ଇଣ୍ଟରନେଟରେ ଭାଇରଲ ହେଉଛି ଏହି ଭୂତିଆ କଣ୍ଢେଇର ଫଟୋ, Doll ବଜାରରେ ଏହାର ଦାମ ଜାଣିଲେ ଆପଣ ବି ବିଶ୍ୱାସ କରିପାରିବେନି

କଣ୍ଢେଇ, ଛୋଟ ପିଲାମାନଙ୍କର ଅତି ପ୍ରିୟର ଜିନିଷ। ଏହାର ନାଁ ଶୁଣିବା କ୍ଷଣି ଖୁସିରେ ନାଚି ଉଠନ୍ତି ପିଲାଏ। କିନ୍ତୁ କେବେ କେବେ ଏମିତି କିଛି ଭୂତିଆ କଣ୍ଢେଇ ବି ବଜାରରେ ବିକ୍ରି ହେଉଥିବା ନଜର ଆସିଥାଏ। ଏହିଭଳି ନିକଟରେ ଏକ ଭୂତିଆ କଣ୍ଢେଇର ଫଟୋ ଭାଇରଲ ହେଉଥିବା ଦେଖିବାକୁ ମିଳିଛି। ନୀଳ ଆଖି ଥିବା ଏହି କଣ୍ଢେଇ ବହୁତ ଭୟଙ୍କର ଦେଖାଯାଉଛି। ଏହା ଗ୍ରେ ରଙ୍ଗର ଡ୍ରେସ ପିନ୍ଧିଥିବା ବେଳେ ଚେହେରାରେ ନାଲି ରଙ୍ଗ ଲଗା ହୋଇଛି।

k

ଭୂତିଆ କଣ୍ଢେଇର ଏହି ଭାଇରଲ ଫଟୋରେ ୟୁଜର୍ସ ଭିନ୍ନ ଭିନ୍ନ କମେଣ୍ଟ ଦେଇଛନ୍ତି। କିଛି ୟୁଜର୍ସ ଏହାକୁ ଏ ପର୍ଯ୍ୟନ୍ତର ସବୁଠାରୁ ଭୂତିଆ କଣ୍ଢେଇ ବୋଲି କହିଛନ୍ତି। ଜଣେ ଲେଖିଛନ୍ତି, ଯଦି ଏହି କଣ୍ଢେଇଟି ମୋ ସାମ୍ନାରେ ଥାନ୍ତା, ତେବେ ମୁଁ ଡରିଯାଇଥାନ୍ତି ଏବଂ ଏହାକୁ ଯେତେ ଜଲଦି ବାହାରକୁ ଫିଙ୍ଗି ଦେଇଥାନ୍ତି। ଅନ୍ୟ ଜଣେ ଲେଖିଛନ୍ତି, ଭିଡ଼ିଓରେ କଣ୍ଢେଇର ଗୋଡ଼ରୁ ଯେଉଁଭଳି ଶବ୍ଦ ବାହାରୁଛି, ତାହା ବହୁତ ଭୟଙ୍କର।

67

ଆଉ ଜଣେ ୟୁଜର କହିଛନ୍ତି, ଏହାର ନୀଳ ଆଖି ଦେଖିଲେ ଦେହ ଶିହରି ଯାଉଛି। ସେହିପରି କେତେଜଣ ୟୁଜରଙ୍କ କହିବା ହେଲା, କଣ୍ଢେଇଟିକୁ ଦେଖିବା ପରେ ସେମାନେ ରାତିରେ ଶୋଇପାରୁନାହାନ୍ତି। ତେବେ କଣ୍ଢେଇ ବଜାରରେ ଏହାର ଦାମ କେତେ ଜାଣିଲେ ଆପଣଙ୍କର ବି ହୋସ ଉଡିଯିବ। ବଜାରରେ ଏହି ଡଲର ମୂଲ୍ୟ ରହିଛି ୧୧,୨୯୪.୩୧ ଟଙ୍କା। ଏହାକୁ ଅନଲାଇନ ସପିଙ୍ଗ ସାଇଟରେ ମଧ୍ୟ କିଣାଯାଇପାରିବ।

Leave A Reply

Your email address will not be published.