Below header

୭ ବର୍ଷରେ ଅସହ୍ୟ ଯନ୍ତ୍ରଣା, ଅଜଣା ରୋଗରେ ଆକ୍ରାନ୍ତ କୁନି ପୁଅ ସାହିଲ

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କୁମୁରସିଂହା ଗାଁର ବାହାଦୁର ମହାନନ୍ଦଙ୍କ ସାନପୁଅ ସାହିଲ । ସାହିଲକୁ ଏବେ ସାତବର୍ଷ । .ଯେଉଁ ବୟସରେ ସାଙ୍ଗମାନଙ୍କ ସହ ଖେଳିବା କଥା, ସ୍କୁଲ ଯିବା କଥା ସେହି ବୟସରେ ସେ କିନ୍ତୁ ଖଟିଆରେ ବସିରହିଛି ।

ସୁବର୍ଣ୍ଣପୁର (କେନ୍ୟୁଜ):  ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କୁମୁରସିଂହା ଗାଁର ବାହାଦୁର ମହାନନ୍ଦଙ୍କ ସାନପୁଅ ସାହିଲ । ସାହିଲକୁ ଏବେ ସାତବର୍ଷ । .ଯେଉଁ ବୟସରେ ସାଙ୍ଗମାନଙ୍କ ସହ ଖେଳିବା କଥା, ସ୍କୁଲ ଯିବା କଥା ସେହି ବୟସରେ ସେ କିନ୍ତୁ ଖଟିଆରେ ବସିରହିଛି । ଜନ୍ମବେଳେ ଠିକ୍ ଠାକ୍ ଥିଲା ସାହିଲ । ପରେ ଅଜଣା ରୋଗରେ ପୀଡିତ ହେଲା । ଆଉ ଅବସ୍ଥା ଏବେ ଏହିଭଳି । ସାହିଲକୁ ନେଇ ପରିବାର ଲୋକଙ୍କ ଚିନ୍ତା ବଢିଯାଇଛି ।

ବାପା ବାହାଦୁର ଜଣେ ଶ୍ରମିକ। ୬ ସନ୍ତାନଙ୍କ ମଧ୍ୟରୁ ସାହିଲ ସବୁଠୁ ସାନ । ଆଠ ପ୍ରାଣୀ କୁଟୁମ୍ବଙ୍କ ପାଇଁ ସରକାରୀ ଯୋଜନା ସାତ ସପନ। ଭଙ୍ଗା କୁଡିଆରେ ପୁରା ପରିବାର। ପର ଘରେ ମୂଲଲାଗି ବାହାଦୂର କଷ୍ଟେ ମଷ୍ଟେ ପରିବାର ଚଳେଇ ନେଉଛନ୍ତି। କିନ୍ତୁ ପୁଅ ସାହିଲର ଚିକିସା କରାଇବାକୁ ସମର୍ଥ ନୁହଁନ୍ତି ।

ପାଖରେ ଯାହା ଥିଲା ସେଥିରେ ପୁଅର ଯଥା ସମ୍ଭବ ଚିକିତ୍ସା କରାଇଲେ । ଆଉ ଆଗକୁ ଚିକିତ୍ସା କରାଇବାକୁ କିଛି ନାହିଁ । ସରକାରୀ କିମ୍ୱା ବେସରକାରୀ ସ୍ତରରେ ସହଯୋଗ ମିଳିଲେ, ସାହିଲର ଚିକିତ୍ସା କରାଇବାକୁ ସମର୍ଥ ହୁଅନ୍ତେ ବୋଲି ଗ୍ରାମବାସୀ କହିଛନ୍ତି ।  ଯଦି କେହି ବଦାନ୍ୟ ବ୍ୟକ୍ତି ସାହିଲକୁ ସହଯୋଗ କରିବାକୁ ଚାହାନ୍ତି ତେବେ ଏହି ଠିକଣାରେ ଯୋଗାଯୋଗ କରିବାକୁ ଅନୁରୋଧ ।

ଯୋଗାଯୋଗର ଠିକଣା:
ନାମ- ସାବିତ୍ରୀ ମହାନନ୍ଦ
ଗ୍ରାମ- କୁମୁରସିଂହା
ଜିଲ୍ଲା- ସୁବର୍ଣ୍ଣପୁର
A/C ନମ୍ବର- 30641590950
IFSC- SBIIN0007079

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.