ଦେଶ ବିଦେଶ

ସ୍ୱାଧୀନତାର ୭୫ ବର୍ଷ ପରେ ବି ଦେଶଦ୍ରୋହ ଆଇନର ଆବଶ୍ୟକତା ଅଛି କି? କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କଲେ ସୁପ୍ରିମକୋର୍ଟ

କେନ୍ୟୁଜ୍(ବ୍ୟୁରୋ):  ଦେଶଦ୍ରୋହ ଆଇନ ଉପନିବେଶ କାଳର କାନୁନ। ସ୍ୱାଧୀନତାର ୭୫ ବର୍ଷ ପରେ ବି ଦେଶରେ ଏହାର ଆବଶ୍ୟକତା ଅଛି କି? ଏହାକୁ ପ୍ରଚଳିତ ଆଇନରୁ ବାଦ ଦେଇ ହେବକି? ଦେଶଦ୍ରୋହ ଆଇନ ରଦ୍ଦ କରିବାକୁ ମାମଲାର ଶୁଣାଣି କରି କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ। ପ୍ରଧାନ ବିଚାରପତି ଜଷ୍ଟିସ ଏନ ଭି ରମନ୍ନା, ଜଷ୍ଟିସ ଏଏସ ବୋପ୍ପାନା ଓ ଜଷ୍ଟିସ ହୃଷୀକେଶ ରାୟଙ୍କୁ ନେଇ ୩ଜଣିଆ ଖଣ୍ଡପୀଠ ଦେଶଦ୍ରୋହ ଆଇନ ନେଇ ଗମ୍ଭୀର ଚିନ୍ତା ବ୍ୟକ୍ତ କରିଛନ୍ତି।

ବ୍ରିଟିଶ ଶାସନ କାଳରେ ଏହାକୁ ତତ୍‌କାଳୀନ ବ୍ୟବସ୍ଥାରେ ଅସହମତି ପ୍ରକାଶ କରୁଥିବା ବ୍ୟକ୍ତିଙ୍କୁ ଦମନ ପାଇଁ ବ୍ୟବହାର କରାଯାଉଥିଲା। ମହାତ୍ମାଗାନ୍ଧି ଓ ବାଲ ଗଙ୍ଗାଧର ତିଲକଙ୍କ ଭଳି ସ୍ୱାଧୀନତା ସଂଗ୍ରାମୀଙ୍କ ବିରୋଧରେ ଏହାକୁ ଲାଗୁ କରାଯାଇଥିଲା। ବର୍ତ୍ତମାନ ସ୍ଥିତିରେ ଏହାର ପ୍ରଣୟନ ସମୟୋଚିତ କି ବୋଲି କେନ୍ଦ୍ରକୁ ପ୍ରଶ୍ନ କରିଛନ୍ତି ଖଣ୍ଡପୀଠ। ପ୍ରଧାନ ବିଚାରପତି ଜଷ୍ଟିସ ରମନ୍ନା କହିଛନ୍ତି, କେନ୍ଦ୍ର ସରକାର ପୁରୁଣା ଆଇନକୁ ହଟାଉଥିବା ବେଳେ ଦେଶଦ୍ରୋହ କାନୁନକୁ ହଟାଇବାକୁ କାହିଁକି ବିଚାର କରୁନାହାନ୍ତି? ଏହାର ବ୍ୟବହାର ବିଭିନ୍ନ ପ୍ରତିଷ୍ଠାନର କାର୍ଯ୍ୟଧାରା ପ୍ରତି ଗମ୍ଭୀର ବିପଦ ବୋଲି କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ..

ଉଦାହରଣ ଦେଇ ଖଣ୍ଡପୀଠ କହିଛନ୍ତି, ସୂଚନା ପ୍ରଯୁକ୍ତି ଅଧିନିୟମ ୬୬ A ରଦ୍ଦ ହେବା ପରେ ମଧ୍ୟ ଏହାର ଦୂରୁପଯୋଗ ଦ୍ୱାରା ଅନେକ ବ୍ୟକ୍ତିବିଶେଷ ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ପ୍ରଭାବିତ ହେଉଛନ୍ତି। ଭାରତୀୟ ଦଣ୍ଡ ସଂହିତାର ଦେଶଦ୍ରୋହ ଆଇନ ୧୨୪ Aକୁ ଚ୍ୟାଲେଞ୍ଜ କରି ହୋଇଥିବା ମାମଲାର ଶୁଣାଣି କରି ସମ୍ବିଧାନର ଏହି ଧାରାକୁ ଯାଞ୍ଚ କରିବାକୁ ପ୍ରସ୍ତାବ ଦେଇଛନ୍ତି। କେନ୍ଦ୍ର ସରକାର ଏନେଇ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ତିନିଜଣିଆ ଖଣ୍ଡପୀଠ।.

ଏଡିଟର୍ସ ଗିଲ୍‌ଡ ଅଫ ଇଣ୍ଡିଆ ଏବଂ ଜଣେ ପୂର୍ବତନ ମେଜର ଜେନେରାଲ ଏସଜି ଭୋମ୍ବାଟକରେଙ୍କ ପକ୍ଷରୁ ସମ୍ବିଧାନର ଧାରା ୧୨୪ Aର ସାମ୍ବିଧାନିକ ବୈଧତା ନେଇ ସୁପ୍ରିମ କୋର୍ଟରେ ଅପିଲ କରାଯାଇଥିଲା। ଆବେଦନକାରୀ ଦର୍ଶାଇଥିଲେ, ଦେଶଦ୍ରୋହ ଦ୍ୱାରା ଲଗାଯାଇଥିବା ପ୍ରତିବନ୍ଧ ଅନୁଚିତ ଓ ସମ୍ବିଧାନ ପ୍ରଦତ୍ତ ମୌଳିକ ଅଧିକାର ଉଲ୍ଲଙ୍ଘନ। ଦେଶଦ୍ରୋହ ଆଇନ ୧୨୪ A ଅସାମ୍ବିଧାନିକ। ଏହାକୁ କ୍ଷମତାଶୂନ୍ୟ କରି ଆଇନ ରଦ୍ଦ କରିବାକୁ ଆବେଦନକାରୀ ସୁପ୍ରିମ କୋର୍ଟରେ ଆବେଦନ କରିଥିଲେ। ପୂର୍ବରୁ ସୁପ୍ରିମ କୋର୍ଟଙ୍କ ଅନ୍ୟ ଏକ ଖଣ୍ଡପୀଠ ମଧ୍ୟ ଦେଶଦ୍ରୋହକୁ ଅପରାଧର ସାମ୍ବିଧାନିକ ଚ୍ୟାଲେଞ୍ଜ ମାମଲାରେ କେନ୍ଦ୍ର ସରକାରଙ୍କୁ ନିଜ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ।.

ଆଇନ ଦେଶ ସ୍ୱାଧୀନତାର ୭୫ ବର୍ଷ ପରେ ଜରୁରୀ କି ବୋଲି କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତିଙ୍କୁ ନେଇ ତିନିଜଣିଆ ଖଣ୍ଡପୀଠ। ଏହାର ବ୍ୟବହାର ବିଭିନ୍ନ ପ୍ରତିଷ୍ଠାନର କାର୍ଯ୍ୟଧାରା ପ୍ରତି ଗମ୍ଭୀର ବିପଦ। ଏହାକୁ ରଦ୍ଦ କରାଯାଇପାରିବ କି ବୋଲି କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ଏଡିଟର୍ସ ଗିଲ୍‌ଡ ଅଫ ଇଣ୍ଡିଆ ଏବଂ ଜଣେ ପୂର୍ବତନ ମେଜର ଜେନେରାଲଙ୍କ ପକ୍ଷରୁ ସମ୍ବିଧାନର ଧାରା ୧୨୪ Aର ସାମ୍ବିଧାନିକ ବୈଧତା ନେଇ ସୁପ୍ରିମ କୋର୍ଟରେ କରାଯାଇଥିବା ଅପିଲର ଶୁଣାଣି କରି ଏହା କହିଛନ୍ତି ଖଣ୍ଡପୀଠ।

KNews Bureau

Recent Posts

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କ ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ

ମେଷ: ଆଜି ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ । ଆପଣ କର୍ମକ୍ଷେତ୍ରରେ କୌଣସି ବିତର୍କରୁ ଦୂରେଇ ରହିବା ଉଚିତ୍…

50 mins ago

ତାଣ୍ଡବ ରଚିଲା କାଳବୈଶାଖୀ, ୮ ଗାଈ ମୃତ

କନ୍ଧମାଳ (କେନ୍ୟୁଜ୍‌): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…

4 hours ago

ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ବର (କେନ୍ୟୁଜ୍‌): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…

4 hours ago

ନେତାଜୀ ସଂଗ୍ରହାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କଟକ(କେନ୍ୟୁଜ୍‌): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…

4 hours ago

ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି, ବିନ୍ଦୁସାଗରରେ ତିଳତର୍ପଣ କଲେ ପୂର୍ବତନ କର୍ମଚାରୀ

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…

4 hours ago

ଆସନ୍ତା ୩ ଦିନ ପ୍ରଚଣ୍ଡ ଗୁଳୁଗୁଳି, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…

5 hours ago