ଦେଶ ବିଦେଶ

ଶେଷ ପର୍ଯ୍ୟାୟରେ ପହଞ୍ଚିଛି ‘ଆଦିତ୍ୟ- L1’ ମହାକାଶଯାନ; ଜାନୁୟାରୀ ୭ ସୁଦ୍ଧା ‘L1’ ବିନ୍ଦୁରେ କରିବ ପ୍ରବେଶ: ଇସ୍ରୋ ମୁଖ୍ୟ

ନିଜର ଶେଷ ପର୍ଯ୍ୟାୟରେ ପହଞ୍ଚିଛି ‘ଆଦିତ୍ୟ- L1’ ମହାକାଶଯାନ। ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ଅଧ୍ୟକ୍ଷ ଏସ୍‌. ସୋମନାଥ ଏହା କହିଛନ୍ତି। ସୂର୍ଯ୍ୟଙ୍କ ଅଧ୍ୟୟନ ପାଇଁ ଭାରତର ପ୍ରଥମ ମହାକାଶ ଅଭିଯାନ ଅଧୀନରେ ଉତ୍‌କ୍ଷେପଣ ହୋଇଥିଲା ‘ଆଦିତ୍ୟ- L1’, ଯାହା ବର୍ତ୍ତମାନ ନିଜର ଶେଷ ପର୍ଯ୍ୟାୟରେ ଅଛି। L1 ପଏଣ୍ଟରେ ପ୍ରବେଶ କରିବାର ପ୍ରକ୍ରିୟା ୨୦୨୪ ଜାନୁୟାରୀ ୭ ସୁଦ୍ଧା ପୂରା ହେବାର ଆଶା କରାଯାଉଛି।

ପ୍ରଥମ ଧ୍ୱନି ରକେଟ୍ ଉତକ୍ଷେପଣର ୬୦ ବର୍ଷ ଉପଲକ୍ଷେ ବିକ୍ରମ ସାରବାଇ ମହାକାଶ କେନ୍ଦ୍ରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଇସ୍ରୋ ମୁଖ୍ୟ ଏହା କହିଛନ୍ତି। ସେ କହିଛନ୍ତି ଯେ ‘ଆଦିତ୍ୟ ନିଜ ରାସ୍ତାରେ ଅଛି। ମୁଁ ଭାବୁଛି, ଏହା ଅନ୍ତିମ ପର୍ଯ୍ୟାୟ ପାଖାପାଖି ପହଞ୍ଚିଯାଇଛି’।

ସୂଚନାଥାଉ କି, ଆଦିତ୍ୟ L1କୁ ସେପ୍ଟେମ୍ବର ୨ରେ ଶ୍ରୀହାରିକୋଟାସ୍ଥିତ ସତୀଶ ଧୱନ ମହାକାଶ କେନ୍ଦ୍ରରୁ ସଫଳତାର ସହ ଲଞ୍ଚ କରାଯାଇଥିଲା। ଇସ୍ରୋ ମୁତାବକ, ସୂର୍ଯ୍ୟଙ୍କ ଅଧ୍ୟୟନ ପାଇଁ ‘ଆଦିତ୍ୟ- L1’ ହେଉଛି ପ୍ରଥମ ମହାକାଶ ଆଧାରିତ ଅବ୍‌ଜରଭେଟୋରୀ। ଏହି ମହାକାଶଯାନ ୧୨୫ ଦିନ ମଧ୍ୟରେ ପୃଥିବୀଠାରୁ ପ୍ରାୟ ୧୫ ଲକ୍ଷ କିଲୋମିଟର ଯାତ୍ରା କରିବା ପରେ ‘L1’ ବିନ୍ଦୁ ପାଖରେ ଏକ ପ୍ରଭାମଣ୍ଡଳ କକ୍ଷରେ ସ୍ଥାପିତ ହେବ।

Roshni

Recent Posts

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୩ୟ ଇନିଂସ ଆରମ୍ଭ, ଶପଥ ନେଲେ ପ୍ରଧାନମନ୍ତ୍ରୀଙ୍କ ସହ ଟିମ୍‌ କ୍ୟାବିନେଟ୍‌

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ନରେନ୍ଦ୍ର ମୋଦି । ମହାମହିମ ରାଷ୍ଟ୍ରପତି ତାଙ୍କୁ ପଦ ଓ ଗୋପନୀୟତାର…

21 mins ago

ବସ୍‌ ରେ ଯାତ୍ରା ସମୟରେ ଖସି ପଡ଼ୁଥିଲେ ଯାତ୍ରୀ, ସୁପରମ୍ୟାନ୍‌ ଭାବେ ଜୀବନ ରକ୍ଷା କଲେ କଣ୍ଡକ୍ଟର

ଯଦି ଆପଣ ଚଳଚ୍ଚିତ୍ରରେ 'ସ୍ପାଇଡରମ୍ୟାନ୍' ଦେଖିଥିବେ, ତେବେ ଆପଣ ବୋଧହୁଏ ଜାଣିଥିବେ ଷଷ୍ଠ ଇନ୍ଦ୍ରୀୟ (sixth sence) କ’ଣ କୁହାଯାଏ…

2 hours ago

ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ, ୪୨ ଚକ ନିର୍ମାଣ ଶେଷ

ପୁରୀ : ଚଳଚଞ୍ଚଳ ପୁରୀ ରଥଖଳା । ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଦ୍ରୁତ ଗତିରେ ଆଗେଇ ଚାଲିଛି ରଥ…

2 hours ago

ଭୁବନେଶ୍ଵର ଚଳଚ୍ଚିତ୍ର ଉତ୍ସବର ଅନ୍ତିମ ଦିବସ, ପ୍ରଦର୍ଶିତ ହେଲା ସିନେମା ଶୂନ୍ୟ ସ୍ବରୂପ

ଭୁବନେଶ୍ଵର : ଭୁବନେଶ୍ଵର ଚଳଚ୍ଚିତ୍ର ଉତ୍ସବର ଅନ୍ତିମ ଦିବସରେ ପ୍ରଦର୍ଶିତ ହୋଇଛି ଜାତୀୟ ପୁରସ୍କାର ପ୍ରାପ୍ତ ସିନେମା ଶୂନ୍ୟ ସ୍ବରୂପ…

3 hours ago

ଦମ୍ ବିରିୟାନି, ଯୋଧପୁରୀ ସବ୍‌ଜି, ମଟ୍‌କା କୁଲ୍‌ଫି…ଜେପି ନଡ୍ଡାଙ୍କ ବାସଭବନରେ ଏନ୍‌ଡିଏ ସାଂସଦଙ୍କ ଡିନର ପାର୍ଟି

ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି । ଆଜି ଜୁନ୍‌ ୯ରେ ମୋଦି ପ୍ରଧାନମନ୍ତ୍ରୀ…

3 hours ago

ଫିଲ୍ମ ‘କଲ୍କି 2898 AD’ର ଟ୍ରେଲର ରିଲିଜ୍‌ ପୂର୍ବରୁ ସାମ୍ନାକୁ ଆସିଲା ଦୀପିକାଙ୍କ ଦମ୍‌ଦାର ଲୁକ୍‌

ନାଗ ଅଶ୍ୱିନଙ୍କ ନିର୍ଦ୍ଦେଶିତ ସାଇନ୍ସ ଫିକ୍ସନ ଫିଲ୍ମ ‘କଲ୍କି 2898 AD’ ଦୀର୍ଘ ଦିନ ଧରି ଖୁବ୍‌ ଚର୍ଚ୍ଚାରେ ରହିଆସିଛି…

3 hours ago