ଦେଶୀ ମାଛ ବଂଶକୁ ବଢ଼ାଇବା ପାଇଁ ନିଆଯାଇଛି ବଡ଼ ପଦକ୍ଷେପ, ବୁଢ଼ାବଳଙ୍ଗ ନଦୀରେ ଛଡ଼ାଗଲା ୪ ଲକ୍ଷ ଆଙ୍ଗୁଳିକା ମାଛ ଯାଆଁଳ

ନଦୀର ଉପରମୁଣ୍ଡରେ ଦେଶୀ ମାଛଙ୍କ ବଂଶ ବୃଦ୍ଧି କରାଯିବ । ବାଲେଶ୍ଵର ଜିଲ୍ଲାରେ ପ୍ରଥମ କରି ଏଭଳି ପଦକ୍ଷେପ ନିଆଯାଇଛି । ଦିନକୁ ଦିନ ବିଭିନ୍ନ କାରଣରୁ ମାଛ ବଂଶ ଲୋପ ପାଉଥିବା ବେଳେ ନଦୀରୁ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ସହ ସ୍ଥାନୀୟ ମତ୍ସ୍ୟଜୀବୀଙ୍କୁ ସ୍ୱାବଲମ୍ବୀ କରିବା ଲକ୍ଷ୍ୟରେ ଏଭଳି ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି । ଜିଲ୍ଲା ମତ୍ସ୍ୟ ବିଭାଗ ଦ୍ଵାରା ଉନ୍ନତ କିସମର ୪ ଲକ୍ଷ ଆଙ୍ଗୁଳିକା ଜାଆଁଳ ଛଡ଼ାଯାଇଛି ।

ପୂର୍ବ ଭଳି ଆଉ ନଦୀରୁ ମିଳୁନାହିଁ ଭଲ ଦେଶୀ ମାଛ । ନଈ ଓ ପୋଖରୀରୁ ମିଳୁଥିବା ଦେଶୀ ମାଛ ଶରୀର ପାଇଁ ଯେତିକି ସ୍ୱାସ୍ଥ୍ୟକର ପାଟିକୁ ସେତିକି ସୁଆଦ । ହେଲେ ଏବେ ସ୍ଥାନୀୟ ବଜାରରେ ଚାଷ ମାଛ ଛଡ଼ା କାଁ ଭାଁ ଦେଶୀ ମାଛ ଦେଖିବାକୁ ମିଳୁଛି । ନଦୀର ଉପରମୁଣ୍ଡରେ ଦେଶୀ ମାଛଙ୍କ ବଂଶ ବୃଦ୍ଧି କରାଯିବ । ବାଲେଶ୍ଵର ଜିଲ୍ଲାରେ ପ୍ରଥମ କରି ଏଭଳି ପଦକ୍ଷେପ ନିଆଯାଇଛି । ଦିନକୁ ଦିନ ବିଭିନ୍ନ କାରଣରୁ ମାଛ ବଂଶ ଲୋପ ପାଉଥିବା ବେଳେ ନଦୀରୁ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ସହ ସ୍ଥାନୀୟ ମତ୍ସ୍ୟଜୀବୀଙ୍କୁ ସ୍ୱାବଲମ୍ବୀ କରିବା ଲକ୍ଷ୍ୟରେ ଏଭଳି ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି । ଜିଲ୍ଲା ମତ୍ସ୍ୟ ବିଭାଗ ଦ୍ଵାରା ଉନ୍ନତ କିସମର ୪ ଲକ୍ଷ ଆଙ୍ଗୁଳିକା ଜାଆଁଳ ଛଡ଼ାଯାଇଛି । ମତ୍ସ୍ୟ ବିଭାଗର ଏଭଳି ପଦକ୍ଷେପକୁ ସ୍ଥାନୀୟ ମହଲରେ ସ୍ୱାଗତ କରାଯାଇଛି ।

ଉପର ମୁଣ୍ଡରେ ଦେଶୀ ମାଛଙ୍କ ବଂଶ ବୃଦ୍ଧି କରିବା ପାଇଁ ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି । ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷରୁ ୪ ଲକ୍ଷ ଉନ୍ନତ କିସମର ଆଙ୍ଗୁଳିକା ମାଛ ଯାଆଁଳ ବୁଢ଼ାବଳଙ୍ଗ ନଦୀରେ ଛଡ଼ାଯାଇଛି । ରୋହୀ, ଭାକୁର, ମିରିକାଳି, କଳାବାଇଁଶି ଆଦି ପ୍ରଜାତିର ଉନ୍ନତ କିସମର ମାଛକୁ ବୁଢ଼ାବଳଙ୍ଗ ନଦୀର ବାରୁଣୀ ଘାଟ ନିକଟରେ ଛଡ଼ାଯାଇଛି । ଫଳରେ ବିଲୁପ୍ତ ହୋଇ ଯାଉଥିବା ଦେଶୀ ମାଛଙ୍କ ବଂଶ ବୃଦ୍ଧି ହେବାସହ ସ୍ଥାନୀୟ ଅଞ୍ଚଳରେ ବସବାସ କରୁଥିବା ମତ୍ସ୍ୟଜୀବୀମାନେ ନଦୀରୁ ମାଛ ଧରି ସେମାନଙ୍କର ଗୁଜୁରାଣ ମେଣ୍ଟାଇ ପାରିବେ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

ସାଧାରଣତଃ ନଦୀର ଉପର ମୁଣ୍ଡରେ ବିଭିନ୍ନ କାରଣରୁ ଦେଶୀ ମାଛ ବଂଶ ବିଲୁପ୍ତ ହୋଇଯାଇଥିବା ବେଳେ ବଡ଼ ବଡ଼ ମୋଟର ସାହାଯ୍ୟରେ ବେଆଇନ ଭାବେ ବାଲି ଚୋରି, ମାଛ ଧରିବା ପାଇଁ ବିସ୍ପୋରଣର ବ୍ୟବହାର ଓ ଛୋଟ ଜାଲର ବହୁଳ ବ୍ୟବହାର ଯୋଗୁଁ ନଦୀରୁ କ୍ରମଶଃ ଦେଶୀ ମାଛ ବଂଶ ବିଲୁପ୍ତ ହେବାକୁ ବସିଛି । ଅନ୍ୟପଟେ ନଦୀରୁ ଛୋଟ ଛୋଟ ମାଛ ଧରିବା ଫଳରେ ମାଛ ବଂଶ ବୃଦ୍ଧି ହୋଇପାରୁନଥିବା ବେଳେ ସେହିଭଳି ଅଣ୍ଡା ଧାରଣ କରିଥିବା ମାଛକୁ ଧରିବା ଫଳରେ ମଧ୍ୟ ନଦୀରୁ ଦେଶୀ ମାଛ ବଂଶ ଲୋପ ପାଇବାକୁ ବସିଛି ।

ତେଣୁ ପ୍ରାଥମିକ ପର୍ଯ୍ୟାୟରେ ମଧୁର ଜଳରେ ନଦୀର ଉପର ମୁଣ୍ଡରେ ଉନ୍ନତ କିସମର ଆଙ୍ଗୁଳିକା ଜାଆଁଳ ଛଡ଼ା ଯାଇଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ନଦୀର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ମାଛ ଛାଡ଼ିବାକୁ ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷରୁ ଚିନ୍ତା କରାଯାଇଛି । ମତ୍ସ୍ୟ ବିଭାଗ ପକ୍ଷରୁ ଏଭଳି ପଦକ୍ଷେପକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ସ୍ୱାଗତ କରିଥିବା ବେଳେ ନିଜର ବୃତ୍ତି ପ୍ରତି ବିମୁଖ ଥିବା ମତ୍ସ୍ୟଜୀବି ମାନଙ୍କ ଆର୍ଥିକ ରୋଜଗାର ବୃଦ୍ଧିରେ ଏହା ପ୍ରମୁଖ ସହାୟକ ହେବବୋଲି ଆଶା କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.