ଦେଶ ବିଦେଶ

କାବୁଲ ବିସ୍ଫୋରଣ ପାଇଁ ନିଜକୁ ଦାୟୀ କଲା ISIS ସଂଗଠନ, ମୃତକଙ୍କ ସଂଖ୍ୟା ୨୫କୁ ବୃଦ୍ଧି

ଆଫଗାନିସ୍ତାନର ରାଜଧାନୀ କାବୁଲରେ ବଡ଼ ଧରଣର ବିସ୍ଫୋରଣ ହୋଇଥିଲା। କାବୁଲର ସେନା ହସ୍ପିଟାଲ ବାହାରେ ଏହି ବିସ୍ଫୋରଣ ହୋଇଥିଲା। ଘଟଣାରେ ଏପର୍ଯ୍ୟନ୍ତ ୨୫ ଜଣ ଲୋକଙ୍କ ପ୍ରାଣ ଯାଇଥିବା ବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି। କାବୁଲ ଡାକ୍ତରଖାନାରେ ଭୟାବହ ଆକ୍ରମଣ ପାଇଁ ‘ଇସ୍‌ଲାମିକ୍‌ ଷ୍ଟେଟ୍‌’ ଦାୟୀ ବୋଲି କହିଛି।

କିଛି ବନ୍ଧୁକଧାରୀଙ୍କ ସମେତ ଅନ୍ୟୂନ ଜଣେ ଆତ୍ମଘାତୀ ବୋମା ବିସ୍ଫୋରଣକାରୀ ମଙ୍ଗଳବାର ଦିନ ଉକ୍ତ ଆକ୍ରମଣରେ ସାମିଲ ଥିଲେ। କାବୁଲ ନିକଟରେ ଥିବା ୪୦୦ ଶଯ୍ୟାବିଶିଷ୍ଟ ‘ସର୍ଦାର୍‌ ମହମ୍ମଦ୍‌ ଦାଉଦ୍‌ ଖାଁ ସାମରିକ ଡାକ୍ତରଖାନା’କୁ ଆତଙ୍କବାଦୀମାନେ ‘ଟାର୍ଗେଟ୍‌’ କରିଥିଲେ। ଏହି ବିସ୍ଫୋରଣରେ ତାଲିବାନର ଜଣେ ଟପ୍‌ କମାଣ୍ଡର ମୃତ୍ୟୁବରଣ କରିଥିବା ଖବର ମିଳିଛି। ଏହି ଘଟଣାକୁ ବିଶ୍ୱର ଅନେକ ଦେଶ ନିନ୍ଦା କରିଛି।

ତାଲିବାନର ମୁଖପାତ୍ର ଜବିହୁଲ୍ଲା ମୁଜାହିଦ୍‌ କହିଛନ୍ତି, ଡାକ୍ତରଖାନାରେ ବିସ୍ଫୋରକ ଫୁଟାଇଥିବା ଜଣେ ଆତ୍ମଘାତୀ ବୋମା ବିସ୍ଫୋରଣକାରୀଙ୍କ ସମେତ ‘ଇସ୍‌ଲାମିକ୍‌ ଷ୍ଟେଟ୍‌’ କେତେକ ସଦସ୍ୟ ଏହି ଆକ୍ରମଣ କରିଛନ୍ତି। ଡାକ୍ତରଖାନା ବାହାରେ ବିସ୍ଫୋରକପୂର୍ଣ୍ଣ ଗୋଟାଏ କାର୍‌ ମଧ୍ୟ ବ୍ଲାଷ୍ଟ ହୋଇଥିଲା। ଫଳରେ ଅନେକ ବ୍ୟକ୍ତି ଆହତ ହୋଇଥିଲେ। ଏହାର କିଛି ସମୟ ପରେ ‘ଆଇଏସ୍‌ଆଇଏସ୍‌-କେ’ ଭାବେ ସୁପରିଚିତ ‘ଇସ୍‌ଲାମିକ୍‌ ଷ୍ଟେଟ୍‌ ଖୋରସାନ’ ଏହି ଆକ୍ରମଣ ପାଇଁ ଦାୟୀ ବୋଲି ଘୋଷଣା କରିଥିଲା।

ପାକିସ୍ତାନ ମଧ୍ୟ କାବୁଲରେ ହୋଇଥିବା ଏହି ଆତଙ୍କୀ ହାମଲାକୁ ନିନ୍ଦା କରିଛି। ପାକିସ୍ତାନର ବିଦେଶ ମନ୍ତ୍ରଣାଳୟ ତରଫରୁ ଏକ ବୟାନରେ କୁହାଯାଇଛି ଯେ, ଆତଙ୍କବାଦୀଙ୍କ ଏହି ଘୃଣ୍ୟ କାମ ଯୋଗୁଁ ପ୍ରିୟଜନଙ୍କୁ ହରାଇଥିବା ପରିବାରକୁ ସମବେଦନା ଜଣାଉଛୁ। ଆହତମାନଙ୍କ ପାଇଁ ମଧ୍ୟ ସହାନୁଭୂତି, ସମର୍ଥନ ଏବଂ ଶୀଘ୍ର ସୁସ୍ଥ ହେବା ପାଇଁ ପ୍ରାର୍ଥନା କରାଯାଇଛି।

ଆଫଗାନିସ୍ତାନ ଉପରେ ତାଲିବାନର ବିଜୟ ପରେ ଗୋଟେ ପଟେ ଗୋଟେ ଆକ୍ରମଣାତ୍ମକ ଘଟଣା ଘଟିବାରେ ଲାଗିଛି । ଏମିତି ବାରମ୍ବାର ବିସ୍ଫୋରଣ ସ୍ଥାନୀୟ ଅଧିବାସୀଙ୍କ ଭିତରେ ଭୟର ବାତାବରଣ ଖେଳାଇ ଦେଇଛି | ମସଜିତ ସମେତ ଅନ୍ୟାନ ସ୍ଥାନ ଗୁଡିକରେ ବାରମ୍ବାର ବିସ୍ଫୋରଣ ପାଇଁ ଇସ୍ଲାମିକ ଷ୍ଟେଟ ନିଜକୁ ଦାୟୀ କରିଛି । ୨୦୧୭ ମସିହାରେ କାବୁଲର ଏକ ହସ୍ପିଟାଲରେ ବଡ ଧରଣର ବିସ୍ଫୋରଣ ଘଟିଥିବା ବେଳେ ଘଟଣାରେ ୩୦ ଲୋକଙ୍କର ଜୀବନ ଯାଇଥିଲା ।

Swagatika

Recent Posts

ଶେଷ ପର୍ଯ୍ୟାୟ ନିର୍ବାଚନ: ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ, ଗସ୍ତ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର (କେନ୍ୟୁଜ): ଓଡିଶାରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ପାଇଁ କ୍ୟାମ୍ପେନ ଘମାସାନ । ଆଜି ଓଡ଼ିଶାର ୩ଟି ସ୍ଥାନରେ…

22 seconds ago

ଆଜିର ରାଶିଫଳ: ଦିନଟି ଆପଣଙ୍କର କିପରି ବିତିବ ଜାଣନ୍ତୁ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ଶକ୍ତିଶାଳୀ ହେବାକୁ ଯାଉଛି । ଆପଣ ଠିକ୍ ସମୟରେ କାର୍ଯ୍ୟ ସମାପ୍ତ କରିବାକୁ…

7 hours ago

ଯାତ୍ରୀବାହୀ ବସ୍ ଓଲଟି ୩ ମୃତ, ୫ ଗୁରୁତର

କନ୍ଧମାଳ :  କନ୍ଧମାଳରେ ଓଲଟିଲା ଯାତ୍ରୀବାହୀ ବସ୍ । ୩ ଯାତ୍ରୀ ମୃତ, ୫୦ରୁ ଅଧିକ ଯାତ୍ରୀ ଆହତ ।…

9 hours ago

ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ, ଥାନାରେ ପୁତୁରା ଅଟକ

ପାଟଣାଗଡ଼ : ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ । ଘଟଣା ଘଟିଛି ପାଟଣାଗଡ଼ ଥାନା କୁତୁମୁଣ୍ଡା ଗ୍ରାମରେ ।…

9 hours ago

ସୋସିଆଲ ମିଡିଆରୁ ହଟିଲା ୪୨୦ ଆପତ୍ତିଜନକ ପୋଷ୍ଟ

ଭୁବନେଶ୍ୱର : ସୋସିଆଲ ମିଡିଆରୁ ହଟିଲା ୪୨୦ ଆପତ୍ତିଜନକ ପୋଷ୍ଟ । ଆଦର୍ଶ ଆଚରଣ ବିଧି ଓ ଆଇନ ଉଲ୍ଲଙ୍ଘନକାରୀ…

11 hours ago

ବସ୍ ସହ ପିକଅପ୍ ଭ୍ୟାନ ଧକ୍କା, ୧୯ ହୋମଗାର୍ଡ ଆହତ

ଭୁବନେଶ୍ୱର : ନିର୍ବାଚନ ଡ୍ୟୁଟିରେ ଯାଉଥିବା ବେଳେ ବସ୍ ଦୁର୍ଘଟଣା । ନିର୍ବାଚନ ଡ୍ୟୁଟିରେ ବଲାଙ୍ଗିରରୁ କେନ୍ଦ୍ରାପଡ଼ାକୁ ବସଟି ଯାଉଥିଲା।…

12 hours ago