ରାଜ୍ୟ

ଜଳେଶ୍ବର: କୋଭିଡ ଟୀକା ପାଇଁ ହସ୍ପିଟାଲ କର୍ମଚାରୀ ନେଉଛନ୍ତି ଲାଞ୍ଚ, ଭାଇରାଲ୍ ହେଉଛି ଭିଡିଓ

ଜଳେଶ୍ବର: କୋଭିଡ ଟୀକା ପାଇଁ ଲାଞ୍ଚ ନେଉଛନ୍ତି ହସ୍ପିଟାଲ କର୍ମଚାରୀ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଯାହା ଜଣାପଡିଛି, ଏ ହେଉଛି ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ପ୍ରତାପପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଘଟଣା।  ଭିଡିଓ ରେ ସମ୍ପୂର୍ଣ୍ଣ ଭାବରେ ଦେଖିବାକୁ ମିଳୁଛି କି, ହସ୍ପିଟାଲରେ କାର୍ଯ୍ଯ କରୁଥିବା ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଲୋକଙ୍କ ଠାରୁ ଟୀକା ପଞ୍ଜିକରଣ କରାଇଦେବା ପାଇଁ ଟଙ୍କା ନେଉଛନ୍ତି, ଏବଂ କାଗଜରେ ମୋବାଇଲ ନମ୍ବର ଟିପି, କାହା ପାଇଁ ଲେଖାଯିବ ବୋଲି ପଚାରୁଛନ୍ତି। ଏହାସହିତ ତାଙ୍କ ପାଖରେ ଜଣେ କମ୍ପୁଟରରେ ଡାଟା ଏଣ୍ଟ୍ରି କରି ଚାଲିଛି। ତେବେ ଯାହା ଜଣାପଡିଛି କୋଭିଡ ଟୀକା କରଣ ପାଇଁ ଲାଞ୍ଚ ନେଇ ପଞ୍ଜିକରଣ କରାଯାଉଥିଲା ବୋଲି ଜଣା ପଡିଛି।

ଗୋଟିଏ ପଟେ ସରକାର ରାଜକୋଷରୁ କୋଟି କୋଟି ଟଙ୍କା ବ୍ଯୟ କରି ଗରିବ ଠୁ ଧନୀ ପର୍ଯ୍ଯନ୍ତ କେମିତି ସମସ୍ତେ ପର୍ଯ୍ୟାୟ କ୍ରମେ ସୁରୁଖୁରୁରେ ମାଗଣାରେ ଟୀକାନେଇ କୋରୋନାକୁ ହରାଇ, ବାଜିମାତ କରିବେ ଚିନ୍ତା କରୁଛନ୍ତି। ଅନ୍ୟପଟେ କିଛି ଅସାଧୁ କର୍ମଚାରୀ ଅର୍ଥଲୋଭରେ ସବୁ ନୀତିନିୟମକୁ ଚୁଲିକୁ ଫିଙ୍ଗି ଦେଉଛନ୍ତି। ଯାହା ପାଇଁ ସାଧାରଣ ଲୋକେ ନାହିଁ ନଥିଲା ଅସୁବିଧା ଭୋଗୁଥିବା ବେଳେ, ଜଣେ ଦୁଇଜଣ କର୍ମଚାରୀଙ୍କ ପାଇଁ ସ୍ୱାସ୍ଥ୍ୟବିଭାଗକୁ ବି ନିନ୍ଦିତ ହେବାକୁ ପଡୁଛି।

ତେବେ ଘଟଣାରେ ଜଡ଼ିତ ଥିବା ସମ୍ପୃକ୍ତ କର୍ମଚାରୀଙ୍କ ପ୍ରତିକ୍ରିୟା ମିଳିପାରିନଥିବା ବେଳେ, ବାଲିଆପାଳ ଗୋଷ୍ଠି ସ୍ବାସ୍ଥ୍ଯ କେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ , ନିଉଶ୍ରି ପାଣିଙ୍କୁ ପଚାରିବାରୁ ଏ ସଂପର୍କରେ ସେ ଅବଗତ ଅଛନ୍ତି, ତଦନ୍ତ କରି ଉଚ୍ଚପଦସ୍ଥ ଅଧିକାରୀଙ୍କ ନିର୍ଦେଶ ମୂଳେ ଉଚିତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

Sonalisa

Recent Posts

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

13 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

14 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

18 mins ago

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

40 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

48 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

55 mins ago