ପାକିସ୍ତାନକୁ ଇରାନ୍‌ର ଚେତାବନୀ : ଆମ ଧୈର୍ଯ୍ୟର ପରୀକ୍ଷା କର ନାହିଁ, ନଚେତ ଆମେ ବି ଏୟାର ଷ୍ଟ୍ରାଇକ୍‌ କରିବୁ

ନୂଆଦିଲ୍ଲୀ : ଭାରତ ପରେ ପାକିସ୍ତାନକୁ ଇରାନ୍‌ର ଚେତାବନୀ । ଆତାଙ୍କବାଦୀଙ୍କୁ ସଫା କର ନହେଲେ ଆମେ ଏୟାର ଷ୍ଟ୍ରାଇକ୍‌ କରିବୁ । ଏଭଳି ଧମକ ଦେଇଛି ଇରାନ୍‌ । ଆତଙ୍କବାଦୀଙ୍କ ମୁକାବିଲା କରିବାରେ ପାକିସ୍ତାନ ସକ୍ଷମ ହେଉନାହିଁ । ହେଲେ ସେମାନଙ୍କୁ ମାଟିରେ ମିଶାଇବାକୁ ଇରାନ୍‌ ସେନା ସକ୍ଷମ ବୋଲି ଦେଶ ପକ୍ଷରୁ କୁହଯାଇଛି । ସୂଚନା ଅନୁଯାୟୀ, ଆଇଆରଜିସି କୁର୍ଦ ସେନାର ମୁଖ୍ୟ ଜେନେରାଲ କାସିମ ସୋଲେମାନି ପାକିସ୍ତାନ ସରକାର ଓ ଏହାର ସେନାକୁ କଡ଼ା ସମାଲୋଚନା କରିଛନ୍ତି । ସେ କହିଛନ୍ତି, ମୁଁ ପାକ୍‌ ସରକାରଙ୍କୁ ପଚାରୁଛି ଯେ ତୁମର ସବୁ ପଡ଼ୋଶୀ ରାଜ୍ୟର ସୀମାରେ ଆତଙ୍କବାଦୀମାନେ ଅଶାନ୍ତି ସୃଷ୍ଟି କରିଛନ୍ତି ।

ତୁମ ପାଖରେ ପରମାଣୁ ବୋମା ମହଜୁଦ ଅଛି ହେଲେ ତୁମେ ଆତଙ୍କବାଦୀଙ୍କୁ ନିପାତ କରି ପାରୁ ନାହଁ । ସେମାନେ ହଜାର ହଜାର ସଂଖ୍ୟରେ ବଢ଼ି ଚାଲିଛନ୍ତି । କାସିମ ଆହୁରି କହିଛନ୍ତି ଯେ ପାକିସ୍ତାନ ଆଉ ଇରାନ୍‌ର ଧୈର୍ଯ୍ୟ ପରୀକ୍ଷା ନକରୁ । ନଚେତ ଆମେ ସେମାନଙ୍କୁ ସଫା କରି ଦେବୁ । ସୂଚନା ଥାଉକି, ଗତ ଫେବ୍ରୁଆରୀ ୧୩ ତାରିଖରେ ଇରାନ୍‌-ପାକିସ୍ତାନ ସୀମାରେ ଆତଙ୍କବାଦୀଙ୍କ ଆତ୍ମଘାତୀ ବିସ୍ଫୋରଣରେ ଇରାନୀ ରିଭୋଲ୍ୟୁସନ୍‌ ଗାର୍ଡ଼ର ୨୭ ଜଣ ସୁରକ୍ଷା କର୍ମୀ ନିହତ ହୋଇଥିଲେ ।

ଗତ ଫେବ୍ରୁଆରୀ ୧୪ ତାରିଖରେ ପୁଲଓ୍ଵାମାରେ ଜୈସ-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନ ବିସ୍ଫୋରଣ ଘଟାଇ ୪୦ ଜଣ ଭାରତୀୟ ଯବାନ୍‌ଙ୍କୁ ମୃତ୍ୟୁମୁଖକୁ ଠେଲି ଦେବା ପରେ ୨୬ ତାରିଖରେ ତାର ପ୍ରତିଶୋଧ ନେଇଥିଲା ଭାରତ । ଏହାର ବାୟୁସେନା ଏୟାର ଷ୍ଟ୍ରାଇକ୍‌ କରି ୨୫୦ରୁ ଊର୍ଦ୍ଧ୍ୱ ଆତଙ୍କବାଦୀଙ୍କୁ ନିପାତ କରିଥିଲ ।

KNews Bureau

Recent Posts

ହଜାର ହଜାର ପ୍ରଦର୍ଶନକାରୀ କେନିଆ ସଂସଦରେ ଲଗାଇଦେଲେ ନିଆଁ, ଭାରତ ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡ୍‌ଭାଇଜରୀ

ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…

5 seconds ago

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

7 mins ago

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

33 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

42 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

1 hour ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

1 hour ago