Below header

କରୋନାଭାଇରସ୍‌ ଉହାଡରେ ବୃଦ୍ଧି ପାଉଛି କି ସ୍ୱାଇନ୍‌ ଫ୍ଲୁର ଭୟ !

ଚାଇନାରେ ଜନ୍ମ ନେଇଥିବା କରୋନା ଭାଇରସ ଆଜି ପୂରା ଦୁନିଆ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ସରକାର ଏହି ଭାଇରସକୁ ରୋକିବାରେ ସବୁପ୍ରକାର ଚେଷ୍ଟା କରୁଛନ୍ତି। କିନ୍ତୁ ସ୍ଥିତି ଏବେ ବି ସଙ୍ଗୀନ ରହିଛି। କିନ୍ତୁ ଏହି କରୋନା ଭାଇରସ ସହିତ ସ୍ୱାଇନ୍‌ ଫ୍ଲୁ ମଧ୍ୟ ନିଜ କାୟା ବିସ୍ତାର କରୁଛି। ଆଜ୍ଞା ହଁ ଆପଣ ଯାହା ଶୁଣିଲେ ଠିକ୍‌ ଶୁଣିଲେ ମିଳିଥିବା ସୂଚନା ଅନୁଯାୟୀ ଜୟପୁର ହସପିଟାଲରେ ଭର୍ତ୍ତି ହୋଇଥିବା ଜଣେ ବୟଷ୍କା ମହିଳାଙ୍କ ସ୍ୱାଇନ ଫ୍ଲୁ କାରଣରୁ ମୃତ୍ୟୁ ହୋଇଛି। ଏହାସହିତ ବା ସ୍ୱାଇନ୍‌ ଫ୍ଲୁ ମାମଲା ପାଟଣାରେ ବି ମିଳିଛି। ଗତ ଏକ ମାସରେ ନାଲନ୍ଦା ମେଡିକାଲ କଲେଜ ଏବଂ ହସପିଟାଲରେ ସ୍ୱାଇନ୍‌ ଫ୍ଲୁର ୬ଟି ମାମଲା ସାମ୍ନାକୁ ଆସିଛି।

corona fluକେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସଂଖ୍ୟା ଅନୁଯାୟୀ ବର୍ଷ ୨୦୧୭ରେ ସ୍ୱାଇନ୍‌ ଫ୍ଲୁର ପ୍ରକୋପ ଅଧିକ ଥିଲା। ଏହି ସମୟରେ ସ୍ୱାଇନ ଫ୍ଳୁ ଦ୍ୱାରା ୨,୨୭୦ ଜଣ ଲୋକଙ୍କର ମୃତ୍ୟୁ ହୋଇଥିଲା। ୨୦୧୮ରେ ଏହି ସ୍ୱାଇନ୍‌ ଫ୍ଲୁ କାରଣରୁ ୧,୧୨୮ ଏବଂ ୨୦୧୯ରେ ୧,୨୧୮ ଜଣ ଲୋକ ପ୍ରାଣ ହରାଇଥିଲେ। ଏହାଛଡା ପ୍ରତିବର୍ଷ ଅଧିକ ସଂଖ୍ୟାରେ ଲୋକ ସ୍ୱାଇନ୍‌ ଫ୍ଲୁରେ ଆକ୍ରାନ୍ତ ହେଉଛନ୍ତି। ଅବଶ୍ୟ ଏଥିରେ ଆକ୍ରାନ୍ତଙ୍କ ସଂଖ୍ୟା କମ୍‌ ବି ହେଉଛି। ବର୍ଷ ୨୦୧୭ରେ ସ୍ୱାଇନ୍‌ ଫ୍ଲୁର ପୀଡିତଙ୍କ ସଂଖ୍ୟା ୩୮,୮୧୧ ଥିଲା, ଯାହା ୨୦୧୮ରେ ହ୍ରାସ ପାଇ ୧୫,୨୨୬ ହୋଇଗଲା। କିନ୍ତୁ ବର୍ଷ ୨୦୧୯ରେ ଏଚ୧ଏନ୧ ପୀଡିତ ସଂଖ୍ୟା ପୁଣି ବୃଦ୍ଧି ପାଇଲା ଏବଂ ତାହା ୨୮,୭୯୮ରେ ପହଁଚିଗଲା। ଚଳିତ ବର୍ଷ ମାର୍ଚ୍ଚ ପହିଲା ପର୍ଯ୍ୟନ୍ତ ୧,୪୬୯ ଜଣ ସ୍ୱାଇନ୍‌ ଫ୍ଲୁ ପୀଡିତ ମିଳିଛନ୍ତି ଯେଉଁଥିରେ ୨୪ ଜଣ ଲୋକଙ୍କର ମୃତ୍ୟୁ ହୋଇଛି।

flu maskସ୍ୱାଇନ୍‌ ଫ୍ଲୁ ବା କୁ ସିଜନାଲ ଇନଫ୍ଲଏଞ୍ଜା ମଧ୍ୟ କୁହନ୍ତି। ସ୍ୱାଇନ୍‌ ଫ୍ଲୁର ପ୍ରକୋପ ବର୍ଷରେ ଦୁଇ ଥର ଜାନୁଆରୀରୁ ମାର୍ଚ୍ଚ ଏବଂ ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ଅଧିକ ହୋଇଥାଏ। ଏହାର ଲକ୍ଷଣରେ ମୁଣ୍ଡବ୍ୟଥା, ଶରୀର ବ୍ୟଥା, ଥଣ୍ଡା ଲାଗିବା, କାଶ, ଜ୍ୱର, ବାନ୍ତି ଏବଂ ଝାଡା ଆଦି ସାମିଲ ଅଛି। ଅବଷ୍ୟ ଏହି ସଂକ୍ରମଣକୁ ଚିକିତ୍ସା ଦ୍ୱାରା ମଧ୍ୟ ରୋକାଯାଇହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.