜସ୍ମିନ୍‌ଙ୍କୁ ତାଙ୍କ କର୍ମକ୍ଷେତ୍ରରୁ ଅପହରଣ କରାଯାଇଥିଲା ଏବଂ ତାଙ୍କୁ କେବୁଲରେ ବାନ୍ଧି ଏକ କାର୍‌ରେ ୪୦୦ ମାଇଲରୁ ଅଧିକ ଦୂରରୁ ନିଆଯାଇଥିଲା।

ଅଭିଯୁକ୍ତ ଜସ୍ମିନ୍‌ଙ୍କ ବେକକୁ ଧରୁଆ ଅସ୍ତ୍ରରେ ଅନେକ ଥର ଆଘାତ କରିଥିଲେ, ଯାହାପରେ ସେ ତାଙ୍କୁ ଜୀବନ୍ତ ପୋତି ଦେଇଥିଲେ। ମାର୍ଚ୍ଚ ୬ରେ ଜସ୍ମିନ୍‌ଙ୍କର ମୃତ୍ୟୁ ହୋଇଥିଲା। ଯଦିଓ ପରେ ଅଭିଯୁକ୍ତଙ୍କୁ ଏହି ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା, କିନ୍ତୁ ସୁପ୍ରିମକୋର୍ଟରେ ଦଣ୍ଡାଦେଶ ଶୁଣାଣି ସମୟରେ ଭୟଙ୍କର ତଥ୍ୟ ସାମ୍ନାକୁ ଆସିଛି।

ଅଭିଯୁକ୍ତ ପ୍ରଥମେ ହତ୍ୟାକୁ ଅସ୍ୱୀକାର କରି କହିଥିଲେ ଯେ ଜସ୍ମିନ୍‌ ଜୀବନ ହାରିଥିଲେ ଏବଂ ଏହାପରେ ସେ ଶବକୁ ପୋତି ଦେଇଥିଲେ। କିନ୍ତୁ ଶୁଣାଣି ପୂର୍ବରୁ ସେ ନିଜ ଦୋଷ ସ୍ୱୀକାର କରିଥିଲେ।

Roshni

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago