ଦେଶ ବିଦେଶ

ପାକିସ୍ତାନରେ ଇଣ୍ଡିଗୋ ବିମାନର ଜରୁରୀ ଅବତରଣ, ଯାନ୍ତ୍ରିକ ତ୍ରୁଟି ଯୋଗୁଁ ହାଇଦ୍ରାବାଦ ପରିବର୍ତ୍ତେ କରାଚିରେ କଲା ଲ୍ୟାଣ୍ଡିଂ

ଦେଶରେ ବାରମ୍ବାର ବିମାନ ସେବା ବାଧାପ୍ରାପ୍ତ ହେଉଥିବା ଖବର ସାମ୍ନାକୁ ଆସୁଛି। ସ୍ପାଇସଜେଟ ପରେ ଏବେ ଇଣ୍ଡିଗୋ ବିମାନ ପାକିସ୍ତାନରେ ଜରୁରୀ ଅବତରଣ କରିଛି। କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ଇଣ୍ଡିଗୋ ବିମାନରେ ଦେଖାଦେଇଛି ଯାନ୍ତ୍ରିକ ତ୍ରୁଟି । ପୁଣିଥରେ ମଝି ଆକାଶରେ ଏକ ବିମାନ ଫସିଥିବା ଘଟଣା ସାମନାକୁ ଆସିଛି । ଯାତ୍ରୀମାନଙ୍କୁ ଫେରାଇ ଆଣିବା ପାଇଁ ଆଉ ଏକ ବିମାନର ବ୍ୟବସ୍ଥା କରାଯାଇଛି । ଏହି ବିମାନରେ ସମସ୍ତ ଯାତ୍ରୀଙ୍କୁ ହାଇଦ୍ରାବାଦ ନିଆଯିବ।

ରିପୋର୍ଟ ମୁତାବକ, ଏହି ବିମାନ ଶାରଜାହାରୁ ହାଇଦ୍ରାବାଦ ଆସୁଥିବା ବେଳେ ଏଭଳି ଅଘଟଣ ଘଟିଥିବା ଜାଣିବାକୁ ମିଳିଛି । ମଝି ଆକାଶରେ ବିମାନ ଚଳାଚଳ ବ୍ୟାଘାତ ହେବାରୁ ଜରୁରୀ ଅବତରଣ କରିଛି ଇଣ୍ଡିଗୋ ଫ୍ଲାଇଟ । ପାକିସ୍ତାନର କରାଚିଠାରେ ଓହ୍ଲାଇଛି ଭାରତର ଏକ ଇଣ୍ଡିଗୋ ବିମାନ । ତେବେ ଯାତ୍ରୀମାନଙ୍କୁ ସୁରକ୍ଷିତ ହାଇଦ୍ରାବାଦ ଫେରାଇ ଆଣିବାକୁ ଆଉ ଏକ ବିମାନର ବ୍ୟବସ୍ଥା କରାଯାଇଛି । ଇଣ୍ଡିଗୋ କର୍ତ୍ତୃପକ୍ଷଙ୍କ ତରଫରୁ ଅନ୍ୟ ଏକ ବିମାନ ପଠାଯାଇ ସେମାନଙ୍କୁ ଅଣାଯିବାର ବ୍ୟବସ୍ଥା ହୋଇଛି ।

ଗତ ସପ୍ତାହରେ ମଧ୍ୟ ଏକ ସ୍ପାଇସ ଜେଟ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିଲା । ଫଳରେ ପାକିସ୍ତାନର କରାଚି ଠାରେ ଜରୁରୀ ଅବତରଣ କରିଥିଲା ବିମାନ । ଏହି ବିମାନରେ ପାଖାପାଖି ୧୫୦ ଲୋକ ରହିଥିଲେ । ଯେଉଁମାନଙ୍କୁ ପାକିସ୍ତାନରେ ବିମାନରୁ ଓହ୍ଲାଇ ଯାଞ୍ଚ କରାଯାଇଥିଲା। ଏହାପରେ ସେମାନଙ୍କୁ ଆଉ ଏକ ବିମାନ ଯୋଗେ ଦୁବାଇ ପଠାଯାଇଥିଲା । ତେବେ ବାରମ୍ବାର ଏମିତି ବିମାନରେ ଯାନ୍ତ୍ରିକ ତ୍ରୁଟି ଏବେ କର୍ତ୍ତୃପକ୍ଷଙ୍କ ଉପରକୁ ଆଙ୍ଗୁଠି ଉଠାଇଛନ୍ତି ଯାତ୍ରୀ।

ସୂଚନାଯୋଗ୍ୟ, ବିମାନଟି ପ୍ରାୟ ୫ ହଜାର ଫୁଟ ଉପରେ ଉଡୁଥିବା ବେଳେ କ୍ୟାବିନ୍‌ରେ ଧୂଆଁ ଦେଖିବାକୁ ପାଇଥିଲେ । ଏହା ପରେ ତୁରନ୍ତ ବିମାନଟିକୁ ଦିଲ୍ଲୀକୁ ଫେରାଇ ଅଣାଯାଇଥିଲା । ଦିଲ୍ଲୀରେ ଜରୁରୀ ଅବତରଣ ପରେ ଯାତ୍ରୀମାନେ ସୁରକ୍ଷିତ ଭାବେ ଓହ୍ଲାଇଥିଲା ।  ଜୁନ୍‌ ୧୯ କୁ ପାଟନାରୁ ଦିଲ୍ଲୀ ଯାଉଥିବା ବିମାନରେ ଏମିତି ଏକ ଦୁର୍ଘଟଣା ଘଟିଥିଲା। ଉଡାଣ ଭରିଥିବା ସ୍ପାଇସଜେଟ ବିମାନର ଇଂଜିନରେ ନିଆଁ ଲାଗିଯାଇଥିଲା। ଆଉ ପରେ ବିମାନ ଜରୁରୀ ଅବତରଣ କରିଥିଲା। ବିମାନରେ ପକ୍ଷୀ ମାଡ ହେବା ଯୋଗୁଁ ଇଂଜିନରେ ନିଆଁ ଲାଗିଥିବା ଡିଜିସିଏ କହିଥିଲା।

Swagatika

Recent Posts

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

26 mins ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

31 mins ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

8 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

10 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

10 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

10 hours ago