ପାଙ୍ଗୋଙ୍ଗ ହ୍ରଦରେ ଭାରତର ସ୍ଥିତି ମଜବୁତ୍, ବ୍ଲାକ ଟପ୍‌ ପୋଷ୍ଟକୁ କଲା କବଜା

କେନ୍ଯୁଜ୍: ପାଙ୍ଗୋଙ୍ଗ ହ୍ରଦରେ ଭାରତର ସ୍ଥିତି ମଜବୁତ । ସବୁ ସମ୍ବେଦନଶୀଳ ସ୍ଥାନରେ ନଜର ରଖିବ ସେନା। ବ୍ଲାକ ଟପ୍‌ ପୋଷ୍ଟକୁ କବଜା କଲା ଭାରତ। ଅନ୍ଯପଟେ ପାଙ୍ଗୋଙ୍ଗ ହ୍ରଦରେ ଚୀନ୍‌ର ଅନୁପ୍ରବେଶ ଉଦ୍ୟମ ପଣ୍ଡ ହେବାପରେ ଭାରତୀୟ ସେନା କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ଭାରତୀୟ ସେନା LACରେ ବ୍ଲାକ ଟପ୍‌ ପୋଷ୍ଟକୁ କବଜା କରିବା ସହ ତା ଉପରେ ନିଜ ଅଧିକାର ଜାହିର କରିଛି। ଏଥିସହ ଚୀନ୍‌ ସେନାର କ୍ୟାମେରା ଓ ସିସିଟିଭି ଉପରକଣକୁ ମଧ୍ୟ ସେନା ହଟାଇ ଦେଇଛି।

LACର ଭାରତୀୟ ପାର୍ଶ୍ୱରେ ରହିଥିବା ଏହି ବ୍ଲାକ ଟପ୍‌ ପୋଷ୍ଟକୁ ଚୀନ୍‌ ନିଜ କବଜାରେ ନେବାପାଇଁ ଦୀର୍ଘ ଦିନ ହେଲା ଚକ୍ରାନ୍ତ ଚଲାଇ ଆସିଥିଲା, ହେଲେ ପାଙ୍ଗୋଙ୍ଗ ଘଟଣା ସାମ୍ନାକୁ ଆସିବା ପରେ ଭାରତୀୟ ସେନା ନିଜ ସ୍ଥିତି ଆହୁରି ମଜବୁତ କରିଛି। ପାଙ୍ଗୋଙ୍ଗ ସ୍ଥିତିକୁ ନେଇ ଆଜି ଦୁଇ ଦେଶ ମଧ୍ୟରେ ବ୍ରିଗେଡ୍‌ କମାଣ୍ଡର ସ୍ତରୀୟ ବୈଠକ ଅନୁଷ୍ଠିତ ହେବାକୁଥିବା ଭାରତୀୟ ସେନା ପକ୍ଷରୁ ସୂଚନା ମିଳିଛି।