ଦେଶ ବିଦେଶ

ହମାସ ଉପରେ ତୋପ ପରେ ତୋପ ଛାଡ଼ିଚାଲିଛି ଇସ୍ରାଏଲ, ଭୟରେ ସୀମା ଖାଲି କରୁଛନ୍ତି ଅଧିବାସୀ

ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ଏବେ ଘମାଘୋଟ ଯୁଦ୍ଧ ଚାଲିଛି । ଆଉ ଏବେ ଇସ୍ରାଏଲ ଗାଜା ମାଟି ତଳେ ସୁଡ଼ଙ୍ଗ ଖୋଳି ହମାସ ସହରକୁ ସମ୍ପୂର୍ଣ୍ଣ ରୂପେ ନଷ୍ଟ କରିବା ପାଇଁ ବମ ପକେଇବା ଆରମ୍ଭ କରିଦେଇଛି । ପାଖାପାଖି ୪୦ ମିନିଟ ପର୍ଯ୍ୟନ୍ତ ଗୁଳିବର୍ଷଣ କରିଥିଲା ଇସ୍ରାଏଲ । ଜବାବରେ ହମାସ ତରଫରୁ ବି ଇସ୍ରାଏଲର ଜେରୁଷେଲମ ଓ ତେଲ ଅବିବ ସମେତ ଅନ୍ୟ ସହର ଗୁଡିକ ଉପରେ ରକେଟ ମାଡ କରାଯାଇଛି । ଏମିତିକି ଲେବାନନ ବି କିଛି ରକେଟ ଛାଡ଼ିଛି । କିନ୍ତୁ ନିଜେ ଲେବାନନ ଏହାକୁ ଖଣ୍ଡନ କରିଛି ।

ପାଲେଷ୍ଟାଇନ ଅଧିକାରୀଙ୍କ ଅନୁଯାୟୀ ଏହି ଘଟଣାରେ ଏଯାବତ ୧୧୯ ଜଣ ପ୍ରାଣ ହରାଇଛନ୍ତି । ଯେଉଁ ମାନଙ୍କ ମଧ୍ୟରୁ ୩୧ ଜଣ ଶିଶୁ ଥିବା ବେଳେ ୧୯ ଜଣ ମହିଳା ଅଛନ୍ତି । ଯେବେକି ୮୩୦ ରୁ ଅଧିକ ଜଣ ଆହତ ହୋଇଥିବା ନେଇ ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ଇସ୍ରାଏଲର ୮ ଜଣ ଥିବା ଜଣାଯାଇଛି । ଗାଜାର ଉତ୍ତର ପୂର୍ବ ଅଂଚଳ ସ୍ଥିତ ଇସ୍ରାଏଲ ସୀମାରେ ରଖାଯାଇଥିବା ଥିବା ତୋପରୁ ପାଖାପାଖି ୪୦ ମିନିଟ ଧରି ଗୁଳିବର୍ଷଣ କରାଯାଇଥିଲା । ଭୟରେ ଉଭୟ ଦେଶର ସୀମାବର୍ତ୍ତୀ ଅଞ୍ଚଳର ଲୋକମାନେ ସ୍ଥାନାନ୍ତରିତ ମଧ୍ୟ ହୋଇ ଯାଇଛନ୍ତି । ସଂଯୁକ୍ତ ରାଷ୍ଟ୍ରର ସମନ୍ଵୟ କାର୍ଯ୍ୟାଳୟ ଅନୁସାରେ ଏଭିତରେ ଗାଜାରେ ପ୍ରାୟ ଦୁଇ ଶହରୁ ଅଧିକ ଘର ଧ୍ବଂସ ହୋଇଯାଇଛି ।

କୋଟି କୋଟି ସଂଖ୍ୟକ ଲୋକ ଗାଜାର ସ୍କୁଲରେ ଶରଣ ନେଇଛନ୍ତି । ଇସ୍ରାଏଲର ସୈନ୍ୟ ପ୍ରବକ୍ତା ଲେଫନାଣ୍ଟ କର୍ଣ୍ଣଲ ଜୋନାଥନ କୋନୋରିକ୍ସଙ୍କ ଅନୁଯାୟୀ ଆମର ଏହି ଅପରେସନରେ ୧୬୦ ଟି ଉଡ଼ାଜାହାଜ, ସ୍ଥଳ ସେନା ଭାଗ ନେଇଛନ୍ତି । ଏବେ ବି ଯୁଦ୍ଧ ଜୋରଦାର ଚାଲିଥିଲେ ମଧ୍ୟ ଇସ୍ରାଏଲ ସେନା ଏପର୍ଯ୍ୟନ୍ତ ଗାଜା ସୀମା ଅତିକ୍ରମ କରିନାହାନ୍ତି । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନେହୟୁଙ୍କ ଅନୁଯାୟୀ ଏହି ଅଭିଯାନକୁ ପୁରା କରିବା ପାଇଁ ଏବେ ଆହୁରି କିଛି ଦିନ ଲାଗିବ ।

KNews Bureau

Recent Posts

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

2 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

2 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

19 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

20 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

24 mins ago

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

47 mins ago