ଦେଶ ବିଦେଶ

ଇସ୍ରାଏଲକୁ ତେହେରାନର କଡ଼ା ଚେତାବନୀ: ଆହୁରି ଭୟଙ୍କର ହେବ ଯୁଦ୍ଧ

କେନ୍ୟୁଜ୍(ବ୍ୟୁରୋ): ମଧ୍ୟ ପ୍ରାଚ୍ୟରେ ଆହୁରି ଭୟଙ୍କର ହେବ ଯୁଦ୍ଧ । ଇସ୍ରାଏଲ-ହମାସ ଯୁଦ୍ଧରେ ସାମିଲ ହେବା ନେଇ ଧମକ ଦେଇଛି ଇରାନ । ଏନେଇ ଇସ୍ରାଏଲକୁ ତେହେରାନ କଡ଼ା ବାର୍ତ୍ତା ଦେଇ  କହିଛି ଯଦି ଗାଜାରେ ହମାସ ବିରୋଧରେ ଇସ୍ରାଏଲ ନିଜର ମିଲିଟାରୀ ଅଭିଯାନ ଜାରି ରଖେ ତେବେ ଇରାନ ହସ୍ତକ୍ଷେପ କରିବ। ହମାସକୁ ସମର୍ଥନ କରୁଛି ଇରାନ । ଯୁଦ୍ଧ ଚାଲିଥିବା ବେଳେ ଗତ ରାତିରେ କାତାରରେ ହମାସ ନେତା ଇସମାଇଲ ହାନିୟେଙ୍କ ସହ ଇରାନ ବୈଦେଶିକ ମନ୍ତ୍ରୀ ହସଖୁସି ହେଉଥିବା ଦେଖିବାକୁ ମିଳିଛି । ଯୁଦ୍ଧକୁ ନେଇ ଇସଲାମିକ ରାଷ୍ଟ୍ରଙ୍କ ବୁଧବାର ଜେଦାହରେ ବୈଠକ ହେବ। ଇସଲାମିକ ସମିତିର ଚଳିତ ଅଧିବେଶନରେ ଅଧ୍ୟକ୍ଷତା କରୁଥିବା ସାଉଦି ଆରବ ଏହି ବୈଠକ ଡାକିଛି। ଗାଜାରେ ହମାସ ନିପାତ ପାଇଁ ଇସ୍ରାଏଲର ବଡ଼ ଅପରେସନ ଚଳାଇଛି।

ଉତ୍ତର ଗାଜାରୁ ଲୋକ ଦକ୍ଷିଣକୁ ସୁରକ୍ଷିତ ଭାବେ ଯିବା ପରେ ପଶିବେ ୧୦ ହଜାର ଇସ୍ରାଏଲୀ ସେନା । ଏଭିତରେ ଯୁଦ୍ଧକୁ ସପ୍ତାହେ ପୂରିଥିବା ବେଳେ ଗାଜାରେ ଇସ୍ରାଏଲର ଅପରେସନ ପୂର୍ବରୁ ବନ୍ଦ ହୋଇଛି ଇଣ୍ଟରନେଟ ସେବା। ଭୂମଧ୍ୟସାଗରରେ ଇସ୍ରାଏଲ ନୌସେନା ପକ୍ଷରୁ ଆତଙ୍କବାଦୀଙ୍କ ଉପରେ ଆଟାକ । ଜଳପଥ ଦେଇ ବୋଟ୍ ରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ପରେ ନୌସେନା ହମଲା କରିଛି । ଏହାର ଭିଡିଓ ସାମ୍ନାକୁ ଆସିଛି । ସ୍ନାପିର ୟୁନିଟର ଗୁଳିମାଡ଼ ପରେ କିଛି ଆତଙ୍କବାଦୀ ପହଁରି ପହଁରି କୂଳକୁ ପଳାଉଥିବା ଦେଖିବାକୁ ମିଳିଛି । ତେବେ ନୌସେନା ଗୁଳିମାଡ଼ରେ ବହୁ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ଯୁଦ୍ଧର ଘନଘଟାରେ ଏଯାଏ ଉଭୟ ଦେଶର ସାଢେ ୩ହଜାରରୁ ଅଧିକ ନାଗରିକଙ୍କ ଜୀବନ ଗଲାଣି। ଇସ୍ରାଏଲର ୧୩ଶହରୁ ଅଧିକ ନାଗରିକ ଓ ଗାଜାର ୨ହଜାର ୨ଶହରୁ ଅଧିକ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ ହୋଇଛି। ଶହେରୁ ଅଧିକ ବିଦେଶୀ ନାଗରିକ ମଧ୍ୟ ମୃତ୍ୟୁବରଣ କରିଛନ୍ତି ।

 

 

 

Sasmita

Recent Posts

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

17 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

25 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

41 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

1 hour ago