ଦେଶ ବିଦେଶ

ବିହାରର ୮ ସାଂସଦଙ୍କୁ ମୋଦି କ୍ୟାବିନେଟ୍‌ରେ ଜାଗା ! ଦିଲ୍ଲୀରୁ ଆସିଛି ଫୋନ୍‌ କଲ୍‌

ଏଥର ଏନ୍‌ଡିଏ ସରକାର ଗଠନରେ କିଙ୍ଗମେକରର ଭୂମିକା ଗ୍ରହଣ କରିଛି ବିହାରର ଜେଡିୟୁ । ଏହି ଦଳର ଦୁଇ ନେତାଙ୍କୁ ମୋଦି କ୍ୟାବିନେଟରେ ମନ୍ତ୍ରୀ କରାଯିବାର ସମ୍ଭାବନା ରହିଛି । ଏଥିରେ ଜେଡିୟୁର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ମୁଙ୍ଗେରର ସାଂସଦ ରାଜୀବ ରଞ୍ଜନ ସିଂ ଓରଫ୍‌ ଲଲନ ସିଂ ଏବଂ ଜେଡିୟୁର ରାଜ୍ୟସଭା ସଦସ୍ୟ ତଥା ପୂର୍ବତନ ସିଏମ୍‌ କର୍ପୂରୀ ଠାକୁରଙ୍କ ପୁଅ ରାମନାଥ ଠାକୁରଙ୍କ ନାମ ରହିଛି ।

ବିହାରରୁ ମୋଟ ୮ ଜଣ ମନ୍ତ୍ରୀ ହୋଇପାରନ୍ତି । ଏହି ସମ୍ଭାବ୍ୟ ତାଲିକାରେ ବିଜେପିରୁ ଗିରିରାଜ ସିଂ, ନିତ୍ୟାନନ୍ଦ ରାୟ, ସତୀଶ ଚନ୍ଦ୍ର ଦୁବେ, ରାଜ ଭୂଷଣ ଚୌଧୁରୀ ନିଶାଦ, ଜେଡିୟୁରୁ ଲଲନ ସିଂ, ରାମନାଥ ଠାକୁର, ଏଲ୍‌ଜେପିଆର୍‌ରୁ ଚିରାଗ ପାସୱାନ ଓ ହମ୍‌ରୁ ଜିତନ ରାମ ମାଞ୍ଝି ଅଛନ୍ତି ।

ଏଥର ନିର୍ବାଚନରେ ବିହାରରେ ସ୍ୱର୍ଗତ ରାମବିଳାସ ପାସୱାନଙ୍କ ପୁଅ ଚିରାଗ ପାସୱାନଙ୍କ ଦଳ ଆଶ୍ଚର୍ଯ୍ୟଜନକ ପ୍ରଦର୍ଶନ କରିଛି । ତାଙ୍କ ଦଳ ଏଲ୍‌ଜେପିଆର୍‌ ୫ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରି ସମସ୍ତ ସ୍ଥାନରେ ବିଜୟ ହାସଲ କରିଛି । ଏମିତିରେ ଚିରାଗ ପାସୱାନଙ୍କୁ ମଧ୍ୟ ମନ୍ତ୍ରୀ ହେବା ପାଇଁ ଫୋନ୍‌ କଲ୍‌ ଆସିଛି । ତାଙ୍କର ପାଞ୍ଚ ଜଣ ସାଂସଦ ଏନ୍‌ଡିଏ ସରକାରରେ ଅଛନ୍ତି ଏବଂ ପୂର୍ବରୁ ସେମାନେ ବିନା ସର୍ତ୍ତରେ ସମର୍ଥନ ଘୋଷଣା କରି ସାରିଛନ୍ତି ।

ଜିତନ ରାମ ମାଞ୍ଝିଙ୍କ ପାର୍ଟି ବି ଏନ୍‌ଡିଏରେ ଅନ୍ତର୍ଭୁକ୍ତ ହୋଇଛି । ତାଙ୍କ ଦଳରୁ କେବଳ ଜଣେ ସାଂସଦ ଅଛନ୍ତି, ତଥାପି ତାଙ୍କୁ କ୍ୟାବିନେଟରେ ଜାଗା ମିଳିପାରେ । ବିହାରରୁ ବିଜେପିର ଦୁଇ ନେତାଙ୍କୁ ଦିଲ୍ଲୀରୁ କଲ୍‌ ଆସିଛି । ଏଥିରେ ପୂର୍ବତନ ଗୃହ ରାଜ୍ୟ ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଓ ଗିରିରାଜ ସିଂଙ୍କ ନାମ ରହିଛି । ଉଭୟ ପୂର୍ବ ସରକାରରେ ମଧ୍ୟ ରାଜ୍ୟ ମନ୍ତ୍ରୀ ଥିଲେ । ଏଥର ବି ଦୁହିଁଙ୍କୁ ଦିଲ୍ଲୀରୁ ଫୋନ୍‌ କଲ୍‌ ଆସିଛି ।

Roshni

Recent Posts

ରାସ୍ତାରେ ଜଳିଗଲା ବାଇକ, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବିଭାଗ

ଆଠମଲ୍ଲିକ: ଆଠମଲ୍ଲିକ ନିକଟସ୍ଥ ମାଳିପଦର ଗ୍ରାମ ନିକଟ ପୂର୍ତ୍ତ  ରାସ୍ତାରେ ଜଳିଗଲା ବାଇକ | ପ୍ରକାଶ ଯେ,  ଆଠମଲ୍ଲିକ  କିଆକଟା…

4 mins ago

ସ୍ୱାତି ମାଲିଓ୍ଵାଲଙ୍କୁ ମାଡ଼ ମାମଲା: ଜୁଲାଇ ୬କୁ ବୃଦ୍ଧି ପାଇଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ

ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…

34 mins ago

ସୋନାକ୍ଷୀଙ୍କ ବିବାହ ପାଇଁ ସୁନ୍ଦର ଭାବେ ସଜାଯାଇଛି ଶତ୍ରୁଘ୍ନ ସିହ୍ନା ଘର, ସାମ୍ନାକୁ ଆସିଲା ଫଟୋ

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ଚାଲିଛି…

41 mins ago

ଠାଣେ: ଫୁଟବଲ୍‌ ଟର୍ଫ ଉପରେ ଖସିପଡ଼ିଲା ଟିଣ ଶେଡ୍‌, ୯ ଜଣ ପିଲା ଆହତ; ଅନେକ ଗୁରୁତର

ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍‌ ଟର୍ଫ…

2 hours ago

ଯେକୌଣସି ବୟସରେ ଦାନ୍ତ ଉଠାଇ ପାରିବେ ଆପଣ, ଆସୁଛି ନୂଆ ମେଡିସିନ୍‌

ଅନେକ କୁନି କୁନି ପିଲା ଥାଆନ୍ତି, ଯେଉଁ ମାନଙ୍କର ଦାନ୍ତ ଉଠେନି । ଏପରିକି ଅନେକ ସମୟରେ ବୟସ୍କ ବ୍ୟକ୍ତିଙ୍କର…

3 hours ago

ଖୋର୍ଦ୍ଧା ଜେଲ୍ ପାଲଟିଛି ବ୍ରାଉନସୁଗର କାରବାରର ନୂଆ ଠିକଣା

ଖୋର୍ଦ୍ଧା(କେନ୍ୟୁଜ): ଖୋର୍ଦ୍ଧା ସହରକୁ ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କ ଯାଆସ । ଏତେ ଲୋକଙ୍କ ଭିଡ ଭିତରେ ଏଠି କେମିତି ଚାଲିଛି…

3 hours ago