ପୁରୁଷଙ୍କର ଏହି ଅଭ୍ୟାସ, ଯାହା ସାଜିଥାଏ ବର୍ବାଦୀର କାରଣ

ବାଲ୍ମୀକି ରାମାୟଣରେ ମନୁଷ୍ୟର ଦୁର୍ଗୁଣ ଏବଂ ସଦ୍‌ଗୁଣ ବିଷୟରେ ବିସ୍ତାର ରୂପେ ବର୍ଣ୍ଣନା କରାଯାଇଛି। ଯାହା ଆଜିକାଲିର ସମୟରେ ଅଧିକ ପ୍ରାସଙ୍ଗିକ। ଏହି ପ୍ରକାର ରାମାୟଣର ଏକ ଶ୍ଲୋକରେ ମନୁଷ୍ୟ ଜୀବନ ସହ ଜଡିତ ୩ଟି କଥା ବିଷୟରେ ଉଲ୍ଲେଖ କରାଯାଇଛି। ଉଲ୍ଲେଖ ରହିଛି ମନୁଷ୍ୟ ଯଦି ଏହି ୩ଟି କଥାକୁ ଛାଡି ପାରିନଥାଏ ତେବେ ମନୁଷ୍ୟର କୌଣସି କାମ ସଠିକ୍‌ ହୋଇନଥାଏ। ଆସନ୍ତୁ ଜାଣିବା ଏହି ବିଷୟରେ ବିସ୍ତାରରେ।

Happy-ଯଦି ମନୁଷ୍ୟ କୌଣସି କାମ କରିବାକୁ ଯାଉଛି ଏବଂ ତାଙ୍କ ମନରେ ଯଦି ସେହି କାମକୁ ନେଇ କୌଣସି ଉତ୍ସାହ ନାହିଁ ତେବେ ସଫଳତା ତାଙ୍କଠାରୁ ବହୁତ ଦୂରକୁ ଚାଲିଯାଇଥାଏ। ଆଜିର ସମୟରେ ଯଦି କୌଣସି ବ୍ୟକ୍ତି ନିଜର ବ୍ୟବସାୟ ହେଉ କିମ୍ବା ଚାକିରି କ୍ଷେତ୍ରରେ ଯଦି କୌଣସି ଉତ୍ସାହ ନରଖି କାମ କରିଥାନ୍ତି ତେବେ ସେହି ବ୍ୟକ୍ତିଙ୍କୁ ସଫଳତା ମିଳିବା ଅତ୍ୟନ୍ତ କଷ୍ଟକର ହୋଇଥାଏ।

-ଯଦି କୌଣସି ବ୍ୟକ୍ତି ନିଜକୁ ଦୀନହୀନ ସ୍ଥିତିରେ ରଖିଥାନ୍ତି ତେବେ ସେହି ବ୍ୟକ୍ତି କହିଥାନ୍ତି ଈଶ୍ୱର ମଧ୍ୟ ତାଙ୍କ ସାଥ୍‌ ଦେଉନାହାନ୍ତି। ଅର୍ଥାତ ଏଭଳି ଅନ୍ୟର ଦୟାର ଆଶା ରଖିଥିବା ଲୋକମାନେ ଜୀବନରେ କିଛି ବି କରିପାରିନଥାନ୍ତି। ଭଲ ହେବ ଅନ୍ୟର ଦୟାର ଆଶା ରଖିବା ଅପେକ୍ଷା ନିଜ ପରିଶ୍ରମରେ ଜୀବିକା ନିର୍ବାହ କରିବା ଉଚିତ କାରଣ ଏଭଳି କରିବା ଦ୍ୱାରା ଆମେ ମୁଣ୍ଡ ଉଠାଇ ଆତ୍ମସମ୍ମାନର ସହ ବଞ୍ଚିପାରିବା।

Business--ସୌକ ରଖିବା ଖରାପ କଥା ନୁହେଁ କିନ୍ତୁ ନିଜକୁ ସର୍ବଦା ସୌକରେ ବୁଡାଇ ରଖିବା ଠିକ୍‌ ନୁହେଁ। ସୁଖ ଏବଂ ଦୁଃଖ ମନୁଷ୍ୟ ଜୀବନର ମୁଖ୍ୟ ଭାଗ। ଯେଉଁ ପ୍ରକାର ସୁଖକୁ ଗ୍ରହଣ କରିଥାଉ ସେହିଭଳି ଦୁଃଖ ସମୟରେ ସାହାସ ହରେଇବା ଉଚିତ ନୁହେଁ। ନିଜକୁ ଶୋକାକୁଳ ରଖିବା କାରଣରୁ ଆମକୁ ଜୀବନରେ ଆଗକୁ ବଢିବା ନେଇ ଭବିଷ୍ୟତ ବିଷୟରେ ଚିନ୍ତା କରିବା ଉଚିତ।

-ଯେଉଁ ପ୍ରାକାର ରାମାୟଣରେ ଅସଫଳତାର ୩ ପ୍ରମୁଖ କାରଣ ଉଲ୍ଲେଖ କରାଯାଇଛି, ସେହିଭଳି ସଫଳତାର ମଧ୍ୟ ମୂଳମନ୍ତ୍ର ମଧ୍ୟ ଉଲ୍ଲେଖ କରାଯାଇଛି। ଯାହାକୁ ଏକ ଶ୍ଲୋକ ମାଧ୍ୟମରେ ବର୍ଣ୍ଣନା କରାଯାଇଛି।

उत्साह-उत्साहो बलवानार्य नास्त्युत्साहात्परं बलम्। < ..

Successful ଏହାର ଅର୍ଥ ଉତ୍ସାହ ବଡ ବଳବାନ। ଉତ୍ସାହ ଠାରୁ ବଡ କିଛି ନାହିଁ। ଉତ୍ସାହୀ ପୁରୁଷମାନଙ୍କ ପାଇଁ ସଂସାରରେ କିଛି ଦୁର୍ଲଭ ନୁହେଁ। ଯେଉଁ ବ୍ୟକ୍ତି ଉତ୍ସାହ ସହ ନିଜର ସମସ୍ତ କାର୍ଯ୍ୟ କରିଥାନ୍ତି ସେହି ବ୍ୟକ୍ତି ଜୀବନରେ ସୁନିଶ୍ଚିନ୍ତ ସଫଳତାର ସ୍ୱାଦ ଚାଖିଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.