ଦେଶ ବିଦେଶ

କରୋନାଭାଇରସ୍‌ ଉହାଡରେ ବୃଦ୍ଧି ପାଉଛି କି ସ୍ୱାଇନ୍‌ ଫ୍ଲୁର ଭୟ !

ଚାଇନାରେ ଜନ୍ମ ନେଇଥିବା କରୋନା ଭାଇରସ ଆଜି ପୂରା ଦୁନିଆ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ସରକାର ଏହି ଭାଇରସକୁ ରୋକିବାରେ ସବୁପ୍ରକାର ଚେଷ୍ଟା କରୁଛନ୍ତି। କିନ୍ତୁ ସ୍ଥିତି ଏବେ ବି ସଙ୍ଗୀନ ରହିଛି। କିନ୍ତୁ ଏହି କରୋନା ଭାଇରସ ସହିତ ସ୍ୱାଇନ୍‌ ଫ୍ଲୁ ମଧ୍ୟ ନିଜ କାୟା ବିସ୍ତାର କରୁଛି। ଆଜ୍ଞା ହଁ ଆପଣ ଯାହା ଶୁଣିଲେ ଠିକ୍‌ ଶୁଣିଲେ ମିଳିଥିବା ସୂଚନା ଅନୁଯାୟୀ ଜୟପୁର ହସପିଟାଲରେ ଭର୍ତ୍ତି ହୋଇଥିବା ଜଣେ ବୟଷ୍କା ମହିଳାଙ୍କ ସ୍ୱାଇନ ଫ୍ଲୁ କାରଣରୁ ମୃତ୍ୟୁ ହୋଇଛି। ଏହାସହିତ ବା ସ୍ୱାଇନ୍‌ ଫ୍ଲୁ ମାମଲା ପାଟଣାରେ ବି ମିଳିଛି। ଗତ ଏକ ମାସରେ ନାଲନ୍ଦା ମେଡିକାଲ କଲେଜ ଏବଂ ହସପିଟାଲରେ ସ୍ୱାଇନ୍‌ ଫ୍ଲୁର ୬ଟି ମାମଲା ସାମ୍ନାକୁ ଆସିଛି।

କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସଂଖ୍ୟା ଅନୁଯାୟୀ ବର୍ଷ ୨୦୧୭ରେ ସ୍ୱାଇନ୍‌ ଫ୍ଲୁର ପ୍ରକୋପ ଅଧିକ ଥିଲା। ଏହି ସମୟରେ ସ୍ୱାଇନ ଫ୍ଳୁ ଦ୍ୱାରା ୨,୨୭୦ ଜଣ ଲୋକଙ୍କର ମୃତ୍ୟୁ ହୋଇଥିଲା। ୨୦୧୮ରେ ଏହି ସ୍ୱାଇନ୍‌ ଫ୍ଲୁ କାରଣରୁ ୧,୧୨୮ ଏବଂ ୨୦୧୯ରେ ୧,୨୧୮ ଜଣ ଲୋକ ପ୍ରାଣ ହରାଇଥିଲେ। ଏହାଛଡା ପ୍ରତିବର୍ଷ ଅଧିକ ସଂଖ୍ୟାରେ ଲୋକ ସ୍ୱାଇନ୍‌ ଫ୍ଲୁରେ ଆକ୍ରାନ୍ତ ହେଉଛନ୍ତି। ଅବଶ୍ୟ ଏଥିରେ ଆକ୍ରାନ୍ତଙ୍କ ସଂଖ୍ୟା କମ୍‌ ବି ହେଉଛି। ବର୍ଷ ୨୦୧୭ରେ ସ୍ୱାଇନ୍‌ ଫ୍ଲୁର ପୀଡିତଙ୍କ ସଂଖ୍ୟା ୩୮,୮୧୧ ଥିଲା, ଯାହା ୨୦୧୮ରେ ହ୍ରାସ ପାଇ ୧୫,୨୨୬ ହୋଇଗଲା। କିନ୍ତୁ ବର୍ଷ ୨୦୧୯ରେ ଏଚ୧ଏନ୧ ପୀଡିତ ସଂଖ୍ୟା ପୁଣି ବୃଦ୍ଧି ପାଇଲା ଏବଂ ତାହା ୨୮,୭୯୮ରେ ପହଁଚିଗଲା। ଚଳିତ ବର୍ଷ ମାର୍ଚ୍ଚ ପହିଲା ପର୍ଯ୍ୟନ୍ତ ୧,୪୬୯ ଜଣ ସ୍ୱାଇନ୍‌ ଫ୍ଲୁ ପୀଡିତ ମିଳିଛନ୍ତି ଯେଉଁଥିରେ ୨୪ ଜଣ ଲୋକଙ୍କର ମୃତ୍ୟୁ ହୋଇଛି।

ସ୍ୱାଇନ୍‌ ଫ୍ଲୁ ବା କୁ ସିଜନାଲ ଇନଫ୍ଲଏଞ୍ଜା ମଧ୍ୟ କୁହନ୍ତି। ସ୍ୱାଇନ୍‌ ଫ୍ଲୁର ପ୍ରକୋପ ବର୍ଷରେ ଦୁଇ ଥର ଜାନୁଆରୀରୁ ମାର୍ଚ୍ଚ ଏବଂ ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ଅଧିକ ହୋଇଥାଏ। ଏହାର ଲକ୍ଷଣରେ ମୁଣ୍ଡବ୍ୟଥା, ଶରୀର ବ୍ୟଥା, ଥଣ୍ଡା ଲାଗିବା, କାଶ, ଜ୍ୱର, ବାନ୍ତି ଏବଂ ଝାଡା ଆଦି ସାମିଲ ଅଛି। ଅବଷ୍ୟ ଏହି ସଂକ୍ରମଣକୁ ଚିକିତ୍ସା ଦ୍ୱାରା ମଧ୍ୟ ରୋକାଯାଇହେବ।

Pritiparna

Recent Posts

ମାସକ ଭିତରେ ମୁକୁଳା ଡ୍ରେନରେ ପଡ଼ିବ ସ୍ଲାବ, ସପ୍ତାହ ଭିତରେ ସରିବ ବାରିକେଡ କାମ: BMC କମିଶନର

ଭୁବନେଶ୍ୱର  : ବାରମ୍ବାର ମୁକୁଳା ଡ୍ରେନରେ ଅଘଟଣ ପରେ ତତ୍ପର ପ୍ରାଶସନ । ମାସକ ଭିତରେ ମୁକୁଳା ଡ୍ରେନ ଉପରେ…

13 mins ago

ପାଇରେଟସ ଅଫ ଦ କ୍ୟାରିବିୟନ ଷ୍ଟାର ତମାୟୋ ପେରୀଙ୍କ ପରଲୋକ, ଶାର୍କ ଆଟାକରେ ଚାଲିଗଲା ଜୀବନ

ହଲିଉଡର ଲୋକପ୍ରିୟ ଅଭିନେତା ତମାୟୋ ପେରୀଙ୍କ ମୃତ୍ୟୁ । ଶାର୍କ ଆକ୍ରମଣ କରିବାକୁ ମାତ୍ର ୪୯ ବର୍ଷ ବୟସରେ ତମାୟୋଙ୍କ…

15 mins ago

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

51 mins ago

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

1 hour ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

1 hour ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

1 hour ago