ୟୁଜରଙ୍କ ସୁରକ୍ଷା ପାଇଁ ଗୁଗଲ ହଟାଇଲା ୨,୨୦୦ ଫ୍ରଡ୍ ଲୋନ୍ ଆପ୍ସ, ସରକାର ଦେଲେ ସୂଚନା
ଗୁଗଲ ଗୋଟିଏ ବର୍ଷ ମଧ୍ୟରେ ଏହାର ପ୍ଲେ ଷ୍ଟୋରରୁ ପ୍ରାୟ ୨୨୦୦ ନକଲି ଲୋନ ଆପ୍ କୁ ଡିଲିଟ୍ କରିଛି । ମଙ୍ଗଳବାର ସଂସଦରେ ସରକାର ଏହି ସୂଚନା ଦେଇଛନ୍ତି । ସରକାର କହିଛନ୍ତି ଯେ ସେପ୍ଟେମ୍ବର ୨୦୨୨ ରୁ ଅଗଷ୍ଟ ୨୦୨୩ ମଧ୍ୟରେ ଗୁଗଲ ଏହାର ପ୍ଲେ ଷ୍ଟୋରରୁ ୨୨୦୦ ରୁ ଅଧିକ ଲୋନ୍ ଆପକୁ ବ୍ଲକ୍ କରିଛି ।

ଗୁଗଲ ସବୁବେଳେ ନିଜ ୟୁଜରଙ୍କ ସୁରକ୍ଷାକୁ ନେଇ ଚିନ୍ତାରେ ଥାଏ । ଗୁଗଲ ନିଜ ୟୁଜରଙ୍କ ପାଇଁ ଏଭଳି କିଛି ପଦକ୍ଷେପ ନେଇଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଗୁଗଲ ୟୁଜରଙ୍କ ସୁରକ୍ଷା କୁ ନଜରରେ ରଖି ଅନେକ ଲୋନ୍ ଆପକୁ ପ୍ଲେ ଷ୍ଟୋରରୁ ଡିଲିଟ କରିଛି । ଗୋଟିଏ କି ଦୁଇଟି ଆପ୍ ନୁହେଁ ଏକାଥରେ ୨୨୦୦ ନକଲି ଲୋନ୍ ଆପ୍ସକୁ ପ୍ଲେ ଷ୍ଟୋରରୁ ହଟାଇଛି । ଗୁଗଲ ଗୋଟିଏ ବର୍ଷ ମଧ୍ୟରେ ଏହାର ପ୍ଲେ ଷ୍ଟୋରରୁ ପ୍ରାୟ ୨୨୦୦ ନକଲି ଲୋନ ଆପ୍ କୁ ଡିଲିଟ୍ କରିଛି । ମଙ୍ଗଳବାର ସଂସଦରେ ସରକାର ଏହି ସୂଚନା ଦେଇଛନ୍ତି । ସରକାର କହିଛନ୍ତି ଯେ ସେପ୍ଟେମ୍ବର ୨୦୨୨ ରୁ ଅଗଷ୍ଟ ୨୦୨୩ ମଧ୍ୟରେ ଗୁଗଲ ଏହାର ପ୍ଲେ ଷ୍ଟୋରରୁ ୨୨୦୦ ରୁ ଅଧିକ ଲୋନ୍ ଆପକୁ ବ୍ଲକ୍ କରିଛି । ଏହି ଆପ୍ସ ଦ୍ୱାରା ସାଧାରଣ ଲୋକ ଠକାମିର ଶିକାର ହେଉଥିଲେ , ତେଣୁ ଗୁଗଲ ଏଭଳି ନିଷ୍ସତି ନେଇଛି ।
ରାଜ୍ୟ ଅର୍ଥମନ୍ତ୍ରୀ ଭାଗବତ କେ କରାଡ଼ ରାଜ୍ୟସଭାରେ ଏକ ଲିଖିତ ଉତ୍ତରରେ କହିଛନ୍ତି ଯେ ସରକାର ଫ୍ରଡ୍ ଲୋନ୍ ଆପକୁ ନିୟନ୍ତ୍ରଣ କରିବା ପାଇଁ ରିଜର୍ଭ ବ୍ୟାଙ୍କ ଏବଂ ଅନ୍ୟାନ୍ୟ ନିୟାମକଙ୍କ ସହ ଲଗାତାର କାର୍ଯ୍ୟ କରୁଛନ୍ତି ।ମନ୍ତ୍ରୀ କହିଛନ୍ତି ଯେ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ରୁ ମିଳିଥିବା ସୂଚନା ଅନୁସାରେ ଏପ୍ରିଲ ୨୦୨୧ ରୁ ଜୁଲାଇ ୨୦୨୨ ମଧ୍ୟରେ ଗୁଗଲ ପ୍ରାୟ ୩୫୦୦ ରୁ ୪୦୦୦ ଲୋନ୍ ଆପ୍ କୁ ସମୀକ୍ଷା କରି ଏହାର ପ୍ଲେ ଷ୍ଟୋରରୁ ୨୫୦୦ ରୁ ଅଧିକ ଲୋନ୍ ଆପକୁ ଡିଲିଟ୍ କରିଥିଲା । ସମାନ ଭାବେ ସେପ୍ଟେମ୍ବର ୨୦୨୨ ଅଗଷ୍ଟ ୨୦୨୩ ମଧ୍ୟରେ ଗୁଗଲ୍ ପ୍ଲେ ଷ୍ଟୋରରୁ ୨୨୦୦ ରୁ ଅଧିକ ଲୋନ୍ ଆପ୍ସକୁ ଡିଲିଟ କରାଯାଇଛି ।
ଲୋନ୍ ଆପ୍ସ ଦ୍ୱାରା ହେଉଥିବା ଫ୍ରଡକୁ ନେଇ ଗୁଗଲ ମଧ୍ୟ ଏହାର ପଲିସିରେ ପରିବର୍ତ୍ତନ ଆଣିଛି । ନୂଆ ପଲିସି ଅନୁଯାୟୀ ବର୍ତ୍ତମାନ ଗୁଗଲ୍ ପ୍ଲେ ଷ୍ଟୋର୍ କେବଳ ସେହି ଲୋନ୍ ଆପ୍ ପବ୍ଳିସ୍ କରିବ ଯାହା ନିୟନ୍ତ୍ରିତ ଅନୁଷ୍ଠାନ (RE) ଦ୍ୱାରା ଅନୁମତି ପାଇଥିବ ।
ଡିଜିଟାଲ୍ ପ୍ଲାଟଫର୍ମ ଜରିଆରେ ଲୋନ୍ ସର୍ଭିସ ଦେଉଥିବା ପ୍ଲାଟଫର୍ମ ପାଇଁ ରିଜର୍ଭ ବ୍ୟାଙ୍କ ନିର୍ଦ୍ଦେଶାବଳୀ ଜାରି କରିଛି । ଏହି ନିର୍ଦ୍ଦେଶାବଳୀ ଦ୍ୱାରା ଡିଜିଟାଲ ଲୋନରେ ନିୟମ ମଜବୁତ ହେବ ଏବଂ ୟୁଜରଙ୍କ ସୁରକ୍ଷା ମଧ୍ୟ ବଢ଼ିବ । ଦେଶରେ ଅନଲାଇନ୍ ଲୋନ୍ ଦେଉଥିବା ଆପ୍ସ ଉପରେ ଭାରତୀୟ ସାଇବର କ୍ରାଇମ ସମନ୍ୱୟ କେନ୍ଦ୍ର (I4C) ଏବଂ ଗୃହ ମନ୍ତ୍ରଣାଳୟ (MHA) ନଜର ରଖିଛନ୍ତି । ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ଭାଗବତ କେ କରାଡ଼ କହିଛନ୍ତି ଯେ ଜନସମର୍ଥ ପୋର୍ଟାଲକୁ ଅନଲାଇନ୍ ଲୋନ୍ ଦେବା ପାଇଁ ପ୍ରସ୍ତୁତ କରାଯାଉଛି । ବର୍ତ୍ତମାନ ସୁଦ୍ଧା ସମୁଦାୟ ୧,୮୩,୯୦୩ ହିତାଧିକାରୀ ଏହି ପୋର୍ଟାଲରୁ ଲୋନ୍ ପାଇଛନ୍ତି । ଗତ ବର୍ଷ ଡିସେମ୍ବରରେ ଏହି ପୋର୍ଟାଲକୁ ଲଞ୍ଚ କରାଯାଇଥିଲା ।