Below header

ଦୁର୍ଘଟଣା ନୁହେଁ, ମିସାଇଲ ମାଡ଼: ୟୁକ୍ରେନ ବିମାନ ଦୁର୍ଘଟଣାରେ ଇରାନର ସଂପୃକ୍ତି ଦାବି କଲା ଆମେରିକା

ୟୁକ୍ରେନ ଯାତ୍ରୀବାହୀ ବିମାନ ଦୁର୍ଘଟଣା ପଛରେ ଇରାନର ହାତ। ଇରାନରେ ୟୁକ୍ରେନ ଏୟାର ଲାଇନ୍‌ସର ବିମାନ ଦୁର୍ଘଟଣା ନେଇ ଟ୍ରମ୍ପ ପ୍ରଶାସନର ଅଧିକାରୀ ପ୍ରତିକ୍ରିୟା ରଖିଛନ୍ତି। ଏହା କୌଣସି ଦୁର୍ଘଟଣା ନୁହେଁ, ଭୁଲ୍‌ରେ ଇରାନ୍‌ ମିସାଇଲ୍‌ ମାଡ଼ କରି ତଳେ ଖସାଇଥିବା ନେଇ ଆମେରିକା ମିଡ଼ିଆରେ ପ୍ରକାଶ ପାଇଛି। ଏଥିରେ କୁହାଯାଇଛି, ଇରାକ୍‌ରେ ଥିବା ଆମେରିକା ସେନା ଶିବିର ଉପରେ ଇରାନ୍‌ର ମିସାଇଲ୍‌ ଆକ୍ରମଣର କିଛି ଘଣ୍ଟା ପରେ ଏହି ଦୁର୍ଘଟଣା ଘଟିଛି ।

air-crashସିବିଏସ୍‌ ନ୍ୟୁଜ୍‌ର ରିପୋର୍ଟ ଅନୁସାରେ, ୟୁଏସ୍‌ ଇଣ୍ଟେଲିଜେନ୍ସ ପକ୍ଷରୁ କୁହାଯାଇଛି, ଦୁଇଟି ମିସାଇଲ୍‌ ଲଞ୍ଚ ହେବାର ଖବର ପ୍ରଥମେ ଗ୍ରହଣ କରିଥିଲା ଉପଗ୍ରହ । ଏହାପରେ ବିସ୍ଫୋରଣ ହୋଇଥିଲା । ଆମେରିକା ସହ କାନାଡ଼ା ମଧ୍ୟ ସମାନ ଦାବି କରିଛି। ସେପଟେ ୟୁକ୍ରେନ ମଧ୍ୟ ଦୁର୍ଘଟଣାର ତଦନ୍ତ ପାଇଁ ଜାତିସଂଘର ସହଯୋଗ ଲୋଡ଼ିଛି। ବୁଧବାର ୟୁକ୍ରେନ ଏୟାର ଲାଇନ୍‌ସର ବୋଇଂ ୭୩୭ ବିମାନ ଦୁର୍ଘଟଣାରେ ସମସ୍ତ ୧୭୬ ଜଣ ଯାତ୍ରୀ ଓ ବିମାନ କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା । ପୂର୍ବରୁ ବିମାନ ଦୁର୍ଘଟଣା ନେଇ ଇରାନର ସଂପୃକ୍ତି ନେଇ ସନ୍ଦେହ ପ୍ରକାଶ କରିଥିଲେ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ। ଇରାନ କିନ୍ତୁ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.