ଦେଶ ବିଦେଶ

ଅନ୍ତର୍ଜାତୀୟ ଯାତ୍ରୀଙ୍କୁ ଆଜିଠୁ ଭାରତରେ ରହିବାକୁ ପଡ଼ିବ ନାହିଁ କ୍ୱାରେଣ୍ଟାଇନ୍‌, ଲାଗୁ ହେଲା ନୂଆ ନିର୍ଦ୍ଦେଶନାମା

ଭାରତ ଅନ୍ତର୍ଜାତୀୟ ଯାତ୍ରୀଙ୍କ ପାଇଁ ନୂଆ ଗାଇଡ୍‌ଲାଇନ ଜାରି କରିଛି, ଯାହା ଅଧୀନରେ ସମ୍ପୂର୍ଣ୍ଣ ଭାବେ ଟିକାକରଣ କରେଇଥିବା ସେହି ଦେଶଗୁଡ଼ିକର ଯାତ୍ରୀମାନଙ୍କୁ ଭାରତରେ କ୍ୱାରେଣ୍ଟାଇନ୍‌ରେ ରହିବାକୁ ପଡ଼ିବ ନାହିଁ, ଯାହାଙ୍କର ଟିକାକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଅନୁମୋଦନ କରିଥିବ। ଏହା ସତ୍ତ୍ୱେ ସେମାନଙ୍କୁ କୋଭିଡ୍‌ର ଆର୍‌ଟି-ପିସିଆର୍‌ ଟେଷ୍ଟ ରିପୋର୍ଟ ଦେବାକୁ ହେବ। ମନ୍ତ୍ରାଳୟ କହିଛି, କୋଡିଭ୍‌-୧୯ର ପ୍ରଭାବ ଲଗାତାର କମିବାରେ ଲାଗିଛି। କିଛି ଆଞ୍ଚଳିକ ପରିବର୍ତ୍ତନ ସହ ସଂକ୍ରମଣରେ ହ୍ରାସ ଦେଖିବାକୁ ମିଳୁଛି। ଲଗାତାର ବଦଳୁଥିବା ଭାଇରସ୍‌ର ପ୍ରକୃତି ଏବଂ ଚିନ୍ତାର କାରଣ ବନିଥିବା SARS-coV-2 ଭେରିଏଣ୍ଟ ଉପରେ ଏବେ ନଜର ରଖିବାର ଆବଶ୍ୟକତା ରହିଛି।

କ’ଣ ରହିଛି ନୂଆ ଗାଇଡ୍‌ଲାଇନ

୧. ଯେଉଁ ଯାତ୍ରୀମାନଙ୍କୁ ଆଂଶିକ ରୂପେ ଟିକା ଲାଗିଛି କିମ୍ବା ଯାହାଙ୍କୁ ଜମାରୁ ଟିକା ଲାଗି ନାହିଁ, ସେମାନଙ୍କୁ କରୋନା ଯାଞ୍ଚ ପାଇଁ ନମୁନା ଦେବାକୁ ହେବ। ଏହାପରେ ସେମାନଙ୍କୁ ବିମାନରେ ଆସିବା ପାଇଁ ଅନୁମତି ଦିଆଯିବ। ୭ ଦିନ ପାଇଁ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହିବାକୁ ପଡ଼ିବ। ଦ୍ୱିତୀୟ ଥର ଟେଷ୍ଟ କରେଇବା ପରେ ଯଦି ରିପୋର୍ଟ ନେଗେଟିଭ୍‌ ଆସୁଛି, ତଥାପି ୭ ଦିନ ପର୍ଯ୍ୟନ୍ତ ନିଜ ସ୍ୱାସ୍ଥ୍ୟ ଉପରେ ସେମାନଙ୍କୁ ନଜର ରଖିବାକୁ ହେବ।

୨. ନୂଆ ଗାଇଡ୍‌ଲାଇନରେ ଯାତ୍ରୀମାନଙ୍କ ସହିତ ଏଣ୍ଟ୍ରି ପଏଣ୍ଟସ୍‌ରେ ଛିଡ଼ା ହୋଇଥିବା ଯାତ୍ରୀମାନଙ୍କ ପାଇଁ ମଧ୍ୟ ପ୍ରୋଟୋକଲ୍ସ ଦିଆଯାଇଛି।

୩. ମନ୍ତ୍ରାଳୟ କହିଛି କି, ଏହି ନିର୍ଦ୍ଦେଶନାମା ସୋମବାରଠାରୁ ଲାଗୁ କରାଯିବ। ବିପଦ ମୂଲ୍ୟାଙ୍କନ ଆଧାରରେ ଏହି ଦସ୍ତାବିଜ୍‌ଗୁଡ଼ିକୁ ସମୟ ସମୟରେ ଯାଞ୍ଚ କରାଯିବ।

୪. ନିର୍ଦ୍ଦେଶନାମା ଅନୁସାରେ, ଯାତ୍ରା ଯୋଜନା କରୁଥିବା ସମୟରେ ସମସ୍ତ ଯାତ୍ରୀଙ୍କୁ ନିର୍ଦ୍ଧାରିତ ଯାତ୍ରା ପୂର୍ବରୁ ଅନ୍‌ଲାଇନ ବିମାନ ସୁବିଧା ପୋର୍ଟାଲରେ ଏକ ସ୍ୱ-ଘୋଷଣା ପତ୍ର ଜମା କରିବାକୁ ହେବ। ଏଥି ସହିତ ଏକ ନକାରାତ୍ମକ କୋଭିଡ୍‌ ଆର୍‌ଟି-ପିସିଆର୍‌ ରିପୋର୍ଟ ଅପଲୋଡ୍‌ କରିବାକୁ ହେବ। ଏହି ପରୀକ୍ଷଣ ଯାତ୍ରା ଆରମ୍ଭର ୭୨ ଘଣ୍ଟା ପୂର୍ବରୁ ହେବା ଉଚିତ।

୫. ଗାଇଡ୍‌ଲାଇନରେ ଦର୍ଶାଯାଇଛି, ବିପଦ ଥିବା ଦେଶକୁ ଛାଡ଼ି ଯେଉଁ ଦେଶରେ WHO ଦ୍ୱାରା ଅନୁମୋଦିତ କୋଭିଡ୍‌-୧୯ ଟିକାର ପାରସ୍ପରିକ ସ୍ୱୀକୃତି ପାଇଁ ପାରସ୍ପରିକ ବ୍ୟବସ୍ଥା ରହିଛି, ସେହି ଦେଶର ଯାତ୍ରୀମାନଙ୍କୁ ବିମାନରେ ଯିବା ଏବଂ ଆସିବା ପାଇଁ ଅନୁମତି ରହିବ। ଆଗମନ ପରେ ସେହି ଯାତ୍ରୀମାନଙ୍କୁ ୧୪ ଦିନ ପାଇଁ ନିଜ ସ୍ୱାସ୍ଥ୍ୟ ଉପରେ ସ୍ୱୟଂ ନଜର ରଖିବାକୁ ହେବ।

୬. ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହିଥିବା ଯାତ୍ରୀମାନଙ୍କଠାରେ ଯଦି କରୋନା ଲକ୍ଷଣ ଦେଖା ଯାଏ ଏବଂ ତାଙ୍କ ରିପୋର୍ଟ ପଜିଟିଭ୍‌ ବାହାରେ, ତେବେ ତୁରନ୍ତ ସେମାନଙ୍କୁ କ୍ୱାରେଣ୍ଟାଇନ୍‌ ହେବାକୁ କୁହାଯିବ। ନିକଟସ୍ଥ ସ୍ୱାସ୍ଥ୍ୟ ସୁବିଧାକୁ ରିପୋର୍ଟ କରିବାକୁ ହେବ। ନଚେତ୍‌ ରାଷ୍ଟ୍ରୀୟ ହେଲ୍ପଲାଇନ ନମ୍ବର (1075) କିମ୍ବା ରାଜ୍ୟ ହେଲ୍ପଲାଇନ ନମ୍ବରରେ କଲ୍‌ କରିବାକୁ ପଡ଼ିବ।

Roshni

Recent Posts

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

19 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

27 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

42 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

48 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

1 hour ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

2 hours ago