ଦୁର୍ଘଟଣା ନୁହେଁ, ମିସାଇଲ ମାଡ଼: ୟୁକ୍ରେନ ବିମାନ ଦୁର୍ଘଟଣାରେ ଇରାନର ସଂପୃକ୍ତି ଦାବି କଲା ଆମେରିକା

ୟୁକ୍ରେନ ଯାତ୍ରୀବାହୀ ବିମାନ ଦୁର୍ଘଟଣା ପଛରେ ଇରାନର ହାତ। ଇରାନରେ ୟୁକ୍ରେନ ଏୟାର ଲାଇନ୍‌ସର ବିମାନ ଦୁର୍ଘଟଣା ନେଇ ଟ୍ରମ୍ପ ପ୍ରଶାସନର ଅଧିକାରୀ ପ୍ରତିକ୍ରିୟା ରଖିଛନ୍ତି। ଏହା କୌଣସି ଦୁର୍ଘଟଣା ନୁହେଁ, ଭୁଲ୍‌ରେ ଇରାନ୍‌ ମିସାଇଲ୍‌ ମାଡ଼ କରି ତଳେ ଖସାଇଥିବା ନେଇ ଆମେରିକା ମିଡ଼ିଆରେ ପ୍ରକାଶ ପାଇଛି। ଏଥିରେ କୁହାଯାଇଛି, ଇରାକ୍‌ରେ ଥିବା ଆମେରିକା ସେନା ଶିବିର ଉପରେ ଇରାନ୍‌ର ମିସାଇଲ୍‌ ଆକ୍ରମଣର କିଛି ଘଣ୍ଟା ପରେ ଏହି ଦୁର୍ଘଟଣା ଘଟିଛି ।

ସିବିଏସ୍‌ ନ୍ୟୁଜ୍‌ର ରିପୋର୍ଟ ଅନୁସାରେ, ୟୁଏସ୍‌ ଇଣ୍ଟେଲିଜେନ୍ସ ପକ୍ଷରୁ କୁହାଯାଇଛି, ଦୁଇଟି ମିସାଇଲ୍‌ ଲଞ୍ଚ ହେବାର ଖବର ପ୍ରଥମେ ଗ୍ରହଣ କରିଥିଲା ଉପଗ୍ରହ । ଏହାପରେ ବିସ୍ଫୋରଣ ହୋଇଥିଲା । ଆମେରିକା ସହ କାନାଡ଼ା ମଧ୍ୟ ସମାନ ଦାବି କରିଛି। ସେପଟେ ୟୁକ୍ରେନ ମଧ୍ୟ ଦୁର୍ଘଟଣାର ତଦନ୍ତ ପାଇଁ ଜାତିସଂଘର ସହଯୋଗ ଲୋଡ଼ିଛି। ବୁଧବାର ୟୁକ୍ରେନ ଏୟାର ଲାଇନ୍‌ସର ବୋଇଂ ୭୩୭ ବିମାନ ଦୁର୍ଘଟଣାରେ ସମସ୍ତ ୧୭୬ ଜଣ ଯାତ୍ରୀ ଓ ବିମାନ କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା । ପୂର୍ବରୁ ବିମାନ ଦୁର୍ଘଟଣା ନେଇ ଇରାନର ସଂପୃକ୍ତି ନେଇ ସନ୍ଦେହ ପ୍ରକାଶ କରିଥିଲେ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ। ଇରାନ କିନ୍ତୁ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛି।

KNews Bureau

Recent Posts

କେରଳ ନୁହେଁ ଏବେ ‘କେରଳମ୍‌’…ବଦଳିପାରେ ରାଜ୍ୟର ନାଁ, ବିଧାନସଭାରେ ପାରିତ ହେଲା ପ୍ରସ୍ତାବ

ଭାରତର ଦକ୍ଷିଣ ରାଜ୍ୟ କେରଳର ନାଁ ବହୁତ ଜଲ୍‌ଦି ବଦଳିପାରେ । କେରଳ ବିଧାନସଭା ସୋମବାର ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ…

18 mins ago

ସୁଭଦ୍ରା ଯୋଜନାରେ ହେଉଥିବା ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ସୁଭଦ୍ରା ଯୋଜନାରେ ହେଉଥିବା ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ । ଯୋଜନା ଉପରେ କୌଣସି ଭୁଲ ଖବର…

20 mins ago

କାନ୍ଦି କାନ୍ଦି ବେହୋସ ହେଲା କୁନି ଝିଅ, ଉଚିତ ସମୟରେ ସିପିଆର ଦେଇ ଜୀବନ ବଞ୍ଚାଇଲେ ଡାକ୍ତର

ତାଜ ମହଲ ଦେଖିବାକୁ ଆସି ଜୀବନ ମୃତ୍ୟୁ ସହ ସଂଘର୍ଷ କଲା କୁନି ଝିଅ । ବାପା ମା’ଙ୍କ ସହ…

24 mins ago

ଲକ୍ଷ୍ମୀ ବସ୍ ସେବା ନେଇ ଲୋକଙ୍କ ମଧ୍ୟରେ ଦ୍ବନ୍ଦ୍ବ, ଲୋକେ କହୁଛନ୍ତି ବସ୍ ନାଁ ରହୁ କି ନ ରହୁ ସେବା ଜାରି ରହୁ

ମାଲକାନଗିରି : ଉପାନ୍ତ ମାଲକାନଗିରି ଜିଲ୍ଲାରେ ଗରିବ ଆଦିବାସୀ ଲୋକଙ୍କ ଯାତାୟାତର ଏବଂ ଆର୍ଥିକ ଉର୍ଣ୍ଣତି ପାଇଁ ଗତ ରାଜ୍ୟ…

26 mins ago

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ, କିନ୍ତୁ ଯାତ୍ରୀଙ୍କ ନାକ କାନରୁ ବାହାରିଲା ରକ୍ତ

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ । ହେଲେ ହଠାତ୍‌ ଯାତ୍ରୀଙ୍କ ନାକରୁ ରକ୍ତ ବାହାରିବା ସହ କାନରେ ଯନ୍ତ୍ରଣା…

30 mins ago

ଗ୍ରୁପରୁ ଋଣ ଉଠାଇ ଫେରାର୍, ଅଭିଯୁକ୍ତ ଘରେ ତାଲା ପକାଇଲେ ଗାଁର ମହିଳା

କଣ୍ଟାବାଞ୍ଜି: ଟଙ୍କା ନେଇ ଛୁ ମାରିଲେ, ହେଲେ ଚୁପ୍ ବସିଲେନି ଗାଁର ମହିଳାମାନେ । ସିଧା ଘରକୁ ଗଲେ ଆଉ…

39 mins ago