ଟେକ୍

ୟୁଜରଙ୍କ ସୁରକ୍ଷା ପାଇଁ ଗୁଗଲ ହଟାଇଲା ୨,୨୦୦ ଫ୍ରଡ୍‌ ଲୋନ୍‌ ଆପ୍ସ, ସରକାର ଦେଲେ ସୂଚନା

ଗୁଗଲ ସବୁବେଳେ ନିଜ ୟୁଜରଙ୍କ ସୁରକ୍ଷାକୁ ନେଇ ଚିନ୍ତାରେ ଥାଏ । ଗୁଗଲ ନିଜ ୟୁଜରଙ୍କ ପାଇଁ ଏଭଳି କିଛି ପଦକ୍ଷେପ ନେଇଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଗୁଗଲ ୟୁଜରଙ୍କ ସୁରକ୍ଷା କୁ ନଜରରେ ରଖି ଅନେକ ଲୋନ୍‌ ଆପକୁ ପ୍ଲେ ଷ୍ଟୋରରୁ ଡିଲିଟ କରିଛି । ଗୋଟିଏ କି ଦୁଇଟି ଆପ୍‌ ନୁହେଁ ଏକାଥରେ ୨୨୦୦ ନକଲି ଲୋନ୍‌ ଆପ୍ସକୁ ପ୍ଲେ ଷ୍ଟୋରରୁ ହଟାଇଛି । ଗୁଗଲ ଗୋଟିଏ ବର୍ଷ ମଧ୍ୟରେ ଏହାର ପ୍ଲେ ଷ୍ଟୋରରୁ ପ୍ରାୟ ୨୨୦୦ ନକଲି ଲୋନ ଆପ୍ କୁ ଡିଲିଟ୍‌ କରିଛି । ମଙ୍ଗଳବାର ସଂସଦରେ ସରକାର ଏହି ସୂଚନା ଦେଇଛନ୍ତି । ସରକାର କହିଛନ୍ତି ଯେ ସେପ୍ଟେମ୍ବର ୨୦୨୨ ରୁ ଅଗଷ୍ଟ ୨୦୨୩ ମଧ୍ୟରେ ଗୁଗଲ ଏହାର ପ୍ଲେ ଷ୍ଟୋରରୁ ୨୨୦୦ ରୁ ଅଧିକ ଲୋନ୍‌ ଆପକୁ ବ୍ଲକ୍‌ କରିଛି । ଏହି ଆପ୍ସ ଦ୍ୱାରା ସାଧାରଣ ଲୋକ ଠକାମିର ଶିକାର ହେଉଥିଲେ , ତେଣୁ ଗୁଗଲ ଏଭଳି ନିଷ୍ସତି ନେଇଛି ।

ରାଜ୍ୟ ଅର୍ଥମନ୍ତ୍ରୀ ଭାଗବତ କେ କରାଡ଼ ରାଜ୍ୟସଭାରେ ଏକ ଲିଖିତ ଉତ୍ତରରେ କହିଛନ୍ତି ଯେ ସରକାର ଫ୍ରଡ୍‌ ଲୋନ୍‌ ଆପକୁ ନିୟନ୍ତ୍ରଣ କରିବା ପାଇଁ ରିଜର୍ଭ ବ୍ୟାଙ୍କ ଏବଂ ଅନ୍ୟାନ୍ୟ ନିୟାମକଙ୍କ ସହ ଲଗାତାର କାର୍ଯ୍ୟ କରୁଛନ୍ତି ।ମନ୍ତ୍ରୀ କହିଛନ୍ତି ଯେ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ରୁ ମିଳିଥିବା ସୂଚନା ଅନୁସାରେ ଏପ୍ରିଲ ୨୦୨୧ ରୁ ଜୁଲାଇ ୨୦୨୨ ମଧ୍ୟରେ ଗୁଗଲ ପ୍ରାୟ ୩୫୦୦ ରୁ ୪୦୦୦ ଲୋନ୍‌ ଆପ୍ କୁ ସମୀକ୍ଷା କରି ଏହାର ପ୍ଲେ ଷ୍ଟୋରରୁ ୨୫୦୦ ରୁ ଅଧିକ ଲୋନ୍‌ ଆପକୁ ଡିଲିଟ୍‌ କରିଥିଲା । ସମାନ ଭାବେ ସେପ୍ଟେମ୍ବର ୨୦୨୨ ଅଗଷ୍ଟ ୨୦୨୩ ମଧ୍ୟରେ ଗୁଗଲ୍ ପ୍ଲେ ଷ୍ଟୋରରୁ ୨୨୦୦ ରୁ ଅଧିକ ଲୋନ୍‌ ଆପ୍ସକୁ ଡିଲିଟ କରାଯାଇଛି ।

ଲୋନ୍‌ ଆପ୍ସ ଦ୍ୱାରା ହେଉଥିବା ଫ୍ରଡକୁ ନେଇ ଗୁଗଲ ମଧ୍ୟ ଏହାର ପଲିସିରେ ପରିବର୍ତ୍ତନ ଆଣିଛି । ନୂଆ ପଲିସି ଅନୁଯାୟୀ ବର୍ତ୍ତମାନ ଗୁଗଲ୍ ପ୍ଲେ ଷ୍ଟୋର୍ କେବଳ ସେହି ଲୋନ୍‌ ଆପ୍ ପବ୍ଳିସ୍‌ କରିବ ଯାହା ନିୟନ୍ତ୍ରିତ ଅନୁଷ୍ଠାନ (RE) ଦ୍ୱାରା ଅନୁମତି ପାଇଥିବ ।

ଡିଜିଟାଲ୍‌ ପ୍ଲାଟଫର୍ମ ଜରିଆରେ ଲୋନ୍‌ ସର୍ଭିସ ଦେଉଥିବା ପ୍ଲାଟଫର୍ମ ପାଇଁ ରିଜର୍ଭ ବ୍ୟାଙ୍କ ନିର୍ଦ୍ଦେଶାବଳୀ ଜାରି କରିଛି । ଏହି ନିର୍ଦ୍ଦେଶାବଳୀ ଦ୍ୱାରା ଡିଜିଟାଲ ଲୋନରେ ନିୟମ ମଜବୁତ ହେବ ଏବଂ ୟୁଜରଙ୍କ ସୁରକ୍ଷା ମଧ୍ୟ ବଢ଼ିବ । ଦେଶରେ ଅନଲାଇନ୍ ଲୋନ୍‌ ଦେଉଥିବା ଆପ୍ସ ଉପରେ ଭାରତୀୟ ସାଇବର କ୍ରାଇମ ସମନ୍ୱୟ କେନ୍ଦ୍ର (I4C) ଏବଂ ଗୃହ ମନ୍ତ୍ରଣାଳୟ (MHA) ନଜର ରଖିଛନ୍ତି । ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ଭାଗବତ କେ କରାଡ଼ କହିଛନ୍ତି ଯେ ଜନସମର୍ଥ ପୋର୍ଟାଲକୁ ଅନଲାଇନ୍ ଲୋନ୍‌ ଦେବା ପାଇଁ ପ୍ରସ୍ତୁତ କରାଯାଉଛି । ବର୍ତ୍ତମାନ ସୁଦ୍ଧା ସମୁଦାୟ ୧,୮୩,୯୦୩ ହିତାଧିକାରୀ ଏହି ପୋର୍ଟାଲରୁ ଲୋନ୍‌ ପାଇଛନ୍ତି । ଗତ ବର୍ଷ ଡିସେମ୍ବରରେ ଏହି ପୋର୍ଟାଲକୁ ଲଞ୍ଚ କରାଯାଇଥିଲା ।

Subhalaxmi Das

Recent Posts

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

2 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

12 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

23 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

51 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

1 hour ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

1 hour ago