ସ୍କିନ୍‌ ଡ୍ରାଏ ହେଉଥିଲେ ବ୍ୟବହାର କରନ୍ତୁ ବାଦାମ ଫେସ୍‌ ପ୍ୟାକ୍‌, ଜାଣନ୍ତୁ କିପରି କରିବେ ପ୍ରସ୍ତୁତ

ଡ୍ରାଏ ଫ୍ରୁଟ୍ସ ଆପଣଙ୍କ ସୁନ୍ଦରତା ବଢାଇବାରେ ମଧ୍ୟ ସାହାଯ୍ୟ କରେ । ତେବେ ସ୍କିନ୍‌ କେୟାରରେ ବାଦାମ ଅନ୍ତର୍ଭୁକ୍ତ କରି ଆପଣ ହେଲ୍‌ଦି ସ୍କିନ୍‌ ପାଇପାରିବେ । ଭିଟାମିନ୍ Eରେ ଭରପୂର ବାଦାମ ଆପଣଙ୍କୁ ଡ୍ରାଏ ଏବଂ ଦାଗ ଥିବା ସ୍କିନ୍‌ରୁ ମୁକ୍ତି ଦେଇଥାଏ ।

ଆପଣ ସମସ୍ତେ ଜାଣିଥିବେ ଯେ ବାଦାମ ଆମ ସ୍ୱାସ୍ଥ୍ୟ ପାଇଁ କେତେ ଲାଭଦାୟକ ହୋଇଥାଏ । କିନ୍ତୁ ଆପଣ ଜାଣନ୍ତି କି ଏହି ଡ୍ରାଏ ଫ୍ରୁଟ୍ସ ଆପଣଙ୍କ ସୁନ୍ଦରତା ବଢାଇବାରେ ମଧ୍ୟ ସାହାଯ୍ୟ କରେ । ତେବେ ସ୍କିନ୍‌ କେୟାରରେ ବାଦାମ ଅନ୍ତର୍ଭୁକ୍ତ କରି ଆପଣ ହେଲ୍‌ଦି ସ୍କିନ୍‌ ପାଇପାରିବେ । ଭିଟାମିନ୍ Eରେ ଭରପୂର ବାଦାମ ଆପଣଙ୍କୁ ଡ୍ରାଏ ଏବଂ ଦାଗ ଥିବା ସ୍କିନ୍‌ରୁ ମୁକ୍ତି ଦେଇଥାଏ । ବର୍ତ୍ତମାନ ଆପଣ ନିଶ୍ଚିତ ଭାବରେ ଭାବୁଥିବେ ଯେ ଯଦି ବାଦାମ ଏତେ ଲାଭଦାୟକ ତେବେ ଆମେ ଏହାକୁ ସ୍କିନ୍‌ ପାଇଁ କିପରି ବ୍ୟବହାର କରିପାରିବା । ତାହେଲେ ଆସନ୍ତୁ ବାଦାମ ଫେସ୍ ପ୍ୟାକ୍ କିପରି ତିଆରି କରିବେ ତାହା ଆପଣଙ୍କୁ ଜଣାଇବୁ । ଏଥିରୁ ତିଆରି ଫେସ୍ ପ୍ୟାକ୍ ବ୍ୟବହାର କରିବା ଦ୍ୱାରା ଆପଣଙ୍କ ଚେହେରାରେ ଚମକ ଆଣିଥାଏ ଏବଂ ସ୍କିନ୍‌କୁ ଅନେକ ସମସ୍ୟାରୁ ମୁକ୍ତି ମଧ୍ୟ ମିଳିଥାଏ ।

ଜାଣନ୍ତୁ ବାଦାମ ଫେସ୍ ପ୍ୟାକ୍ ତିଆରି କରିବା ପାଇଁ ଆବଶ୍ୟକ ସାମଗ୍ରୀ :
୨ଟି ବାଦାମ
୧ଚାମଚ ଆଲୋ ଭେରା ଜେଲ୍
୧ ଚାମଚ ହଳଦୀ
୧ ଭିଟାମିନ୍ E କ୍ୟାପସୁଲ୍

ବାଦାମ ଫେସ୍ ପ୍ୟାକ୍ କିପରି ତିଆରି କରିବେ ?
ବାଦାମ ଫେସ୍ ପ୍ୟାକ୍ ତିଆରି କରିବାକୁ ପ୍ରଥମେ ୨ଟି ବାଦାମ ନିଅନ୍ତୁ । ଏବେ ବାଦାମକୁ ଭଲ ଭାବେ ଗୁଣ୍ଡ କରନ୍ତୁ । ବର୍ତ୍ତମାନ ୧ ଚାମଚ ଆଲୋ ଭେରା ଜେଲ୍, ଏକ ଚାମଚ ହଳଦୀ ଏବଂ ୧ ଭିଟାମିନ୍ E କ୍ୟାପସୁଲ୍‌କୁ ସେହି ବାଦାମ ଗୁଣ୍ଡରେ ମିଶାନ୍ତୁ । ବର୍ତ୍ତମାନ ଏହି ସମସ୍ତ ଜିନିଷକୁ ଭଲ ଭାବେ ମିଶାଇଦିଅନ୍ତୁ । ଏହା ପରେ ଦେଖିବେ ଯେ ଏହି ବାଦାମ ଫେସ୍ ପ୍ୟାକ୍ ବହୁତ ସହଜରେ ପ୍ରସ୍ତୁତ ହୋଇଯିବ ।

ବାଦାମ ଫେସ୍ ପ୍ୟାକ୍ କିପରି ନିଜ ସ୍କିନ୍‌ରେ ବ୍ୟବହାର କରିବେ ?
ଗାଧୋଇବା ପୂର୍ବରୁ ବାଦାମ ଫେସ୍ ପ୍ୟାକ୍‌କୁ ମୁହଁ ଲଗାନ୍ତୁ । ସର୍ବପ୍ରଥମେ ମୁହଁକୁ ଭଲ ଭାବରେ ଧୋଇ ଦିଅନ୍ତୁ । ଏହା ପରେ ଏକ ସଫା ସୂତା କପଡା ସହିତ ମୁହଁ ପୋଛି ଦିଅନ୍ତୁ । ତାପରେ ଏକ ବ୍ରଶ୍ ସାହାଯ୍ୟରେ ଆପଣ ନିଜ ସ୍କିନ୍‌ରେ ତିଆରି ବାଦାମ ଫେସ୍ ପ୍ୟାକ୍ ଲଗାନ୍ତୁ । ତେବେ ୨୦ ମିନିଟ୍ ପରେ, ଯେତେବେଳେ ଏହି ପେଷ୍ଟ ଶୁଖିଯିବ, ତାପରେ ମୁହଁକୁ ସଫା ପାଣିରେ ଭଲ ଭାବେ ଧୋଇ ଦିଅନ୍ତୁ । ଆପଣ ଏହି ଫେସ୍ ପ୍ୟାକ୍ ସପ୍ତାହରେ ୩ ରୁ ୪ ଦିନ ବ୍ୟବହାର କରିବା ଉଚିତ୍ । ଏପରି କରିବା ଦ୍ୱାରା ଆପଣ ଦେଖିବେ ଯେ ସ୍କିନ୍‌ରେ ଥିବା ଦାଗ ଏବଂ ଡ୍ରାଏନେସ୍‌ କିପରି ଭାବେ ଦୂର ହୋଇଯିବ ।

ଜାଣନ୍ତୁ ମୁହଁରେ ବାଦାମ ଫେସ୍ ପ୍ୟାକ୍ ଲଗାଇବାର ଲାଭ :
ବାଦାମରେ ବହୁ ପରିମାଣର ଭିଟାମିନ୍ E ମିଳିଥାଏ ଯାହା ଭିତରୁ ଡ୍ରାଏ ସ୍କିନ୍‌କୁ ମଶ୍ଚରାଇଜ୍ କରିଥାଏ । ପିଗମେଣ୍ଟେଡ୍ ସ୍କିନ୍‌ ପାଇଁ ବାଦାମ ସଞ୍ଜୀବନୀ ବୁଟି ଭଳି ହୋଇଥାଏ । ଏହାର ନିୟମିତ ବ୍ୟବହାର ସ୍କିନ୍‌ରୁ ଦାଗ ଏବଂ ଟ୍ୟାନିଂକୁ ମଧ୍ୟ ଦୂର କରିଥାଏ । ଏହା ବ୍ୟତୀତ ଏହା ମୁହଁରୁ ବ୍ରଣକୁ ମଧ୍ୟ ଦୂର କରିଥାଏ । ଏହା ଆଣ୍ଟି-ଏଜିଂ ଭଳି କାମ କରେ ଏବଂ ସ୍କିନ୍‌ରୁ ରିଙ୍କଲ୍ସ୍‌କୁ କମ କରିଥାଏ । ଏହା ସହିତ ଏହା ସ୍କିନ୍‌କୁ ଭିତରୁ ସଫା କରିବାରେ ସାହାଯ୍ୟ କରେ । ଯାହାଦ୍ୱାରା ଆପଣଙ୍କ ମୁହଁରେ ହେଉଥିବା ବିଭିନ୍ନ ପ୍ରକାରର ସମସ୍ୟା ଦୂର ହୋଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.