ଦେଶ ବିଦେଶ

ଆମେରିକାରେ ଭାରତୀୟଙ୍କୁ ମରଣାନ୍ତକ ଆକ୍ରମଣ, ରକ୍ତ ଜୁଡୁବୁଡୁ ଅବସ୍ଥାରେ ଭିଡିଓ ଜାରି କରି ଅପିଲ୍‌ କଲେ ଛାତ୍ର

ଆମେରିକାର ଶିକାଗୋରେ ଜଣେ ଭାରତୀୟ ଛାତ୍ରଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି । ଫେବୃୟାରୀ ୪ରେ ହୋଇଥିବା ଏହି ଆକ୍ରମଣର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଘଟଣାଟି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଥିବା ବେଳେ ଏହା ଅତ୍ୟନ୍ତ ହୃଦୟବିଦାରକ ରହିଛି । ଭିଡିଓ ଦେଖିବା ପରେ ବିଦେଶୀରେ ରହୁଥିବା ଭାରତୀୟ ଛାତ୍ରମାନଙ୍କ ସୁରକ୍ଷା ଚିନ୍ତା ବଢ଼ିଯାଇଛି ।

ରିପୋର୍ଟ ମୁତାବକ, ଯେଉଁ ଛାତ୍ରଙ୍କୁ ଆକ୍ରମଣ କରାଯାଇଛି, ସେ ହାଇଦ୍ରାବାଦର ନିବାସୀ । ଆକ୍ରମଣ ପରେ ବର୍ତ୍ତମାନ ସେ ଗଭୀର ମାନସିକ ଅବସାଦରେ ଅଛନ୍ତି । ତାଙ୍କ ନାମ ସୈୟଦ ମଜାହିର ଅଲି । ତାଙ୍କ ପତ୍ନୀ ଭାରତରେ ରୁହନ୍ତି ।

ମଜଲିସ୍ ବାଚାଓ ତେହେରିକ୍ (MBT) ମୁଖପାତ୍ର ଅମଜଦ ଉଲ୍ଲାହ ଖାନ୍ ଏହି ଘଟଣା ସହ ଜଡିତ କିଛି ଭିଡିଓ ସୋସିଆଲ ମିଡିଆରେ ସେୟାର କରି ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି । ସେ କହିଛନ୍ତି ଯେ ଛାତ୍ର ଇଣ୍ଡିଆନା ୱେସଲେ ୟୁନିଭର୍ସିଟିରୁ ଆଇଟିରେ ମାଷ୍ଟର କରୁଛନ୍ତି । ଫେବୃୟାର ୪ରେ କିଛି ଲୋକ ତାଙ୍କୁ ମରଣାନ୍ତକ ଆକ୍ରମଣ କରି ଲୁଟ୍‌ପାଟ କରିଥିଲେ । ଏହି ଭିଡିଓ ମାଧ୍ୟମରେ ଭାରତୀୟ ଦୂତାବାସକୁ ସହାୟତା ପାଇଁ ମଧ୍ୟ ଅନୁରୋଧ କରାଯାଇଛି ।

ଏକ ଭାଇରାଲ ଭିଡିଓରେ ମଜାହିର ନଜର ଆସୁଛନ୍ତି । ତାଙ୍କ ମୁହଁରୁ ପ୍ରବଳ ରକ୍ତସ୍ରାବ ହେଉଛି । ତାଙ୍କ ସହ ଏହି ଘଟଣା କେବେ ଏବଂ କିପରି ଘଟିଲା ତାହା ସେ କହୁଛନ୍ତି । ଅନ୍ୟ ଏକ ଭିଡିଓରେ ଛାତ୍ର ଜଣକ ନିଜର ଲଗେଜ୍ ଧରି ରାସ୍ତାରେ ଯାଉଛନ୍ତି । ଏହି ସମୟରେ ହଠାତ୍ ତିନି ଜଣ ଲୋକ ତାଙ୍କୁ ପିଛା କରିବା ଆରମ୍ଭ କରୁଛନ୍ତି । ସେ ସେମାନଙ୍କୁ ଦେଖି ଦୌଡ଼ିବାକୁ ଲାଗୁଛନ୍ତି । ସେହି ତିନି ଜଣ ମଧ୍ୟ ତାଙ୍କୁ ଗୋଡ଼ାଉଛନ୍ତି ।

ସେପଟେ ଏହି ଘଟଣାକୁ ନେଇ ମଜାହିରଙ୍କ ପତ୍ନୀ ରୁକେକୟା ଫାତିମା ଭିଡିଓ ମାଧ୍ୟମରେ ବୈଦେଶିକ ମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି ।

Roshni

Recent Posts

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

10 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

21 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

32 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

1 hour ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

1 hour ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

1 hour ago