ରେଲୱେ ଟିକେଟ ବୁକ କରିବା ପାଇଁ ଆଉ ଲାଇନରେ ଛିଡ଼ା ହେବାକୁ ପଡ଼ିବନି, ମୋବାଇଲରେ ଏମିତି କରିପାରିବେ ବୁକିଂ

ଏଣିକି ଅସଂରକ୍ଷିତ ଶ୍ରେଣୀରେ ରେଳ ଯାତ୍ରା କରିବା ପାଇଁ ଆପଣଙ୍କୁ ଲାଇନରେ ଛିଡ଼ା ହୋଇ ଟିକେଟ ବୁକ୍ କରିବାକୁ ପଡ଼ିବ ନାହିଁ। କିଛି ଦିନ ପୂର୍ବରୁ ରେଲୱେ ଏଭଳି ଯାତ୍ରୀଙ୍କ ଲାଗି ନୂଆ ମୋବାଇଲ ଆପ୍ ଲଞ୍ଚ କରିଛି। ଏଥିରେ ମୋବାଇଲ୍ ଫୋନ୍ ଜରିଆରେ ସାଧାରଣ(ଅସଂରକ୍ଷିତ) ଟିକେଟ ଏବଂ ପ୍ଲାଟଫର୍ମ ଟିକେଟ ବୁକ୍ କରାଯାଇପାରିବ। ଭାରତୀୟ ରେଲୱେର ଏହି ଆପ୍ଲିକେଶନର ନାଁ ହେଉଛି ‘ଅନାରକ୍ଷିତ ଟିକେଟ ସିଷ୍ଟମ(ୟୁଟିଏସ)।
ଏହି ଆପକୁ ଆଣ୍ଡ୍ରଏଡ୍ ଏବଂ ଆଇଫୋନ ମୋବାଇଲ୍ ଉପଭୋକ୍ତା ବ୍ୟବହାର କରିପାରିବେ, ଯଦ୍ଦ୍ବାରା ଷ୍ଟେଶନ ଟିକେଟ କାଉଣ୍ଟରରେ ଭିଡ଼ କମ୍ ହୋଇପାରିବ ଏବଂ ପେପରଲେଶ୍ ଅଭିଯାନର ଲାଭ ମଧ୍ୟ ଉଠିପାରିବ।

ଆପରେ ବୁକ୍ ହେବ ଟିକେଟ
ଯାତ୍ରୀମାନଙ୍କୁ ୟୁଟିଏସ ଆପ୍ ନିଜ ମୋବାଇଲ ଫୋନରେ ଡାଉନଲୋଡ୍ କରିବାକୁ ପଡ଼ିବ। ଏହି ଆପ୍ଲିକେଶନ ବ୍ୟବହାର କରିବା ପାଇଁ ମୋବାଇଲରେ ଜିପିଏସ୍ ଚାଲୁ କରିବାକୁ ହେବ। ଆପ୍ ଡାଉନଲୋଡ୍ ହେବା ପରେ ଆପଣଙ୍କୁ ଆପଣଙ୍କ ମୋବାଇଲ୍ ଫୋନ୍ ନମ୍ବର ଏଥିରେ ରେଜିଷ୍ଟର କରିବାକୁ ପଡ଼ିବ। ଏହାପରେ ଯାତ୍ରୀମାନଙ୍କୁ କେଉଁଠାରୁ କେଉଁଠାକୁ ଯିବାକୁ ହେବ, ସେହି ଷ୍ଟେଶନର ସୂଚନା ଆପରେ ଦେବାକୁ ହେବ।

ଅନଲାଇନରେ ହେବ ପେମେଣ୍ଟ
ଏହି ଆପରେ ଟିକେଟ ବୁକ୍ କରିବା ପରେ ଯାତ୍ରୀ ଅନଲାଇନ ପେମେଣ୍ଟ କରିପାରିବେ। ରେଳୱେ ନିଜ ତରଫରୁ ଏକ ୱାଲେଟ୍ ‘ଆର-ୱାଲେଟ’ ନାଁରେ ଆରମ୍ଭ କରିଛି, ଯେଉଁଥିରେ ପଇସା ରିଚାର୍ଜ କରି ତାହା ଜରିଆରେ ଟିକେଟ ଶୁଳ୍କ ଭରିବାକୁ ପଡ଼ିବ।

ମିଳିବ ୫ ପ୍ରତିଶତ ବୋନସ୍
ୱାଲେଟ୍ ରିଚାର୍ଜ କରାଇବା ଉପରେ ଯାତ୍ରୀମାନଙ୍କୁ ୫ ପ୍ରତିଶତ ବୋନସ୍ ମିଳିବ। ଯେମିତିକି, କୌଣସି ଯାତ୍ରୀ ୧୦୦ ଟଙ୍କା ୱାଲେଟରେ ଦେଲେ, ତାଙ୍କ ଖାତାରେ ୧୦୫ ଟଙ୍କା ଆସିବ। ୨୦୦ ଟଙ୍କା ରିଚାର୍ଜ କଲେ ୧୦ ଟଙ୍କା ଅତିରିକ୍ତ ବୋନସ୍ ମିଳିବ। ରେଜିଷ୍ଟ୍ରେଶନ ପରେ ଆପଣ ୧୫୦ରୁ ୫୦୦୦ ଟଙ୍କା ପର୍ଯ୍ୟନ୍ତ ରିଚାର୍ଜ କରିପାରିବେ। ସେହି ରିଚାର୍ଜରୁ ଜେନେରୋଲ ଟିକେଟ ମିଳିବ। ଡେବିଟ୍ ଏବଂ କ୍ରେଡିଟ୍ କାର୍ଡରେ ବି ଟିକେଟ କରିବାର ସୁବିଧା ରହିଛି।

ଷ୍ଟେଶନରେ ପ୍ରବେଶ ପୂର୍ବରୁ ବୁକ୍ କରିବାକୁ ପଡ଼ିବ
ଯାତ୍ରୀମାନଙ୍କୁ ଷ୍ଟେଶନରେ ପ୍ରବେଶ କରିବା ପୂର୍ବରୁ ଆପରେ ଟିକେଟ ବୁକ୍ କରିବାକୁ ପଡ଼ିବ। ଥରେ ଷ୍ଟେଶନରେ ପ୍ରବେଶ କଲେ ଆଉ ଟିକେଟ ବୁକ୍ ହେବ ନାହିଁ। ଏପରି କି, ଟ୍ରେନ ଭିତରେ ବସିବା ପରେ ମଧ୍ୟ ଟିକେଟ ବୁକ୍ ହୋଇପାରିବ ନାହିଁ। ଏଭଳି ନିୟମ ଦ୍ବାରା ବିନା ଟିକେଟରେ ଯାତ୍ରା କରୁଥିବା ଯାତ୍ରୀଙ୍କ ଉପରେ ଲଗାମ ଲଗାଯାଇ ପାରିବ।

କେମିତି ବୁକ୍ ହେବ ଟିକେଟ
ଟିକେଟ ବୁକ୍ କରିବା ସମୟରେ ପ୍ରଥମେ ଯେଉଁ ଷ୍ଟେଶନରୁ ଯାତ୍ରା ଆରମ୍ଭ କରିବେ, ତାହା କେଉଁ ମଣ୍ଡଳ ଅଧୀନରେ ଅଛି, ତାହାର ଅପଶନ ଭରିବାକୁ ପଡ଼ିବ। ଉଦାହରଣ ସ୍ବରୂପ, ଗୋରଖପୁରରୁ ଯାତ୍ରା କରୁଥିଲେ, ଆପଣଙ୍କୁ ଏହା ପୂର୍ବରୁ ଲକ୍ଷୌ ମଣ୍ଡଳ ଅପଶନ ଭରିବାକୁ ହେବ। ଏହାପର ଅପଶନରେ ଗୋରଖପୁର ଟାଇପ କଲେ ହିଁ ସବିଶେଷ ତଥ୍ୟ ଆସିଯିବ।

ଏହାସହ ପଢ଼ନ୍ତୁ: ଏବେ ଟ୍ରେନ ଇଞ୍ଜିନ୍ ରେ ଲାଗିବ ବିମାନ ଭଳି ବ୍ଲାକ ବକ୍ସ, ସୁରକ୍ଷିତ ହେବ ଯାତ୍ରା

ପ୍ଲାଟଫର୍ମ ଏବଂ ଏମଏସଟିର ହେବ ବୁକିଂ
ରେଳ ଯାତ୍ରୀଙ୍କ ସୁବିଧା ପାଇଁ ଏହି ଆପରେ ମାସିକ ସିଜନ ଟିକେଟ(ଏମଏସଟି) ବ୍ୟତୀତ ପ୍ଲାଟଫର୍ମ ଟିକେଟ ଏବଂ ଅସଂରକ୍ଷିତ ଶ୍ରେଣୀ ଟିକେଟ ମଧ୍ୟ ବୁକିଂ ହୋଇପାରିବ। ଆପଣଙ୍କୁ ଟିକେଟର ପ୍ରିଣ୍ଟ ବାହାର କରିବାର ଆବଶ୍ୟକତା ନାହିଁ। ଏହି ଆପ୍ ଜରିଆରେ ଆପଣ ଆପଣଙ୍କର ବୁକିଂ ହିଷ୍ଟ୍ରି, କ୍ୟାନସଲ ଟିକେଟ, ଆର୍-ୱାଲେଟରେ ବାଲାନ୍ସ ଆଦିର ସୂଚନା ପାଇପାରିବେ।

ଅଗଷ୍ଟ ପର୍ଯ୍ୟନ୍ତ ମିଳିବ ବୋନସ
ଅଧିକରୁ ଅଧିକ ଯାତ୍ରୀଙ୍କୁ ଯୋଡ଼ିବା ପାଇଁ ରେଲୱେ ୨୪ ଅଗଷ୍ଟ ପର୍ଯ୍ୟନ୍ତ ବୋନସ୍ ଦିନ ଘୋଷଣା କରିଛି। ଏବେ ଆପଣ ଟିକେଟ ବୁକିଂ ଉପରେ ବୋନସ୍ ପାଇପାରିବେ।

ଛୋଟ ଷ୍ଟେଶନର ମିଳିବ ଟିକେଟ
ଏହି ଆପ ମାଧ୍ୟମରେ ଯାତ୍ରୀମାନଙ୍କୁ ଛୋଟରୁ ଛୋଟ ଷ୍ଟେଶନ ଏବଂ ହଲ୍ଟର ଟିକେଟ ମଧ୍ୟ ମିଳିବ। ଏହାର ଫାଇଦା ହେବ କି ଯାତ୍ରୀ ବିନା ଲାଇନରେ ଛିଡ଼ା ହୋଇ ଡେବିଟ୍ କାର୍ଡ ଅଥବା ନେଟ୍ ବ୍ୟାଙ୍କିଙ୍ଗ୍ ଜରିଆରେ ନିଜର ଟିକେଟ ସିଧାସଳଖ ବୁକ୍ କରିପାରିବେ।

Roshni

Recent Posts

ଆଜିର ରାଶିଫଳ: କାର୍ଯ୍ୟକ୍ଷେତ୍ରରେ ଅଗ୍ରଗତି ହେବ, ବ୍ୟବସାୟ ବିସ୍ତାର ହେବ

ମେଷ: ଆସନ୍ତାକାଲି ଏକ ଭଲ ଦିନ ହେବ । ସ୍ୱାସ୍ଥ୍ୟ ଭଲ ରହିବ । କୌଣସି ଶାରୀରିକ ଯନ୍ତ୍ରଣା ହେବ…

5 hours ago

ତୁଳସୀ ପାହାଡରେ ବିଏସଏଫ ଜବାନଙ୍କୁ ବଡ଼ ସଫଳତା, ମାଓ ଡ଼ମ୍ପିଙ୍ଗ ଠାବ

ମାଲକାନଗିରି : ମାଲକାନଗିରି ଜିଲ୍ଲା ତୁଳସୀ ପାହାଡରେ BSF ଜବାନଙ୍କୁ ମିଳିଛି ବଡ଼ ସଫଳତା । ସୁରକ୍ଷାକର୍ମୀଙ୍କ କୁମ୍ବିଙ୍ଗ ଅପରେସନ…

6 hours ago

ପୋଖରୀରେ ବୁଡି ବୃଦ୍ଧ ମୃତ, ଗାଧୋଉଥିବା ସମୟରେ ପାଣିରେ ବୁଡି ଗଲେ

ଆନନ୍ଦପୁର : ପୋଖରୀରେ ବୁଡି ବୃଦ୍ଧ ମୃତ । ରାମଚନ୍ଦ୍ରପୁର ଥାନା ନର୍ଦା ଗାଁରେ ଦେଖିବାକୁ ମିଳିଛି ଏଭଳି ଅଘଟଣ…

6 hours ago

ଅଧା ବଗି ଛାଡ଼ି ଦୁଇ କିଲୋମିଟର ଚାଲିଗଲା ମାଲଗାଡ଼ି

ଜଳେଶ୍ୱର : ଅଧା ବଗି ଛାଡ଼ି ଦୁଇ କିଲୋମିଟର ଚାଲିଗଲା ମାଲଗାଡ଼ି । ଦକ୍ଷିଣ-ପୂର୍ବ ରେଳ ପଥର ବାଲେଶ୍ବର ଜିଲ୍ଲା…

7 hours ago

ଭାବି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଟିମ ବିଜେପି ଭେଟିଲେ ରାଜ୍ୟପାଳଙ୍କୁ, ସରକାର ଗଠନ ଦାବି କଲେ

କେନ୍ୟୁଜ (ବ୍ୟୁରୋ) : ଓଡ଼ିଶାରେ ସରକାର ଗଠନ କରିବାକୁ ବିଜେପି ରାଜ୍ୟପାଳଙ୍କ ନିକଟରେ ଦାବି କରିଛି । ଆଜି ରାଜ୍ୟ…

8 hours ago

ଗରମ ସହି ନପାରି ପୋଖରୀକୁ ଗାଧୋଇବାକୁ ଯାଇଥିଲେ, ଚାଲିଗଲା ବୃଦ୍ଧଙ୍କ ଜୀବନ

ଆନନ୍ଦପୁର(କେନ୍ୟୁଜ୍‌): ଅସହ୍ୟ କଲା ଗରମ ଗୁଳୁଗୁଳି । ପୋଖରୀକୁ ଗାଧୋଇବାକୁ ଯାଇଥିଲେ ବୃଦ୍ଧ । ଗୋଡ଼ ଖସିଗଲା ପାଣିରେ ବୁଡି…

8 hours ago