ଦେଶ ବିଦେଶ

ପାଙ୍ଗୋଙ୍ଗ ହ୍ରଦରେ ଭାରତର ସ୍ଥିତି ମଜବୁତ୍, ବ୍ଲାକ ଟପ୍‌ ପୋଷ୍ଟକୁ କଲା କବଜା

କେନ୍ଯୁଜ୍: ପାଙ୍ଗୋଙ୍ଗ ହ୍ରଦରେ ଭାରତର ସ୍ଥିତି ମଜବୁତ । ସବୁ ସମ୍ବେଦନଶୀଳ ସ୍ଥାନରେ ନଜର ରଖିବ ସେନା। ବ୍ଲାକ ଟପ୍‌ ପୋଷ୍ଟକୁ କବଜା କଲା ଭାରତ। ଅନ୍ଯପଟେ ପାଙ୍ଗୋଙ୍ଗ ହ୍ରଦରେ ଚୀନ୍‌ର ଅନୁପ୍ରବେଶ ଉଦ୍ୟମ ପଣ୍ଡ ହେବାପରେ ଭାରତୀୟ ସେନା କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ଭାରତୀୟ ସେନା LACରେ ବ୍ଲାକ ଟପ୍‌ ପୋଷ୍ଟକୁ କବଜା କରିବା ସହ ତା ଉପରେ ନିଜ ଅଧିକାର ଜାହିର କରିଛି। ଏଥିସହ ଚୀନ୍‌ ସେନାର କ୍ୟାମେରା ଓ ସିସିଟିଭି ଉପରକଣକୁ ମଧ୍ୟ ସେନା ହଟାଇ ଦେଇଛି।

LACର ଭାରତୀୟ ପାର୍ଶ୍ୱରେ ରହିଥିବା ଏହି ବ୍ଲାକ ଟପ୍‌ ପୋଷ୍ଟକୁ ଚୀନ୍‌ ନିଜ କବଜାରେ ନେବାପାଇଁ ଦୀର୍ଘ ଦିନ ହେଲା ଚକ୍ରାନ୍ତ ଚଲାଇ ଆସିଥିଲା, ହେଲେ ପାଙ୍ଗୋଙ୍ଗ ଘଟଣା ସାମ୍ନାକୁ ଆସିବା ପରେ ଭାରତୀୟ ସେନା ନିଜ ସ୍ଥିତି ଆହୁରି ମଜବୁତ କରିଛି। ପାଙ୍ଗୋଙ୍ଗ ସ୍ଥିତିକୁ ନେଇ ଆଜି ଦୁଇ ଦେଶ ମଧ୍ୟରେ ବ୍ରିଗେଡ୍‌ କମାଣ୍ଡର ସ୍ତରୀୟ ବୈଠକ ଅନୁଷ୍ଠିତ ହେବାକୁଥିବା ଭାରତୀୟ ସେନା ପକ୍ଷରୁ ସୂଚନା ମିଳିଛି।

KNews Bureau

Recent Posts

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

11 mins ago

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

22 mins ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

35 mins ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

38 mins ago

ଦୂଷିତ ହେବାରେ ଲାଗିଛି ନଦୀ ଜଳ, ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ

ପିପିଲି : ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ । ରାଜୁଆ ନଦୀରେ ମରି ପଡିଛନ୍ତି ମଲା ମାଛ ।…

58 mins ago

ବିରିୟାନୀରେ ମିଳିଲାନି ଚିକେନ୍‌ ଲେଗ୍‌ ପିସ୍‌ , ବିବାହ ସମାରୋହ ପାଲଟିଲା ରଣକ୍ଷେତ୍ର

ବିବାହ ସମାରୋହରେ ହେଲା ମହାଭାରତ । ବର ବାହା ହେବ କଣ ଗଣ୍ଡଗୋଳରେ ମାତିଗଲା । ଯିଏ ଯାହାକୁ ପାରିଲା…

2 hours ago