ରାଜ୍ୟ

ୟାକୁ ହିଁ କୁହନ୍ତି ମଣିଷ ପଣିଆ: କରୋନା ସନ୍ଦିଗ୍ଧଙ୍କ ଶବ ସତ୍କାର କରି ପ୍ରଶଂସା ସାଉଁଟୁଛନ୍ତି ଦୁଇ ଯୁବକ

ଟାଙ୍ଗୀ: କରୋନା ଶିଖେଇ ଦେଇଛି ଅନେକ କିଛି । ମଣିଷ ଟଙ୍କାର ପାହାଡ଼ ଉପରେ ଠିଆ ହୋଇଥିଲେ ସୁଦ୍ଧା ଏବେ ନାଚାର । କେଉଁଠି ପୁଅର ଚିକିତ୍ସା ପାଇଁ ବାପ ନିରୁପାୟ ତ । କେଉଁଠି ମାର ଶବ ସଂସ୍କାର ପାଇଁ ମିଳୁନି ଚାରି କାନ୍ଧ । କରୋନା ଯେମିତି ଆଜି ନିଜ ସମ୍ପର୍କୀୟଙ୍କୁ ଦୁରେଇ ଦେଉଛି । ସତରେ କଣ ଆମେ ଏତେ ସ୍ବାର୍ଥପର ହୋଇଯାଇଛେ । ଆମେ ସମସ୍ତେ ଜାଣିଛେ ଜନ୍ମ ହୋଇଛେ ମାନେ ମୂତ୍ଯୁ ସୁନିଶ୍ଚିତ । ତଥାପି ଆମେ କାହିଁକି ମଣିଷ ପଣିଆକୁ ଭୁଲି ଯାଉଛେ । କରୋନା ଭୟ ଆମକୁ ଏତେ ମାତ୍ରାରେ ଘାରିଛି ଯେ । କରୋନାରେ ମୃତ୍ୟୁ ନହୋଇଥିଲେ ବି ସମ୍ପର୍କୀୟଙ୍କ ଶବକୁ ସତ୍କାର କରିବାକୁ ପାଖ ମାଡୁନେ । ନିଜ ଗାଁ ଶ୍ମଶାନରେ ଶବ ଦାହ ପାଇଁ ସ୍ଥାନ ମିଳୁନି ।

ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲୁଗାଁ ସ୍ବାସ୍ଥ୍ଯ କେନ୍ଦ୍ରରେ। ସୂଚନା ଅନୁଯାୟୀ, ଖୋର୍ଦ୍ଧା ଚିଲିକା ବ୍ଲକ କୁମାଣ୍ଡଳ ପଞ୍ଚାୟତ ସରଳସିଂ ଗ୍ରାମର ଦିବାକର ବାରିକ(୨୫)। ମା’ଙ୍କ ସହ କରଡ଼ି ଗ୍ରାମରେ ରୁହନ୍ତି। ଗରିବ ପରିବାରର ହୋଇଥିବାରୁ ସେ ଏକ କୁକୁଡ଼ା ଫାର୍ମରେ କାମ କରି ଯାହା ଦରମା ପାନ୍ତି ସେଥିରେ ମା ପୁଅ ଚଳନ୍ତି। ହେଲେ ଗତ ୧୧ତାରିଖ ସକାଳେ ଦିବାକରଙ୍କ ଶରୀର ଅସୁସ୍ଥ ହେବାରୁ ତାଙ୍କ ମାଙ୍କ ସହ ସେ ବାଲୁଗାଁ ଗୋଷ୍ଠୀ ସ୍ବାସ୍ଥ୍ଯ କେନ୍ଦ୍ରକୁ ଯାଇଥିଲେ। ତେବେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ତାଙ୍କୁ ଔଷଧ ଯୋଗାଇ ଦିଆଯାବା ସହ କୋଭିଡ ଟେଷ୍ଟ ପାଇଁ ପରାମର୍ଶ ଦିଆଯାଇଥିଲା । କିନ୍ତୁ ସେ ଟେଷ୍ଟ ନକରାଇ ଘରକୁ ଚାଲିଯାଇଥିଲେ। ହେଲେ ପୁଣି ତାଙ୍କର ସ୍ବାସ୍ଥ୍ଯ ଅବସ୍ଥା ବିଗିଡି ଯାଇଥିଲା ।ଏହି ଖବର ଗ୍ରାମ ଅଙ୍ଗନବାଡି ଦିଦି ବାଲୁଗାଁ ମେଡିକାଲକୁ ଜଣାଇବାରୁ ତାଙ୍କୁ ୧୦୮ ଯୋଗେ ବାଲୁଗାଁ ମେଡିକାଲକୁ ନିଆଯାଇଥିଲା । ହେଲେ ବାଲୁଗାଁ ସ୍ବାସ୍ଥ୍ଯ କେନ୍ଦ୍ରରେ ତାଙ୍କର ପ୍ରାଣ ବାୟୁ ଉଡିଯାଇଥିଲା ।

ଏହାପରେ କରୋନା ସନ୍ଧିଗ୍ଧ ରୋଗୀ ଭାବି ଶବ ସତ୍କାର ପାଇଁ ନିଜ ସମ୍ପର୍କୀୟ ବିଭିନ୍ନ ଆଳ ଦେଖାଇ ଦୁରେଇ ଗଲେ । ଗାଁ ଶ୍ମଶାନରେ ଜାଗା ଦେଲେନି ଗ୍ରାମବାସୀ । ଦୀର୍ଘ ୬ ଘଣ୍ଟା ନିଜ ଭେଣ୍ଡିଆ ପୁଅର ଶବକୁ ନେଇ ବାଲୁଗାଁ ମେଡିକାଲ ପରିସରରେ ମାଟି କାନ୍ଦୁଥିବାର ଦେଖାଯାଇଥିଲା। ଏନେଇ ଖବର ପାଇବା ପରେ । ସଙ୍ଗେ ସଙ୍ଗେ ବାଲୁଗାଁ ଏସଡ଼ିପିଓ ଏବଂ ଆଇଆଇସି ମେଡିକାଲ ପରିସରରେ ପହଁଚି ମୃତକଙ୍କ ମା’ ଙ୍କୁ ଆଶ୍ୱାସନା ଦେଇଥିଲେ। ଏସ ଡି ପି ଓ ମାନସ ରଞ୍ଜନ ବାରିକଙ୍କ ନେତୃତ୍ୱରେ ବାଲୁଗାଁ ଥାନା ଅଧିକାରୀ , ବ୍ଲକ୍‌ ଓ ତହସିଲ , ବାଲୁଗାଁ ସ୍ବାସ୍ଥ୍ଯ କେନ୍ଦ୍ର ମିଳିତ ସହଯୋଗରେ ଶବ ସତ୍କାର ପାଇଁ ସମସ୍ତ ପ୍ରସ୍ତୁତି କଲେ । କିନ୍ତୁ ଶବ ସତ୍କାର ପାଇଁ ଚାରି କାନ୍ଧ ଦରକାର ପଡିଲା । ସମସ୍ତେ ଯେମିତି ନିରୁପାୟ । ଠିକ ସେହି ସମୟରେ ଏସ ଡି ପି ଓ ମାନସ ରଞ୍ଜନ ବାରିକ ସ୍ଥାନୀୟ ଯୁବ ସାମ୍ବାଦିକ ଶକ୍ତି ପ୍ରସାଦ ମହାପାତ୍ର ମାନସିକ ସ୍ତରରେ ପ୍ରସ୍ତୁତ ହେଲେ । କିନ୍ତୁ ଆଉ ୨ ସହଯୋଗୀ ଆବଶ୍ଯକ ପଡୁଥିଲେ । ଠିକ ସେହି ସମୟରେ ନିଃସ୍‌ୱାର୍ଥ ପର ସେବା ପାଇଁ ଦେବଦୂତ ସାଜିଲେ ଯୁବ ସ୍‌ୱଛାସେବୀ ଜିନା ପଣ୍ଡା ଓ ସ୍‌ୱାସ୍ଥ୍ୟ ବିଭାଗ ଚତୁର୍ଥ ଶ୍ରେଣୀ ଠିକା ଶ୍ରମିକ ପିଣ୍ଟୁ ବେହେରା । ​ପିପିଇ କିଟ ପିନ୍ଧି ଦିବାକରଙ୍କ ଶବକୁ ସମ୍ମାନ ସହ ସତ୍କାର କରିଥିଲେ।

ଏହି ଦୁଇ ଜଣ ସରକାରଙ୍କ ଦ୍ବାରା ଘୋଷିତ କରୋନା ଯୋଦ୍ଧା ନୁହଁନ୍ତି କି ସରକାରୀ ସ୍ଥାୟୀ କର୍ମଚାରୀ ନୁହଁନ୍ତି । ତଥାପି ମାନବିକତାର ପରିଚୟ ଦେଇ ଶବ ସତ୍କାର ପାଇଁ ଆଗେଇ ଆସିଲେ । ଏମିତି କିଛି ବ୍ଯକ୍ତିଙ୍କ ପାଇଁ ତ ଏ ସମାଜରେ ମଣିଷ ପଣିଆ ବଞ୍ଚିଛି ।

 

Sonalisa

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago