ଶ୍ରୀଲଙ୍କା ସିରିଜ ବିସ୍ଫୋରଣ : ନିଜକୁ ଦାୟୀ କଲା ଆତଙ୍କବାଦୀ ସଂଗଠନ ISIS

ଶ୍ରୀଲଙ୍କା ସିରିଜ ବିସ୍ଫୋରଣ ପାଇଁ ନିଜକୁ ଦାୟୀ କଲା ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଅଫ ଇରାକ ଆଣ୍ଡ ସିରିଆ ଆଇଏସଆଇଏସ। ପ୍ରାଥମିକ ଯାଞ୍ଚରୁ ଏହା ଜଣାପଡ଼ିଥିବା ବେଳେ ନ୍ୟୁଜ ଏଜେନ୍‌ସୀ ରଏଟର ମଧ୍ୟ ସୂଚନା ଦେଇଛି। ନ୍ୟୁଜିଲାଣ୍ଡର ଖ୍ରୀଷ୍ଟଚର୍ଚ୍ଚରେ ହୋଇଥିବା ସିରିଜ ବିସ୍ଫୋରଣର ପ୍ରତିଶୋଧ ପାଇଁ ଏହାକୁ ଭିଆଯାଇଥିବା କୁହାଯାଇଛି।

srilanka blastଗତ ରବିବାର ସକାଳେ ଇଷ୍ଟର ପାଇଁ ଚର୍ଚ୍ଚଗୁଡ଼ିକ ଉତ୍ସବ ମୁଖର ହୋଇଥିବା ବେଳେ ଲଗାତାର ଆଠଟି ବିସ୍ଫୋରଣରେ ଥରି ଉଠିଥିଲା ଶ୍ରୀଲଙ୍କା । ଏଥିରେ ମୃତ୍ୟୁ ସଂଖ୍ୟା ୩୦୦କୁ ବୃଦ୍ଧି ପାଇଥିବା ବେଳେ ୧୦ ଜଣ ଭାରତୀୟ ପ୍ରାଣ ହରାଇଛନ୍ତି। ୪୫ ଜଣ ବିଦେଶୀ ନାଗରିକଙ୍କ ମୃତ୍ୟୁ ଘଟିଛି। ରାଷ୍ଟ୍ରପତି ମୌତ୍ରିପାଲା ସିରିସେନା ଗତ ରାତି ଠାରୁ ଦେଶରେ ଜରୁରୀକାଳିନ ପରିସ୍ଥିତି ଜାରି କରିବା ସହ ଆଜି ସଂସଦର ସ୍ୱତନ୍ତ୍ର ଅଧିବେଶନ ଡ଼ାକିଛନ୍ତି। ଆତଙ୍କବାଦୀ ସଂଗଠନ ତୌଫିକ ଜମ୍ମାତ ଆକ୍ରମଣକୁ ଘଟାଇଥିବା ଉପରକ୍ଷା ମନ୍ତ୍ରୀ ରୁବାନ ବିଜୟବର୍ଦ୍ଧନ ସଂସଦକୁ ଜଣାଇଛନ୍ତି। ସେପଟେ ସିଂହଳୀ ନ୍ୟୁଜ ଚ୍ୟାନେଲ ସିଥାୟା ଟିଭି ଏକ ଭିଡିଓ ପ୍ରସାରଣ କରିଛି। ଏଥିରେ ଜଣେ ସଂଦିଗ୍ଧ ଇଷ୍ଟର ଦିନ ଚର୍ଚ୍ଚ ପାଖରେ ସନ୍ଦେହଜନକ ଭାବେ ବୁଲୁଥିବା ସିସିଟିଭି ଫୁଟେଜରେ ଦେଖାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.