ସ୍ପେଶାଲ

ମୃତ୍ୟୁ ପରେ ବ୍ୟକ୍ତିଙ୍କ ଆକାଉଣ୍ଟକୁ କିଏ କରିଥାନ୍ତି ବ୍ୟବହାର, ଜାଣନ୍ତୁ

ଯଦି ଆପଣ ଆଣ୍ଡ୍ରଏଡ ଫୋନ ୟୁଜର ତେବେ ଏହା କନଫର୍ମ ଯେ, ଆପଣଙ୍କ ଅନେକ ଡାଟା ଗୁଗଲ ପାଖେ ମହଜୁଦ ରହିଛି। ଏମିତିକି ଗୁଗଲ ଆପଣଙ୍କ ପସନ୍ଦ ନାପସନ୍ଦ ସମ୍ପର୍କରେ ମଧ୍ୟ ଜାଣିଥାଏ ।କିନ୍ତୁ କେବେ ଆପଣ ଭାବିଛନ୍ତି କେହି ଜଣେ ମରିଗଲେ ଉକ୍ତ ମୃତ ବ୍ୟକ୍ତିର ମୋବାଇଲ ଫୋନ କଣ ହୁଏ। ତାର ଯେଉଁସବୁ ସୋସିଆଲ ମିଡିଆ ଆକାଉଣ୍ଟ ଥାଏ, ତାହା କ’ଣ ହୁଏ।

ଏମିତିକି ଗୁଗଲ ହୁଏତ ଆପଣଙ୍କ ବ୍ୟାଙ୍କ କାର୍ଡର ସମସ୍ତ ଡିଟେଲ୍ସ ଏବଂ ପାସଓ୍ଵାର୍ଡ ସମ୍ପର୍କରେ ଜାଣିଥାଏ । ଏହି ସମୟରେ ଗୁଗଲ ଏଭଳି ସମ୍ବେଦନଶୀଳ ଖବର ପାଇଁ ଆମକୁ ଅପସନ୍‌ ଦେଇଥାଏ। ଯାହାଦ୍ୱାରା ଆମ ପରେ ଏହି ଆକାଉଣ୍ଟକୁ ସେହି ନିର୍ଦ୍ଦିଷ୍ଟ ବ୍ୟକ୍ତି ଏହିସବୁ ଉପରେ ଧ୍ୟାନ ଦେବ। ଅନ୍ୟପକ୍ଷରେ ଗୁଗଲ ଏକ ସ୍ପେଶିଫିକ ଫିଚର ରଖିଥାଏ, ଯେଉଁଥିରେ ଜଣାପଡେ ଯେ ବ୍ୟକ୍ତିର ଆକାଉଣ୍ଟକୁ କେତେବେଳେ ଇନଆକ୍ଟିଭ ମନାଯିବ । ଏହାସହ ଉକ୍ତ ବ୍ୟକ୍ତିର ପ୍ରାଇଭେଟ ଡାଟା ସହ କଣ କରାଯିବ।

ପ୍ରାଥମିକ ଭାବେ ଯଦି କୋଣସି ବ୍ୟକ୍ତି ଅନେକ ମାସ ଧରି ଗୁଗଲ ଆକାଉଣ୍ଟକୁ ବ୍ୟବହାର କରୁନାହାଁନ୍ତି ତେବେ ଏହି ଆକାଉଣ୍ଟ ଅଟୋମେଟିକ ଭାବେ ଡିଆକ୍ଟିଭ ହୋଇଯାଏ। କିନ୍ତୁ ଏହାକୁ ନେଇ ଏବେ ଅପସନ୍‌ ରହୁଛି। ଏହାଦ୍ୱାରା ଆପଣ ନିଜେ କହିବେ ଯେ ଆପଣଙ୍କ ଆକାଉଣ୍ଟକୁ କେବେ ଡିଆକ୍ଟିଭ ମନାଯିବ । ଏହାସହ ଆପଣଙ୍କ ଡାଟା ସହ କଣ କରାଯିବ।

ଗୁଗଲ ନିଜ ୟୁଜର୍ସଙ୍କୁ ଏକ ବିଶ୍ୱସନୀୟ ବ୍ୟକ୍ତିଙ୍କ ସହ ଆକାଉଣ୍ଟ ଏବଂ ଡାଟା ସେୟାର କରିବାର ଅପସନ ଦେଇଥାଏ। ଏଥିପାଇଁ ୟୁଜର ଆଡିସନାଲ େଓ୍ଵଟିଂ ପିରିୟଡ ନିର୍ଦ୍ଧାରିତ କରିବେ । ଏଥିପାଇଁ ୟୁଜର୍ସଙ୍କୁ ୧୮ ମାସ ପର୍ଯ୍ୟନ୍ତ ସମୟ ଦିଆଯିବ। ତେବେ ଜାଣି ନିଅନ୍ତୁ ଆପଣ କିପରି ଏହି ଅପସନକୁ ଚୟନ କରିବେ।

-ଡାଟାକୁ ମ୍ୟାନେଜ କରିବା ପାଇଁ ପ୍ରଥମେ myaccount.google.com/inactive କୁ ଯିବାକୁ ପଡ଼ିବ । ଏହାପରେ ନିଜର ଏକ ବିଶ୍ୱସ୍ତ ଲୋକଙ୍କୁ ଚୟନ କରନ୍ତୁ ।
-ତେବେ ଏଥିରେ ଆପଣଙ୍କୁ ପ୍ରଥମେ ଇନଆକ୍ଟିଭ, ଇମେଲ ଆଇଡି,ଫୋନ ନମ୍ବର ଏବଂ ଅନ୍ୟାନ ଡିଟେଲ ୍ସମଧ୍ୟ
ଭରିବାକୁ ପଡ଼ିବ
-ଏହାପରେ ଗୁଗଲ ସର୍ବମୋଟ ୧୦ ଜଣଙ୍କୁ ଚୟନ କରିବାର ଅପସନ ଦେବ।

ତେବେ ଏଥିପାଇଁ କିଛି ଡାଟାର ଆକ୍ସେସ ଆପଣ ସେହି ବ୍ୟକ୍ତିକୁ ଦେଇପାରିବେ। ଯେମିତିକି ଗୁଗୁଲ ପେ, ଗୁଗଲ ଫଟୋଜ, ଗୁଗଲ ଚାଟ୍‌, ଲୋକେସନ ହିଷ୍ଟ୍ରି , ଗୁଗଲ ସର୍ଚ୍ଚ ହିଷ୍ଟ୍ରୀ ସହ ସେହି ଆକାଉଣ୍ଟର ମଧ୍ୟ ଆକ୍ସେସ ଦେଇ ପାରିବେ ଯେଉଁଥିରେ ଆପଣ ନିଜର ଗୁଗଲ ଆଇଡି ବ୍ୟବହାର କରିଥିଲେ। ଏଥିପାଇଁ ଉକ୍ତ ବ୍ୟକ୍ତିଙ୍କ ପାଖକୁ ମେଲ ମଧ୍ୟ ଦେବାକୁ ପଡ଼ିଥାଏ।

D Sonali

Recent Posts

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

9 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

10 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

14 mins ago

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

37 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

44 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

51 mins ago