ମନୋରଂଜନ

ଜାତୀୟ ଫିଲ୍ମ ପୁରସ୍କାର ଉତ୍ସବରେ ମନେ ପଡ଼ିଲେ ସ୍ୱର୍ଗତ ସୁଶାନ୍ତ ସିଂହ ରାଜପୁତ, ‘ଛିଛୋରେ’କୁ ଶ୍ରେଷ୍ଠ ଫିଲ୍ମ ଆଓ୍ଵାର୍ଡ, ମନୋଜ ବାଜପେୟୀ ଓ ଧନୁଷ ଶ୍ରେଷ୍ଠ ଅଭିନେତା, କଙ୍ଗନା ଶ୍ରେଷ୍ଠ ଅଭିନେତ୍ରୀ

୬୭ତମ ରାଷ୍ଟ୍ରୀୟ ଫିଲ୍ମ ଆଓ୍ଵାର୍ଡର ଘୋଷଣା ପୂର୍ବରୁ ହୋଇସାରିଥିଲେ ସୁଦ୍ଧା ଆଜି ବିଜେତାଙ୍କୁ ନ୍ୟାସନାଲ ଆଓ୍ଵାର୍ଡ ଦିଆଯାଇଛି। ଆଜି ବିଜ୍ଞାନ ଭବନରେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଫିଲ୍ମ ‘ଛିଛୋରେ’ କୁ ଶ୍ରେଷ୍ଠ ଫିଲ୍ମ ଆଓ୍ଵାର୍ଡ ପ୍ରଦାନ କରାଯାଇଛି। ମନୋଜ ବାଜପେୟୀଙ୍କୁ ଶ୍ରେଷ୍ଠ ଅଭିନେତା ଏବଂ କଙ୍ଗନା ରଣାଓ୍ଵତଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ପୁରସ୍କୃତ କରାଯାଇଛି।

ସୂଚନାଯୋଗ୍ୟ, କଙ୍ଗନା ୪ର୍ଥ ଥର ପାଇଁ ନ୍ୟାସନାଲ ଆଓ୍ଵାର୍ଡ ମିଳିଛି। ମନୋଜ ବାଜପେୟୀଙ୍କ ସହିତ ଧନୁଷଙ୍କୁ ମଧ୍ୟ ଶ୍ରେଷ୍ଠ ଅଭିନେତା ଆଓ୍ଵାର୍ଡ ମିଳିଛି। କଙ୍ଗନାଙ୍କୁ ଫିଲ୍ମ ‘ମଣିକର୍ଣ୍ଣିକା’ ପାଇଁ ଏହି ଆଓ୍ଵାର୍ଡ ମିଳିଛି। ଅକ୍ଷୟ କୁମାରଙ୍କ ଫିଲ୍ମ ‘କେସରୀ’ ର ଗୀତ ‘ତେରୀ ମିଟି ମେଁ ମିଲଜାଓ୍ଵା’ ପାଇଁ ପ୍ରାକଙ୍କୁ ଶ୍ରେଷ୍ଠ ଗାୟକ ଆଓ୍ଵାର୍ଡ ମିଳିଛି। ଏହା ମଧ୍ୟରେ ସୁପରଷ୍ଟାର ରଜନୀକାନ୍ତଙ୍କୁ ଦାଦା ସାହେବ ଫାଲକେ ପୁରସ୍କାର ମଧ୍ୟ ପ୍ରଦାନ କରାଯିବ। ରଜନୀକାନ୍ତ ନିଜେ ଟ୍ଵିଟ କରି ଜଣାଇବା ସହିତ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସିକ୍କିମକୁ ଫିଲ୍ମ ପାଇଁ ଶ୍ରେଷ୍ଠ ଅନୁକୂଳ ରାଜ୍ୟ, ମକ୍କର ଅରାବିକ୍କଦାଲିନ୍ତ ସିଂହକଙ୍କୁ ଶ୍ରେଷ୍ଠ ଫିଚର ଫିଲ୍ମ, ‘ମହର୍ଷି’କୁ ସର୍ବଶ୍ରେଷ୍ଠ ଲୋକପ୍ରିୟ ଫିଲ୍ମ ଏବଂ ଆନନ୍ଦୀ ଗୋପାଳଙ୍କୁ ସାମାଜିକ ଭିତ୍ତିକ ସର୍ବଶ୍ରେଷ୍ଠ ଫିଲ୍ମ ପାଇଁ ପୁରସ୍କୃତ କରାଯାଇଛି। ୨୦୧୯ର ଶ୍ରେଷ୍ଠ ଫିଲ୍ମ ଓ ଅଭିନେତା ଓ ଅଭିନେତ୍ରୀଙ୍କ ପାଇଁ ମାର୍ଚ୍ଚ ୨୦୨୧ ରେ ୬୭ ତମ ଜାତୀୟ ଫିଲ୍ମ ପୁରସ୍କାର ଘୋଷଣା କରାଯାଇଥିଲା। କିନ୍ତୁ କରୋନା ମହାମାରୀ ହେତୁ ଏହି ପୁରସ୍କାର ବିତରଣ ଉତ୍ସବକୁ ସ୍ଥଗିତ ରଖା ଯାଇଥିଲା।

ସେହିପରି ତିନି ଓଡିଆ ଫିଲ୍ମକୁ ମିଳିଛି ଜାତୀୟ ପୁରସ୍କାର। ଓଡିଆ ଫିଲ୍ମ ‘ଶଲା ବୁଢ଼ାର ବଦଲା’ ଓ ‘କାଲିର ଅତୀତ’କୁ ପୁରସ୍କାର ପ୍ରଦାନ କରାଯାଇଛି। ବେଷ୍ଟ ଆର୍ଟ ଆଣ୍ଡ କଲଚର ଫିଲ୍ମ ଭାବେ ‘ଶ୍ରୀକ୍ଷେତ୍ରରୁ ସାହି ଯାତ’କୁ ଜାତୀୟ ଫିଲ୍ମ ପୁରସ୍କାର ହାତେଇଛି।

ଶ୍ରେଷ୍ଠ ସହ ଅଭିନେତ୍ରୀ ଭାବେ `ଦ ତାସ୍‌କେଣ୍ଟ’ ଫିଲ୍ମ ପାଇଁ ପଲ୍ଲଭୀ ଯୋଶୀଙ୍କୁ ପୁରସ୍କୃତ କରାଯାଇଛି। ସେହିପରି ଶ୍ରେଷ୍ଠ ସହ ଅଭିନେତା ପାଇଁ ଫିଲ୍ମ `ସୁପର ଡିଲକ୍ସ’ ଲାଗି ବିଜୟ ସେତୁପତି ପୁରସ୍କୃତ ହୋଇଛନ୍ତି।

ଶ୍ରେଷ୍ଠ ବହି ‌ ଅନ୍ ସିନେମା- ଏ ଗାନ୍ଧିଆନ୍ ଅଫେୟାର୍‌: ଇଣ୍ଡିଆଜ୍‌ କ୍ୟୁରିଅସ୍‌ ଲବ ଇନ୍‌ ସିନେମା ବୟ, ସଞ୍ଜୟ ପୁରୀ

ଶ୍ରେଷ୍ଠ ନରେସନ୍‌- ୱାଇଲ୍ଡ କର୍ଣ୍ଣାଟକ

ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ- ବିଶାଖ ଜ୍ୟୋତି

ଶ୍ରେଷ୍ଠ ସିନେମୋଟୋଗ୍ରଫି- ସବିତା ସିଂହ

ଶ୍ରେଷ୍ଠ ନିର୍ଦ୍ଦେଶକ- ଫିଲ୍ମ `ନକ୍‌ ନକ୍‌ ନକ୍‌’ ପାଇଁ ସୁଧାଂଶୁ ସରିୟା

ଶ୍ରେଷ୍ଠ ଆନିମେସନ ଫିଲ୍ମ- ରାଧା

ଶ୍ରେଷ୍ଠ ଫିଚର ଫିଲ୍ମରେ – ଜର୍ସି(ତେଲୁଗୁ)

ଶ୍ରେଷ୍ଠ ତାମିଲ ଫିଲ୍ମ-ଅସୁରନ୍‌

ଶ୍ରେଷ୍ଠ ମଲାୟଲମ ଫିଲ୍ମ- କଳା ନୋତ୍ତମ

ଶ୍ରେଷ୍ଠ ମରାଠୀ ଫିଲ୍ମ- ବାରଡୋ

ଶ୍ରେଷ୍ଠ ବଙ୍ଗାଳୀ ଫିଲ୍ମ- ଗୁମନାମୀ

ସେହିପରି ଶ୍ରେଷ୍ଠ ଫି-ମେଲ୍ ପ୍ଲେବ୍ୟାକ୍ ସିଙ୍ଗର ମରାଠି- ସାୱନି ରବିନ୍ଦ୍ର

ଶ୍ରେଷ୍ଠ ମେଲ୍ ପ୍ଲେବ୍ୟାକ୍ ସିଙ୍ଗର- `ତେରୀ ମିଟି’ ଗୀତ ପାଇଁ ବି ପ୍ରାକ୍

ଶ୍ରେଷ୍ଠ ନିର୍ଦ୍ଦେଶକ-ସଞ୍ଜୟ ପୁରେ ସିଂହ ଚୌହାନ

 

Swagatika

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ କ୍ୟାରିୟରକୁ ନେଇ କିଛି ଖୁସି ଖବର ପାଇବେ, କୌଣସି କାର୍ଯ୍ୟ ପାଇଁ ପ୍ରଶଂସା ମିଳିବ

ମେଷ : ବ୍ୟବସାୟ ତଥା ଅନ୍ୟ କ୍ଷେତ୍ରରେ ଆଜିର ଦିନ ଆପଣ ପାଇଁ ଲାଭପ୍ରଦ ଅଟେ । ଘର ତଥା…

4 hours ago

ଦୁର୍ଘଟଣାରେ ଗୋଡ ହରାଇ ଥିବା ଶିକ୍ଷକଙ୍କୁ ପାଣି ପିଆଇ ସାନ୍ତ୍ଵନା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର(କେନ୍ୟୁଜ୍‌): ସମୟ ଥିଲା ଅପରାହ୍ନ । ଅନେକ ବ୍ୟକ୍ତି, ସଂଗଠନ, ସାଧାରଣ ଲୋକ ଆସି ରାଜ୍ୟ ଅତିଥି ଭବନର ଅସ୍ଥାୟୀ…

8 hours ago

ରାଜଧାନୀ ରାସ୍ତା କଡ଼ରେ ଗଛ ଲଗାଉଥିବା ଓ ପାଣି ଦେଉଥିବା ଏ ବ୍ୟକ୍ତିଙ୍କୁ ଦେଖିଛନ୍ତି କି ?

ଭୁବନେଶ୍ୱର: ଟାଇଁ ଟାଇଁ ମୁଣ୍ଡଫଟା ଖରା । ଚାଲିକି କି ସାଇକେଲରେ ଯିବା ଲୋକ ଖୋଜୁଛି ଗଛ ଛାଇ ଟିକେ…

8 hours ago

କାର ସହ ବାଇକ୍‌ ମୁହାଁମୁହିଁ ଧକ୍କା, ୨ ମୃତ

ଗଞ୍ଜାମ(କେନ୍ୟୁଜ୍‌): କାର ସହ ମୋଟର ସାଇକେଲ ମୁହାଁମୁହିଁ ଧକ୍କା। ୨ ବାଇକ ଆରୋହୀ ମୃତ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ…

8 hours ago

ନିଷ୍କ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ରାଜ୍ୟରେ ଜାରି ରହିବ ଗ୍ରୀଷ୍ମ ଲହରୀ

ଭୁବନେଶ୍ୱର(କେନ୍ୟୁଜ୍‌): ନିଷ୍କ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଦକ୍ଷିଣ ଓଡିଶାରେ ପ୍ରବେଶ କରିବା ପରେ ଆଉ ଆଗକୁ…

9 hours ago

କାଲି ଆର୍ଟ ଅଫ୍ ଗିଭିଂ ଦିବସ, ୨୦୦ ଦେଶ ଏବଂ ୨୫ ହଜାର ସ୍ଥାନରେ ହେବ ପାଳନ

ଭୁବନେଶ୍ୱର(କେନ୍ୟୁଜ୍‌): ଆସନ୍ତାକାଲି ପାଳିତ ହେବ ଆର୍ଟ ଅଫ୍ ଗିଭିଂ ଦିବସ । ଅନ୍ୟକୁ ସାହାଯ୍ୟ ଏବଂ ଦାୟିତ୍ବ ସମ୍ପନ୍ନ ଭାବେ…

9 hours ago