ଶ୍ରୀଲଙ୍କା ସିରିଜ ବିସ୍ଫୋରଣ : ନିଜକୁ ଦାୟୀ କଲା ଆତଙ୍କବାଦୀ ସଂଗଠନ ISIS

ଶ୍ରୀଲଙ୍କା ସିରିଜ ବିସ୍ଫୋରଣ ପାଇଁ ନିଜକୁ ଦାୟୀ କଲା ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଅଫ ଇରାକ ଆଣ୍ଡ ସିରିଆ ଆଇଏସଆଇଏସ। ପ୍ରାଥମିକ ଯାଞ୍ଚରୁ ଏହା ଜଣାପଡ଼ିଥିବା ବେଳେ ନ୍ୟୁଜ ଏଜେନ୍‌ସୀ ରଏଟର ମଧ୍ୟ ସୂଚନା ଦେଇଛି। ନ୍ୟୁଜିଲାଣ୍ଡର ଖ୍ରୀଷ୍ଟଚର୍ଚ୍ଚରେ ହୋଇଥିବା ସିରିଜ ବିସ୍ଫୋରଣର ପ୍ରତିଶୋଧ ପାଇଁ ଏହାକୁ ଭିଆଯାଇଥିବା କୁହାଯାଇଛି।

ଗତ ରବିବାର ସକାଳେ ଇଷ୍ଟର ପାଇଁ ଚର୍ଚ୍ଚଗୁଡ଼ିକ ଉତ୍ସବ ମୁଖର ହୋଇଥିବା ବେଳେ ଲଗାତାର ଆଠଟି ବିସ୍ଫୋରଣରେ ଥରି ଉଠିଥିଲା ଶ୍ରୀଲଙ୍କା । ଏଥିରେ ମୃତ୍ୟୁ ସଂଖ୍ୟା ୩୦୦କୁ ବୃଦ୍ଧି ପାଇଥିବା ବେଳେ ୧୦ ଜଣ ଭାରତୀୟ ପ୍ରାଣ ହରାଇଛନ୍ତି। ୪୫ ଜଣ ବିଦେଶୀ ନାଗରିକଙ୍କ ମୃତ୍ୟୁ ଘଟିଛି। ରାଷ୍ଟ୍ରପତି ମୌତ୍ରିପାଲା ସିରିସେନା ଗତ ରାତି ଠାରୁ ଦେଶରେ ଜରୁରୀକାଳିନ ପରିସ୍ଥିତି ଜାରି କରିବା ସହ ଆଜି ସଂସଦର ସ୍ୱତନ୍ତ୍ର ଅଧିବେଶନ ଡ଼ାକିଛନ୍ତି। ଆତଙ୍କବାଦୀ ସଂଗଠନ ତୌଫିକ ଜମ୍ମାତ ଆକ୍ରମଣକୁ ଘଟାଇଥିବା ଉପରକ୍ଷା ମନ୍ତ୍ରୀ ରୁବାନ ବିଜୟବର୍ଦ୍ଧନ ସଂସଦକୁ ଜଣାଇଛନ୍ତି। ସେପଟେ ସିଂହଳୀ ନ୍ୟୁଜ ଚ୍ୟାନେଲ ସିଥାୟା ଟିଭି ଏକ ଭିଡିଓ ପ୍ରସାରଣ କରିଛି। ଏଥିରେ ଜଣେ ସଂଦିଗ୍ଧ ଇଷ୍ଟର ଦିନ ଚର୍ଚ୍ଚ ପାଖରେ ସନ୍ଦେହଜନକ ଭାବେ ବୁଲୁଥିବା ସିସିଟିଭି ଫୁଟେଜରେ ଦେଖାଯାଇଛି।

KNews Bureau

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

31 mins ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

1 hour ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

2 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

2 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

3 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

4 hours ago