ହାତରେ ଫୋନ ଧରି ପାଦରେ ଗାଡ଼ି ଚଳାଇଲେ ବ୍ୟକ୍ତି, ଷ୍ଟଣ୍ଟର ଭିଡିଓ ହେଉଛି ଭାଇରାଲ

ନିକଟରେ ଜଣେ ବ୍ୟକ୍ତି ମଧ୍ୟ ରାସ୍ତାରେ ଏଭଳି କିଛି ଷ୍ଟଣ୍ଟ କରିଥିଲେ, ଯାହା ଦେଖିବା ପରେ ଲୋକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଉକ୍ତ ବ୍ୟକ୍ତିଙ୍କ ଷ୍ଟଣ୍ଟର ଭିଡିଓ ଦେଖିଲେ ଆପଣମାନେ ନିଶ୍ଚିତ ଭାବେ ଭୟଭୀତ ହେବେ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ରାସ୍ତାରେ ଗାଡ଼ି ଚଳାଉଥିବା ସମୟରେ ଯେତେ ସତର୍କ ରହିଲେ ମଧ୍ୟ କମ୍‌ ପଡ଼େ । କାରଣ ଦିନକୁ ଦିନ ଦୁର୍ଘଟଣାର ମାମଲା ବଢ଼ିବାରେ ଲାଗିଛି । ଦୁର୍ଘଟଣାକୁ ରୋକିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । କିନ୍ତୁ ଅନେକ ଲୋକ ଏପରି ଅଛନ୍ତି ଯେଉଁମାନେ ସରକାରଙ୍କ ନିୟମକୁ ଟିକେ ବି ଖାତିର କରନ୍ତି ନାହିଁ । ଏହି ଲୋକମାନେ ଗାଡ଼ି ଚଳାଇବା ସମୟରେ ବେପରୁଆ ଭାବେ ଗାଡ଼ି ଚଳାନ୍ତି । ଗାଡ଼ି ଚଳାଇବା ସମୟରେ ଷ୍ଟଣ୍ଟ କରନ୍ତି ଫଳରେ ନିଜ ଜୀବନକୁ ବିପଦରେ ପକାଇବା ସହ ଅନ୍ୟମାନଙ୍କ ଜୀବନକୁ ବି ବିପଦରେ ପକାନ୍ତି ଏଭଳି ଲୋକ ।

ସମାନ ଭାବେ ନିକଟରେ ଜଣେ ବ୍ୟକ୍ତି ମଧ୍ୟ ରାସ୍ତାରେ ଏଭଳି କିଛି ଷ୍ଟଣ୍ଟ କରିଥିଲେ, ଯାହା ଦେଖିବା ପରେ ଲୋକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଉକ୍ତ ବ୍ୟକ୍ତିଙ୍କ ଷ୍ଟଣ୍ଟର ଭିଡିଓ ଦେଖିଲେ ଆପଣମାନେ ନିଶ୍ଚିତ ଭାବେ ଭୟଭୀତ ହେବେ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଇନଷ୍ଟାଗ୍ରାମ ଆକାଉଣ୍ଟ @ mans.or8674ରେ ଏକ ଭିଡିଓ ପୋଷ୍ଟ କରାଯାଇଛି । ଏହି ଭିଡିଓରେ ଜଣେ ବ୍ୟକ୍ତି ନିଜ ବାଇକରେ ଶୋଇ ଷ୍ଟଣ୍ଟ କରୁଥିବା ଦେଖାଯାଇଛି । କେବଳ ଶୋଇକରି ଗାଡ଼ି ଚଳାଉଛନ୍ତି ତାହା ନୁହେଁ ଗାଡ଼ି ଉପରେ ଆରାମରେ ଶୋଇ ଫୋନ ଚଳାଉଛନ୍ତି ।

ଭାଇରାଲ ଭିଡିଓରେ ଆପଣମାନେ ଦେଖିପାରିବେ ବ୍ୟକ୍ତି ଜଣକ ରାସ୍ତାରେ ବାଇକ୍ ଚଳାଉଛନ୍ତି ଏବଂ ବାଇକ୍ ରେ ଶୋଇ ପାଦ ଦ୍ୱାରା ବାଇକର ହ୍ୟାଣ୍ଡେଲକୁ କଣ୍ଟ୍ରୋଲ କରୁଛନ୍ତି । ତାଙ୍କର ଏ ଷ୍ଟଣ୍ଟ କେତେ ଯେ ବିପଜ୍ଜନକ ତାହା ନକହିବା ଭଲ । ସେ ଗୋଟିଏ ହାତରେ ମୋବାଇଲ ଧରି ଭିଡିଓ ସୁଟିଂ କରୁଥିବା ମଧ୍ୟ ଦେଖାଯାଇଛି । ରାସ୍ତାରେ ଯାଉଥିବା ଲୋକମାନେ ତାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ବ୍ୟକ୍ତିଜଣଙ୍କ ଷ୍ଟଣ୍ଟ କରିବା ସମୟରେ ଏକ ଟ୍ରକ୍ କୁ ମଧ୍ୟ ପାର କରିଥିବା ଦେଖାଯାଇଛି । ଯଦି ଟିକେ ଏପଟ ସେପଟ ହୋଇଥାନ୍ତା ତେବେ ସେ ଏକ ବଡ଼ ଦୁର୍ଘଟଣାର ସମ୍ମୁଖୀନ ହୋଇଥାନ୍ତେ । କିନ୍ତୁ ସୌଭାଗ୍ୟବଶତଃ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଥିଲେ ବ୍ୟକ୍ତି ।

ଏହି ଭିଡିଓକୁ ଲକ୍ଷ ଲକ୍ଷ ଲୋକ ଦେଖି ସାରିଛନ୍ତି । ଅନେକ ଲୋକ କମେଣ୍ଟରେ ନିଜର ମତାମତ ଦେଇଛନ୍ତି । କିଛି ଲୋକ କମେଣ୍ଟ କରିଛନ୍ତି ବ୍ୟକ୍ତି ଜଣଙ୍କ ଫୋନରେ ପବଜୀ ଖେଳୁଛନ୍ତି । ତେବେ ଏଭଳି ଷ୍ଟଣ୍ଟ ନକରିବା ପାଇଁ ସରକାର ଅନେକ ନିୟମ କରୁଛନ୍ତି । ଆପଣମାନେ ମଧ୍ୟ ଏଭଳି କିଛି କରୁଥିଲେ ସାବଧାନ । ନଚେତ ଆପଣଙ୍କ ଜୀବନ ଉପରେ ମଧ୍ୟ ବିପଦ ଆସିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.