ଜିଓର ସବୁଠାରୁ ଶସ୍ତା ଡାଟା ପ୍ଲାନ, ୧୪ଟି OTT ଆପ୍ ସହିତ ମିଳିବ ଅନେକ ବେନିଫିଟସ୍

ଜିଓର ଶସ୍ତା ତଥା ମହଙ୍ଗା ପ୍ଲାନ ଏବଂ ସର୍ଟ ଟର୍ମ ଏବଂ ଲଙ୍ଗ ଟର୍ମ ପ୍ଲାନ ରହିଛି । ଆଜି ଆମେ ଆପଣଙ୍କୁ ଏପରି ଏକ ପ୍ଲାନ ବିଷୟରେ ସୂଚନା ଦେବାକୁ ଯାଉଛୁ ଯାହା କେବଳ ଗୋଟିଏ, ଦୁଇଟି ନୁହେଁ ୧୪ଟି OTT ପ୍ଲାଟଫର୍ମ ସହିତ ଅନେକ ବେନିଫିଟ୍ସ ପ୍ରଦାନ କରିଥାଏ ।

ଭାରତରେ ଟେଲିକମ୍ ବଜାର ଉପରେ ରିଲାଏନ୍ସ ଜିଓର ଖୁବ ପ୍ରାଧାନ୍ୟ ରହିଛି । ରିଲାଏନ୍ସ ଜିଓ ହେଉଛି ଦେଶର ନମ୍ବର ୱାନ କମ୍ପାନୀ । ବର୍ତ୍ତମାନ ଜିଓର ୪୪ କୋଟିରୁ ଅଧିକ ୟୁଜର୍ସ ଅଛନ୍ତି । ଜିଓର ଶସ୍ତା ତଥା ମହଙ୍ଗା ପ୍ଲାନ ଏବଂ ସର୍ଟ ଟର୍ମ ଏବଂ ଲଙ୍ଗ ଟର୍ମ ପ୍ଲାନ ରହିଛି । ଆଜି ଆମେ ଆପଣଙ୍କୁ ଏପରି ଏକ ପ୍ଲାନ ବିଷୟରେ ସୂଚନା ଦେବାକୁ ଯାଉଛୁ ଯାହା କେବଳ ଗୋଟିଏ, ଦୁଇଟି ନୁହେଁ ୧୪ଟି OTT ପ୍ଲାଟଫର୍ମ ସହିତ ଅନେକ ବେନିଫିଟ୍ସ ପ୍ରଦାନ କରିଥାଏ । ଯଦି ଆପଣ ରିଲାଏନ୍ସ ଜିଓର ୟୁଜର ଅଟନ୍ତି ଏବଂ ଏକ ବଜେଟ ଫ୍ରେନ୍ଡଲି ପ୍ଲାନ ଖୋଜୁଛନ୍ତି ଯାହା ଫ୍ରି କଲିଂ, ଡାଟା, SMS ସହିତ OTT ସୁବିଧା ପ୍ରଦାନ କରେ, ତେବେ ଆପଣ କମ୍ପାନୀର ୧୧୯୮ ଟଙ୍କା ପ୍ଲାନ ନେଇପାରିବେ ।

ଯଦି ବର୍ତ୍ତମାନ ପର୍ଯ୍ୟନ୍ତ ଆପଣ OTT ଷ୍ଟ୍ରିମିଂ ପାଇଁ ଅଲଗା ଭାବରେ ଟଙ୍କା ଖର୍ଚ୍ଚ କରୁଥିଲେ, ତେବେ ବର୍ତ୍ତମାନ ଜିଓ ଆପଣଙ୍କ ଟଙ୍କା ମଧ୍ୟ ସଞ୍ଚୟ କରିବାକୁ ଯାଉଛି । ଜିଓର ୧୧୯୮ ଟଙ୍କା ପ୍ଲାନରେ ଗ୍ରାହକ ଏକକାଳୀନ ୧୪ଟି OTT ପ୍ଲାଟଫର୍ମର ମାଗଣା ସବସ୍କ୍ରିପ୍ସନ୍ ପାଇପାରିବେ । ତେବେ ଚାଲନ୍ତୁ ଏହି ପ୍ଲାନ ବିଷୟରେ ଆପଣଙ୍କୁ ବିସ୍ତୃତ ସୂଚନା ଦେବା । ଯଦି ଆପଣ ନିଜର Jio ନମ୍ବରକୁ ୧୧୯୮ ଟଙ୍କା ପ୍ଲାନ ସହିତ ରିଚାର୍ଜ କରୁଛନ୍ତି, ତେବେ ଆପଣ ୮୪ ଦିନର ଭାଲିଡିଟି ପାଇପାରିବେ । ଏହି ପ୍ଲାନରେ, ୟୁଜରମାନେ ୧୬୮ ଜିବି ଡାଟା ପାଇବେ, ଅର୍ଥାତ୍ ଆପଣ ପ୍ରତିଦିନ ୨ ଜିବି ଡାଟା ବ୍ୟବହାର କରିପାରିବେ ।

ଏହା ସହିତ, ପ୍ରତିଦିନ ୧୦୦ ଟି ଫ୍ରି SMS ମଧ୍ୟ ଦେଇଥାଏ, ତେଣୁ ଡାଟା ସରିଗଲେ ମଧ୍ୟ ଆପଣ SMS ମାଧ୍ୟମରେ ଲୋକଙ୍କ ସହ କନେକ୍ଟ କରିପାରିବେ । ଜିଓର ୧୧୯୮ଟଙ୍କା ପ୍ଲାନର ସବୁଠାରୁ ହାଇଲାଇଟ୍ ପଏଣ୍ଟ ହେଉଛି ଏହାର OTT ସୁବିଧା । ଆପଣ ସମୁଦାୟ ୧୪ OTT ପ୍ଲାଟଫର୍ମରେ Amazon Prime Video, Diseny Plus Hotstar, Sony Liv, Zee5, Jio Cinema, Lionsgate Play, Discovery Plus, Docu Bay, Sun NXT, HoiChoi, Chaupal ଭଳି ଫ୍ରି ସବସ୍କ୍ରିପ୍ସନ୍ ପାଇପାରିବେ । ଜିଓ ଏହି ପ୍ଲାନରେ ଗ୍ରାହକଙ୍କୁ ତିନୋଟି ୬ ଜିବି ଭାଉଚର୍ ମଧ୍ୟ ପ୍ରଦାନ କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.