ଦେଶ ବିଦେଶ

କେଦାରନାଥ ଧାମରେ ବ୍ୟାନ ହେବ ମୋବାଇଲ ଫୋନ !

କେଦାରନାଥ ଧାମରେ ବ୍ୟାନ ହେବ ମୋବାଇଲ ଫୋନ! ବଦ୍ରିନାଥ କେଦାରନାଥ ଟ୍ରଷ୍ଟ ଏନେଇ ବିଜ୍ଞପ୍ତି ଜାରି କରିଛି। ତେବେ ବିଶେଷ କରି ମନ୍ଦିର ନିକଟରେ ୟୁଟ୍ୟୁବ୍‌ ଭିଡିଓ ଇନଷ୍ଟାଗ୍ରାମ ରିଲସ ବନାଉଥିବା ଲୋକଙ୍କୁ ଏହା ଚେତାବନୀ।

ବଦ୍ରିନାଥ କେଦାରନାଥ ଟ୍ରଷ୍ଟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି ଯେଉଁଥିରେ ସ୍ପଷ୍ଟ ଭାବରେ ଲେଖାଯାଇଛି ଯେ, ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ମାନେ ମନ୍ଦିର ନିକଟରେ ୟୁଟ୍ୟୁବ ଭିଡିଓ ଓ ରିଲସ ବନାଉଛନ୍ତି ଯାହା ପୂରା ବିଶ୍ୱରେ ହିନ୍ଦୁ ମାନଙ୍କ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଉଛି, ଆଉ ଏପରି ଭିଡିଓ ବନାଉଥିବା ଲୋକଙ୍କ ବିରୋଧରେ ଦୃ୍‌ଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରୁଛନ୍ତି ଅନେକ।

ତେଣୁ ମନ୍ଦିର ପରିସରରେ ଭିଡିଓ ବନାଉଥିବା ଲୋକଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ତେବେ ପ୍ରଶ୍ନ ହେଉଛି ହଠାତ ଏପରି ନିଷ୍ପତି କଣ ପାଇଁ  । ଆପଣ ଏକ ଭିଡିଓ ଦେଖିଥିବେ ଯେଉଁଥିରେ କେଦାରନାଥ ମନ୍ଦିର ସାମ୍ନାରେ ନିଜ ପାର୍ଟନରଙ୍କୁ ପ୍ରପୋଜ କରୁଛନ୍ତି ମହିଳା। ଯିଏ କି ଜଣେ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ମଧ୍ୟ।

ଏହି ଭିଡିଓ ସାମ୍ନାକୁ ଆସିବା ପରେ ଅନେକ ଏହାକୁ ସମାଲୋଚନା କରାଯାଇଥିଲା । ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଇଥିଲା। ଧାର୍ମିକ ସ୍ଥଳୀରେ ଏପରି କରି ଏହାକୁ ଅସମ୍ମାନ କରାଯାଇଥିବା ଲୋକମାନେ ମତ ରଖିଥିଲେ। ଆଉ ଏହି ଭିଡିଓ ଆସିବାର ଦିନକ ପରେ ଏପରି ବିଜ୍ଞପ୍ତି ଜାରି କରିଛି ମନ୍ଦିର ପ୍ରଶାସନ।

ଟ୍ଵିଟରକୁ ଟକ୍କର ଦେବ ଥ୍ରେଡସ୍‌ । ଆସିଲା ମେଟାର ଥ୍ରେଡ ଆପସ୍‌ । ଏଲନ ମସ୍କଙ୍କ ଟ୍ଵିଟର ପାଇଁ ଚିନ୍ତାରେ ଥିବା ୟୁଜର୍ସଙ୍କ ପାଇଁ ମେଟା ଆଣିଛି ଥ୍ରେଡସ୍‌ । ଟ୍ଵିଟର ଭଳି ସବୁ ଫିଚର ଏଥିରେ ରହିଛି । ଏହା ସହ ପୋଷ୍ଟ ପାଇଁ ୫୦୦ ଓ୍ଵାର୍ଡ ଲିମିଟ ରଖାଯାଇଛି ।

ଟ୍ଵିଟରରେ ଅଛି ୨୫୦ ଓ୍ଵାଡ ଲିମିଟ । ଆମେରିକା, ବ୍ରିଟେନ, ଅଷ୍ଟ୍ରେଲିଆ, ଜାପାନ, କାନାଡା ସହ ୧୦୦ରୁ ଅଧିକ ଦେଶରେ ଆପେଲ ଓ ଗୁଗୁଲ ଆଣ୍ଡ୍ରୋଏଡ ଆପରେ ଉପଲବ୍ଧ ହୋଇଛି ଥ୍ରେଡସ୍‌ । ଗୁଗୁଲ ପ୍ଲେ ଷ୍ଟୋରରୁ ଏହାକୁ ଡାଉନଲୋଡ କରିପାରିବେ ୟୁଜର୍ସ ।

Niharanjan

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago