Below header

କେନ୍ଦ୍ରାପଡ଼ାରେ ପ୍ରଧାନମନ୍ତ୍ରୀ ବନାମ ମୁଖ୍ୟମନ୍ତ୍ରୀ, ପଢନ୍ତୁ କିଏ କାହାକୁ କେମିତି କଲା ସମାଲୋଚନା

କେନ୍ଦ୍ରପଡ଼ା : ଓଡ଼ିଶା ଆସି କେନ୍ଦ୍ରାପଡ଼ା ଓ ବାଲେଶ୍ୱରରେ ଚତୁର୍ଥ ପର୍ଯ୍ୟାୟ ପ୍ରଚାର କରିଥିଲେ ପ୍ରଧାନମନ୍ତ୍ରୀ। କେନ୍ଦ୍ରପଡ଼ା ସଭାରେ ପ୍ରଥମ ଥର ନାଁ ନେଇ ନବୀନଙ୍କୁ କଲେ ଟାର୍ଗେଟ। ଏଥର ବିଜେଡି ସରକାର ହଟିବା ନିଶ୍ଚିତ। ମୋଦି କହିଥିଲେ, ପୂର୍ବ ୨ ପର୍ଯ୍ୟାୟରେ ନବୀନ ବାବୁଙ୍କୁ ସମାଲୋଚନା କରିନଥିଲି । କିନ୍ତୁ ନିର୍ବାଚନରେ ହିଂସା ବଢିଥିବାରୁ ମୁଁ ଏକଥା କହୁଛି। ବାଲେଶ୍ୱରରେ କହିଥିଲେ, ବାଲେଶ୍ୱର ନାଁ ଇତିହାସରେ ଲିପିବଦ୍ଧ ହୋଇଛି । ‘ମିଶନ ଶକ୍ତି ସଫଳତା ବାଲେଶ୍ୱରକୁ ଗର୍ବାନ୍ଵିତ କରିଛି । ‘ଭାରତ ଏବେ ଜଳ,ସ୍ଥଳ,ଆକାଶ ସବୁଠି ସୁପର ପାଓ୍ଵାର ହୋଇଛି ବୋଲି ମୋଦି କହିଛନ୍ତି ।

ସେପଟେ ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ରରେ କେନ୍ଦ୍ର ସରକାରଙ୍କୁ ଶାଣିତ ଆକ୍ରମଣ କରିଛନ୍ତି ନବୀନ। ୫ ବର୍ଷରେ ବିଜେପି ଲୋକଙ୍କ ବିଶ୍ୱାସ ହରାଇଛି। ବିମୁଦ୍ରାକରଣ କଲେ, ଗରିବ ଆହୁରୀ ଗରିବ ହେଲେ। ଜିଏସ୍‌ଟି କଲେ, ଯୁବକ ରୋଜଗାର ହରାଇଲେ। ଚାଷୀ ପାଇଁ କିଛି କଲେ ନାହିଁ। ସେଥିପାଇଁ ବିଜେପି ସବୁ ନିର୍ବାଚନ ହାରୁଛି। କେବଳ କଥାରେ ଦେଶ ନିର୍ମାଣ ହୁଏ ନାହିଁ। ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼, ପଞ୍ଜାବ ସବୁଠି ଡବଲ ଇଞ୍ଜିନ ସରକାର ଥିଲା। ବିଜେପି ଏ ସବୁ ରାଜ୍ୟରେ ହାରିଲା କାହିଁକି? ଗୁଜରାଟ ମଡେଲର ବହୁତ ପ୍ରଚାର ହେଲା। କିନ୍ତୁ ୨୦୧୭ ବିଧାନସଭାରେ ୧୮୨ ଆସନରୁ ପାଇଲେ ମାତ୍ର ୯୯। ହାରୁ ହାରୁ ଜିତିଗଲେ। ସାରା ଦେଶରେ ଏଥର ବିଜେପି ହାରୁଛି। କାଳିଆ ଯୋଜନାକୁ କେନ୍ଦ୍ରର ବିଜେପି ସରକାର ବନ୍ଦ କରିବାକୁ ଚକ୍ରାନ୍ତ କରୁଛି। କେନ୍ଦ୍ର ଯୋଜନାରେ ମହିଳା ମାନଙ୍କ ସ୍ୱାସ୍ଥ୍ୟ ସୁବିଧା ପାଇଁ ୫ ଲକ୍ଷ। କିନ୍ତୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣରେ ମହିଳାଙ୍କ ପାଇଁ ଦୁଇ ଗୁଣ ସୁବିଧା ମିଳିବ।

ଆଜି ନବୀନ ପଟ୍ଟନାୟକ ସିମୁଳିଆ, ବାସୁଦେବପୁର, ବନ୍ତ, ଧୁସୁରୀ, ପାଣିକୋଇଲି, ଡୁବୁରୀ, ମାହାଙ୍ଗା ଓ ସାଲେପୁରରେ ପ୍ରଚାର କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.