ଦେଶ ବିଦେଶ

ଗାଜା ହସପିଟାଲ ଉପରେ ବୋମା ବର୍ଷଣ କଲା ଇସ୍ରାଏଲ, ବାଇଡେନ ଦାୟୀ ବୋଲି କହିଲା ହମାସ୍‌

ଗାଜାର ସବୁଠୁ ବଡ ହସ୍ପିଟାଲରେ ପୁଣି ଆକ୍ରମଣ କରିଛି ଇସ୍ରାଏଲ । ହସ୍ପିଟାଲ ପାଲଟୁଛି କବରସ୍ତାନ। ହମାସ ଆତଙ୍କବାଦୀଙ୍କୁ ଖୋଜିଖୋଜି ମାରୁଛି ଆଇଡିଏଫ । ହସ୍ପିଟାଲ ତଳେ ହମାସ ବୁଲେଟ ପ୍ରୁଫ ଏବଂ ଏକ୍ସପ୍ଲୋସିଭପ୍ରୁଫ ଟନେଲ ନିର୍ମାଣ କରିଥିବା ଦାବି କରିଛି ଆଇଡିଏଫ। ଯାହା ଭିତରେ ହମାସ ଫୋର୍ସ ଲୁଚି ରହିବା ସହ ଏଠାରୁ ଆକ୍ରମଣ କରୁଛନ୍ତି। ଏହି ଟନେଲ ଭିତରେ ପଣବନ୍ଦୀଙ୍କୁ ରଖିଥିବା ମଧ୍ୟ ଦାବି କରିଛି ଇସ୍ରାଏଲ ସେନା ।

ଇସ୍ରାଏଲ୍ ସେନାର ଅଲ୍-ଶିଫା ହସ୍ପିଟାଲ୍ ଚଢ଼ଉ ପାଇଁ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ସମ୍ପୂର୍ଣ୍ଣ ଦାୟୀ ବୋଲି ହମାସ୍ କହିଛି ।

ଅକ୍ଟୋବର ୭ ଆକ୍ରମଣ ମଧ୍ୟ ଟନେଲ ଭିତରୁ ଅପରେଟ ହୋଇଥିବା ଇସ୍ରାଏଲ କହିଛି । ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ରକେଟ ବର୍ଷା କରିଥିଲା ହମାସ । ଏହା ପରେ ଗାଜା ଉପରେ ଭୟଙ୍କର ପ୍ରତିଆକ୍ରମଣ କରୁଛି ଇସ୍ରାଏଲ । ଏପର୍ଯ୍ୟନ୍ତ ଗାଜାର ୧୧ ହଜାର ଲୋକଙ୍କ ଜୀବନ ଗଲାଣି ।

ସୂଚନାଯୋଗ୍ୟ, ଅଲ ଶିଫା ହସପିଟାଲ ତଳେ ହମାସ ବଡ କମାଣ୍ଡ ସେଣ୍ଟର ନିର୍ମାଣ କରି ଅଣ୍ଡରଗ୍ରାଉଣ୍ଡ ସୁଡଙ୍ଗ ଜରିଆରେ କାମ କରୁଛି । ଇସ୍ରାଏଲ ସେହି ସେଣ୍ଟରକୁ ଧ୍ୱଂସ କରିବା ପାଇଁ ଲଗାତାର ବୋମା ବର୍ଷା କରୁଛି । ଗାଜା ସହରର ମୁଖ୍ୟ ଡାକ୍ତରଖାନା ସାମ୍ନାରେ ଇସ୍ରାଏଲ ସେନା ସୋମବାର ପହଞ୍ଚି ଯାଇଛନ୍ତି । ଉତ୍ତର ଗାଜାକୁ ସଂପୂର୍ଣ୍ଣ ନିୟନ୍ତ୍ରଣକୁ ନେବାଲାଗି ଇସ୍ରାଏଲ ସେନା ଉଦ୍ୟମ ଚଳାଇଛି ।

ଗ୍ରାଉଣ୍ଡ ଅପରେସନ୍ ଓ ଏୟାରଷ୍ଟ୍ରାଇକରେ ହମାସ ଆଡ୍ଡାକୁ ଖୋଜି ଖୋଜି ଧ୍ବଂସ କରୁଛି । ଗାଜାରେ ହସ୍ପିଟାଲ ଓ ସ୍କୁଲ ବିଲଡିଂ ତଳେ ଆତଙ୍କୀ ଆଡ୍ଡା ଚଳାଇଥିଲା ହମାସ୍ । ହସ୍ପିଟାଲ ଓ ଶିକ୍ଷାନୁଷ୍ଠାନ ତଳେ କରିଥିଲେ ଟନେଲ । ସେସବୁକୁ ଢାଲ କରି ଆତଙ୍କବାଦୀ ଶିବିର ଚଳାଉଥିଲା ।

Swagatika

Recent Posts

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

2 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

2 hours ago

IT କମ୍ପାନୀର ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ, ଜଳି ଛାରଖାର ହେଲା ଅଫିସ୍‌ ଗୃହ

ପ୍ରବଳ ଗ୍ରୀଷ୍ମ ତାତି ଭିତରେ ଉତ୍ତର ପ୍ରଦେଶର ନୋଏଡାରେ ଲଗାତାର ଅଗ୍ନିକାଣ୍ଡ ଘଟୁଛି । ଗତ ୩ ଦିନ ହେବ…

2 hours ago

ବସ୍‌ ଷ୍ଟାଣ୍ଡରେ ହୁତୁ ହୁତୁ ହୋଇ ଜଳିଗଲା ୪ ଟି ବସ୍‌

ରାୟଗଡ଼ା(କେନ୍ୟୁଜ୍‌): ବସ୍‌ ରେ ଲାଗିଲା ନିଆଁ । ହୁତୁ ହୁତୁ ହୋଇ ବସ୍‌ଷ୍ଟାଣ୍ଡରେ ଜଳିଗଲା ବସ୍‌ । ରାୟଗଡ଼ା ଜିଲ୍ଲା…

3 hours ago

ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ମାମଲା : ମୃତ୍ୟୁସଂଖ୍ୟା ୯କୁ ବୃଦ୍ଧି

ପୁରୀ(କେନ୍ୟୁଜ୍‌): ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ମାମଲାରେ ଆଉ ଜଣଙ୍କ ମୃତ୍ୟୁ । ଏଥିସହ ମୃତ୍ୟୁସଂଖ୍ୟା ୯ କୁ ବୃଦ୍ଧି…

3 hours ago

ଟ୍ରେନରେ କେତେବେଳେ ବ୍ୟବହାର କରାଯାଏ ଏମର୍ଜେନ୍ସି ବ୍ରେକ୍?

ଭାରତରେ ଭାରତୀୟ ରେଳ ହେଉଛି ଲୋକଙ୍କ ଲାଇଫ ଲାଇନ । ପ୍ରତିଦିନ ଲକ୍ଷ ଲକ୍ଷ ଯାତ୍ରୀ ଭାରତୀୟ ରେଳପଥ ଦେଇ…

3 hours ago